
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଭିନେତ୍ରୀ ବିଦୁସ୍ମିତା ଆଜି ବିଜେପିରେ ମିଶିଛନ୍ତି। ଭୁବନେଶ୍ୱର ସ୍ଥିତ ବିଜେପି କାର୍ଯ୍ୟାଳୟରେ ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଥିଲେ।
ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ରାଜ୍ୟ ସଂପାଦକ ସମୀର ମହାନ୍ତି, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ଦାମୋଦର ରାଉତ, ବିଜୟ ମହାପାତ୍ର ଓ ଅନୁ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଅଭିନେତ୍ରୀ ପିଙ୍କି ପ୍ରଧାନ ମଧ୍ୟ ବିଜେପିରେ ଅଛନ୍ତି। ଏଥର ତାଙ୍କୁ ଦଳ ନିର୍ବାଚନ ଲଢ଼ିବା ପାଇଁ ଟିକେଟ୍ ବି ଦେଇଛି। ସେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ସେ ବିଜେଡି ନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିପକ୍ଷରେ ଲଢ଼ିବେ।
from Odisha Reporter https://ift.tt/2YzbrC6
No comments:
Post a Comment