ନିଜ ନେତାଙ୍କୁ ଟ୍ରାକିଂ କରୁଛି ବିଜେଡି ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

ନିଜ ନେତାଙ୍କୁ ଟ୍ରାକିଂ କରୁଛି ବିଜେଡି !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନରେ ପ୍ରାର୍ଥୀ ଚୟନକୁ ନେଇ ବଢ଼ୁଥିବା ଅସନ୍ତୋଷ ଉପରେ ଲଗାମ ଦେବାରେ ବିଫଳ ହୋଇଥିବା ବିଜେଡି ଏବେ କୁଆଡ଼େ ନିଜ ନେତାମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଟେଲିଫୋନ୍ ଟ୍ୟାପିଙ୍ଗ ଓ ଟ୍ୟାପିଂକୁ ଜୋରଦାର କରିଥିବା ଚର୍ଚ୍ଚା।

ଶୁଣିବାକୁ ମିଳୁଛି, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟର ୧୨ଟି ଲୋକସଭା ଓ ୮୪ଟି ବିଧାନସଭା ଆସନରେ ପ୍ରାର୍ଥୀ ଚୂଡ଼ାନ୍ତ କରିବା ପାଇଁ ବିଜେଡି ଏବେ ସଜବାଜ ହେଉଛି। ଦୁଇ-ତିନି ଦିନ ମଧ୍ୟରେ କୁଆଡ଼େ ଦଳ ନିଜର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଜାରି କରିବ। କିନ୍ତୁ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ତୁଳନାରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ତୀବ୍ର ଗୋଷ୍ଠୀକନ୍ଦଳ ଏବଂ ଆଶାୟୀଙ୍କ ଲମ୍ବା ଲାଇନ୍ ବିଜେଡିର ଅଡ଼ୁଆ ବଢ଼ାଇଲାଣି।

ଟିକେଟ୍ କଟିବାର ଆଶଙ୍କା ଥିବା ନିଜ ଦଳର ନେତାମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଏବେ କୁଆଡ଼େ ଟେଲିଫୋନ୍ ଟ୍ରାକିଂ ଜୋରଦାର ହେଉଛି। ଆଉ ଏହାର ଆଭାସ ପାଇବା ପରେ ନେତାମାନେ କୁଆଡ଼େ ହ୍ୱାଟସଅପ୍ କଲ୍ ଓ ଅନ୍ୟ ଅଜଣା ନମ୍ବରରୁ ନିଜର ସହଯୋଗୀଙ୍କ ସହ କଥା ହେବାକୁ ସୁରକ୍ଷିତ ମଣୁଛନ୍ତି। ଏପରିକି ନିଜେ ଫୋନ୍ ଧରିଲେ କାଳେ ‘ଲୋକେସନ୍ ଟ୍ରାକିଂ’ରେ ତାହା ଜଣାପଡ଼ିଯିବ, ସେଥିପାଇଁ ଏବେ ସେମାନେ ଫୋନକୁ ନିଜ ବାସଭବନରେ ଥୋଇଦେଇ ବାହାରକୁ ଯାଉଛନ୍ତି। ଉପକୂଳ ଓଡ଼ିଶାର ପ୍ରାୟ ୨୦ରୁ ୨୫ଜଣ ବିଧାୟକ ଏବେ କୁଆଡ଼େ ବିଜେପି ସହ ସମ୍ପର୍କରେ ରହିଥିବାରୁ ଏଭଳି ଟ୍ରାକିଂ ମାଧ୍ୟମରେ ସେମାନଙ୍କ ଗତିବିଧି ଉପରେ ନଜର ରଖିବାକୁ ଉଦ୍ୟମ ଚାଲିଛି। ନିଜର ଜଣେ ଖାସ୍ ଅଫିସରଙ୍କ ମାଧ୍ୟମରେ ବିଜେଡି କୁଆଡ଼େ ନିୟମିତ ଭାବେ ଏସବୁ ରିପୋର୍ଟକୁ ଯାଞ୍ଚ କରୁଛି।

ଚର୍ଚ୍ଚା ହେଉଛି, ଉପକୂଳ ଓଡ଼ିଶାର ଦୁଇଜଣ ବରିଷ୍ଠ ତଥା ପ୍ରଭାବଶାଳୀ ବିଜେଡି ବିଧାୟକଙ୍କର ଫୋନ୍ ନମ୍ବରକୁ ଟ୍ରାକିଂ କରି ସେମାନେ ବିଜେପି ସହ ସମ୍ପର୍କରେ ଥିବାର ଖବର ପାଇବାରେ ସକ୍ଷମ ହୋଇଥିଲେ। ଯାହାକୁ ଆଧାର କରି ଏବେ ସେହି ଦୁଇ ନେତାଙ୍କୁ କୁଆଡ଼େ ନବୀନ ନିବାସ ଡକାଯାଇ କଡ଼ା ତାଗିଦ୍ କରାଯାଇଥିଲା। ସେମାନେ ଯେଭଳି ବିଜେପି କ୍ୟାମ୍ପକୁ ନଡେଇଁବେ ସେଥିପାଇଁ କୁଆଡ଼େ ସେମାନଙ୍କୁ ରାଜ୍ୟସଭା ପଠାଇବାର ଲୋଭ ଦେଖାଯାଇଛି। କିନ୍ତୁ ସେଭଳି ଅଫରକୁ କୁଆଡ଼େ ସେମାନେ ମାନିବା ବ ବିଶ୍ଵାସ କରିବା ସ୍ଥିତିରେ ନଥିବା ଚର୍ଚ୍ଚା।



from Odisha Reporter https://ift.tt/2FtHOuN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages