ଏଥର ସାମାନ୍ୟ ତ୍ରୁଟି ଥିଲେ କଟିବ ନାମାଙ୍କନ ପତ୍ର, ଲାଗୁ ହେବ ଏସବୁ ନିୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 11, 2019

ଏଥର ସାମାନ୍ୟ ତ୍ରୁଟି ଥିଲେ କଟିବ ନାମାଙ୍କନ ପତ୍ର, ଲାଗୁ ହେବ ଏସବୁ ନିୟମ

ନୂଆଦିଲ୍ଲୀ: ଗଣତନ୍ତ୍ରର ମହାପର୍ବ ପାଇଁ ବାଜି ସାରିଛି ବିଗୁଲ୍। ହେଲେ ବିଗତ ସମସ୍ତ ସାଧାରଣ ନିର୍ବାଚନଗୁଡ଼ିକ ଠାରୁ ଭିନ୍ନ ହେବ ୨୦୧୯ ଭୋଟ୍‌। କାରଣ ଏଥର ନିର୍ବାଚନକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ଅବାଧ କରିବାକୁ ନିର୍ବାଚନ କମିଶନ ବହୁ କଟକଣା ଜାରି କରିଛନ୍ତି। ଏଥର ନାମାଙ୍କନ ଦାଖଲ ବେଳେ ଜଣେ ପ୍ରାର୍ଥୀଙ୍କ ବ୍ୟକ୍ତିଗତ ତଥ୍ୟରେ ସାମାନ୍ୟ ତ୍ରୁଟି ଥିଲେ ଏହାକୁ ନାକଚ କରିଦିଆଯିବ।

ଏଥିସହ ନିର୍ବାଚନ ପ୍ରକ୍ରିୟା ବେଳେ ଆଚରଣ ବିଧି ଉଲ୍ଲଂଘନ ରୋକିବା ସହ ଭୋଟରଙ୍କଠୁ ସିଧାସଳଖ ଅଭିଯୋଗ ପାଇବାକୁ C-VIGIL(ସି-ଭିଜିଲ୍‌) ଆପ୍‌ର ମଧ୍ୟ ବ୍ୟବସ୍ଥା କରାଯାଇଛି। ସାଧାରଣ ଲୋକ ଅଭିଯୋଗ କରିବାର ୧୦୦ ମିନିଟ୍‌ ମଧ୍ୟରେ ନିର୍ବାଚନ କମିଶନ ପକ୍ଷରୁ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ରବିବାର ମୁଖ୍ୟ ନିର୍ବାଚନ କମିଶନର ୫୪୩ଟି ଲୋକସଭା ଆସନରେ ୭ଟି ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ କରିବାକୁ ତାରିଖ ଘୋଷଣା କରିଛନ୍ତି। ଏପ୍ରିଲ ୧୧ରୁ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇ ମେ’ ୧୯ରେ ଶେଷ ହେବ। ୨୩ ତାରିଖରେ ଗଣତି ପରେ ଫଳାଫଳ ପ୍ରକାଶ ପାଇବ।

ନିର୍ବାଚନ କମିଶନରଙ୍କ ଘୋଷଣା ଅନୁଯାୟୀ, ପ୍ରାର୍ଥୀମାନେ ନାମାଙ୍କନ ଦାଖଲ ବେଳେ ନିଜର ସଂପୂର୍ଣ୍ଣ ବ୍ୟକ୍ତିଗତ ତଥ୍ୟ ଦେବେ। ଶିକ୍ଷାଗତ ଯୋଗ୍ୟତା, ପତ୍ନୀ ଓ ପରିବାର ସଦସ୍ୟ, ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ସ୍ପଷ୍ଟ ତାଲିକା ସହ ବିଦେଶରେ ପୁଞ୍ଜି ନିବେଶ ଏବଂ ଅପରାଧ ରେକର୍ଡ ଆଦି ସମ୍ପର୍କରେ ଫର୍ମ-୨୬ରେ ସତ୍ୟପାଠକୁ ବାଧ୍ୟତାମୂଳକ କରାଯାଇଛି। କୌଣସି ଗୋଟିଏ ତଥ୍ୟରେ ତ୍ରୁଟି ଥିଲେ ପ୍ରାର୍ଥିପତ୍ର ନାକଚ୍ ହୋଇଯିବ।

ଖାଲି ସେତିକି ନୁହେଁ ପ୍ରାର୍ଥୀଙ୍କୁ ସମ୍ପୂର୍ଣ୍ଣ ଆୟର ବିବରଣୀ ସହ ୫ ବର୍ଷର ଆଇଟି ରିଟର୍ଣ୍ଣ ଦାଖଲ କରିବାକୁ ପଡ଼ିବ। ଅପରାଧ ମାମଲା ସହ ଜଡ଼ିତ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ କମିଶନ ଏଥର ଅଧିକ କଠୋର ହୋଇଛନ୍ତି।

ନାମାଙ୍କନ ଦାଖଲ ପରଠାରୁ ପ୍ରଚାର ଅବଧି ଭିତରେ ୩ ଥର ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମରେ ନିଜ ବିରୋଧରେ ଥିବା ଅପରାଧ ମାମଲା ସମ୍ପର୍କରେ ବିଜ୍ଞାପନ ଦେଇ ଭୋଟରଙ୍କୁ ଜଣାଇବାକୁ ହେବ। ରାଜନୀତିକ ଦଳମାନେ ମଧ୍ୟ ନିଜ ନିଜ ୱେବସାଇଟ୍‌ରେ ପ୍ରାର୍ଥୀଙ୍କ ଅପରାଧ ମାମଲା ସମ୍ପର୍କରେ ତଥ୍ୟ ଉଲ୍ଳେଖ କରିବେ।

ସେହିପରି ପ୍ରାର୍ଥୀମାନଙ୍କୁ ନାମାଙ୍କନ ବେଳେ ନିଜର ସୋଶାଲ୍‌ ମିଡିଆ ସମ୍ପର୍କିତ ସମସ୍ତ ତଥ୍ୟ ବି ଦେବାକୁ ହେବ। ସୋଶାଲ୍‌ ମିଡିଆରେ କୌଣସି ପ୍ରକାର ରାଜନୀତିକ ବିଜ୍ଞାପନ ଦେବା ପାଇଁ ପ୍ରାର୍ଥୀମାନଙ୍କୁ ନିର୍ବାଚନ କମିଶନଙ୍କଠାରୁ ଆଗୁଆ ଅନୁମତି ନେବାକୁ ପଡ଼ିବ।

ନିର୍ବାଚନୀ ଖର୍ଚ୍ଚ ସୀମା ଉପରେ ବି କଟକଣା ଜାରି କରାଯାଇଛି। ସାଂସଦ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ୭୦ ଲକ୍ଷ ଟଙ୍କା ରଖାଯାଇଥିବା ବେଳେ ବିଧାୟକ ପ୍ରାର୍ଥୀ ସର୍ବାଧିକ ୨୮ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ।

ନିର୍ବାଚନୀ ପ୍ରକ୍ରିୟାରେ ସ୍ୱଚ୍ଛତା ବଜାୟ ରଖିବାକୁ ନିର୍ବାଚନ କମିଶନ ‘ସି-ଭିଜିଲ ଆପ୍‌’ର ଶୁଭାରମ୍ଭ କରିଛନ୍ତି। କୌଣସି ପ୍ରକାର ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଦେଖିଲେ ଭୋଟରମାନେ ତୁରନ୍ତ ଏସଂପର୍କରେ କମିଶନଙ୍କୁ ଜଣାଇ ପାରିବେ। ମୋବାଇଲରେ ଭିଡିଓ ରେକର୍ଡଂ କରି ନିର୍ବାଚନ ଅଧିକାରୀଙ୍କ ନିକଟକୁ ମଧ୍ୟ ପଠାଇ ପାରିବେ। ଅଭିଯୋଗର ୧୦୦ ମିନିଟ୍ ଭିତରେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅଭିଯୋଗକାରୀ ଚାହିଁଲେ ତାଙ୍କ ନାଁ ଗୁପ୍ତ ମଧ୍ୟ ରଖାଯିବ।



from Odisha Reporter https://ift.tt/2Tt9NmO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages