ଥରେ ଶୋଇଲେ ୩ ସପ୍ତାହ… ହୋଇପାରୁନି ବହୁ ଗୁରୁତ୍ୱପୂର୍ଣ୍ଣ କାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 28, 2019

ଥରେ ଶୋଇଲେ ୩ ସପ୍ତାହ… ହୋଇପାରୁନି ବହୁ ଗୁରୁତ୍ୱପୂର୍ଣ୍ଣ କାମ

ଲଣ୍ଡନ :   ମେଡିକାଲ ସାଇନ୍ସ ଅନୁଯାୟୀ, ଜଣେ ବ୍ୟକ୍ତିଙ୍କୁ ପ୍ରତି ଦିନ ଅତି କମ୍‌ରେ ୬ ଘଣ୍ଟା ଶୋଇବା ଆବଶ୍ୟକ। ଅତି ବେଶିରେ ଜଣେ ୮ ଘଣ୍ଟା  କିମ୍ୱା ୧୦ ଘଣ୍ଟା ଶୋଇ ରହିବ।  ହେଲେ ଯଦି ଜଣେ ଲଗାତାର ଭାବେ  ୩ ସପ୍ତାହ ନ ଉଠି ଶୋଇ ରହିବ,  ତେବେ ଆପଣ ତାକୁ କ’ଣ କହିବେ।

ଏପରି ଘଟଣା ଘଟିଛି ବ୍ରିଟେନରେ। ଏଠାକାର ଜଣେ ୨୧ ବର୍ଷୟା ଯୁବତୀ ଥରେ ଶୋଇଲେ ତିନି ସପ୍ତାହ ପରେ ଉଠୁଛନ୍ତି।  ଏଥିଯୋଗୁ ତାଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ କାମ ମଧ୍ୟ ହୋଇ ପାରୁ ନାହିଁ।  ଶୋଇଥିବା ସମୟରେ ତାଙ୍କର ଦ୍ୱିତୀୟ ବର୍ଷର ଫାଇନାଲ୍‌ ପରୀକ୍ଷା ଶେଷ ହୋଇଯାଇଥିଲେ ବି ସେ ପରୀକ୍ଷାରେ ବସି ପାରି ନ ଥିଲେ। ଯାହାକି ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଥିଲା।  ନିଦରୁ ଉଠିବା ପରେ ସେ ଏ ସମ୍ପର୍କରେ ଅବଗତ ହେଲେ।

ଯୁବତୀଜଣକ ନିଜ ଅନିଚ୍ଛା ସତ୍ତ୍ୱେ ଏପରି ପରିସ୍ଥିତିରେ ପଡୁଛନ୍ତି। ଏଥିପାଇଁ ଅନ୍ୟମାନେ ତାଙ୍କୁ ଅଳସୁଆ କହୁଥିବା ବେଳେ ସେ କିନ୍ତୁ ଏହା ମାନିବାକୁ ନାରାଜ। ଡାକ୍ତରଙ୍କ କହିବାନୁଯାୟୀ, ଏକ ପ୍ରକାର ସିନଡ୍ରୋମ୍‌ ହେତୁ ଯୁବତୀଜଣକ ଲମ୍ୱା ସମୟ ନିଦରେ ଶୋଇ ପଡୁଛନ୍ତି।   ଯୁବତୀଜଣକ ଏପରି ରୋଗର ଶିକାର ହୋଇଥିବା ନେଇ ଗତ ବର୍ଷ ଜାଣିବାକୁ ପାଇଲେ। ଅତ୍ୟଧିକ ନିଦ ଯୋଗୁ ଚିନ୍ତାଗ୍ରସ୍ତ ହୋଇପଡିଥିବା ଯୁବତୀ ଏହାର ବହୁ ଚିକିତ୍ସା କରାଇବା ସତ୍ତ୍ୱେ କୌଣସି ସୁଫଳ ପାଇପାରି ନାହାନ୍ତି। ଡାକ୍ତରଙ୍କ କହିବାନୁଯାୟୀ, ଏହା ଏକ ନ୍ୟୁରୋଲୋଜି ବେମାରା। ବୟସ ବଢିବା ସହ  ଏହି ସିନଡ୍ରୋମ୍‌ ପ୍ରଭାବ ଆସ୍ତେ ଆସ୍ତେ କମିବ।

ଯୁବତୀଙ୍କ କହିବାନୁଯାୟୀ, ମୁଁ ଶୋଇ ରହିଥିବା ବେଳେ ଜୀବନ ଧାରା ଅବ୍ୟାହତ ରହୁଛି। ମୁଁ ଉଠିବା ପରେ ଏହା ଅନୁଭବ କରୁଛି ଏବଂ ମୋତେ ଖୁବ୍‌ ଖରାପ ଲାଗୁଛି। ଏହି କାରଣରୁ ଛୋଟ ବେଳେ ମଧ୍ୟ ସାଙ୍ଗସାଥୀଙ୍କ ସହ ଖେଳକୁଦରେ ଅଧିକ ସମୟ ବିତାଇ ପାରୁ ନ ଥିଲି। ସେମାନେ ମୋତେ ଅଳସୁଆ ବୋଲି ଚିଡ଼ାଉଥିଲେ।



from Odisha Reporter https://ift.tt/2TEHP2D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages