ବାଣୀବିହାରରେ ବିଶୃଙ୍ଖଳାକାରୀଙ୍କୁ ଗିରଫ ଦାବି କଲା ଛାତ୍ର କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 11, 2019

ବାଣୀବିହାରରେ ବିଶୃଙ୍ଖଳାକାରୀଙ୍କୁ ଗିରଫ ଦାବି କଲା ଛାତ୍ର କଂଗ୍ରେସ

Utkal university

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ବର୍ତ୍ତମାନ ଆଇନ୍‌ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି। ଯେଉଁଥିପାଇଁ ଜଣେ ଜନସାଧାରଣ ଲୋକ ନିଜକୁ ଅସୁରକ୍ଷିତ ମଣୁଛି। ଏପରିକି ଅନ୍ୟକୁ ସୁରକ୍ଷା ଯୋଗାଉଥିବା ପୁଲିସ ମଧ୍ୟ ନିଜକୁ ସୁରକ୍ଷିତ ଭାବୁନାହିଁ। ଏହାର ସଦ୍ୟ ଉଦାହରଣ ଶହୀଦନଗର ଥାନା ଭଙ୍ଗା ଓ ପୁଲିସକୁ ମାଡ଼ ଘଟଣା। ବର୍ତ୍ତମାନ ଏହାଠାରୁ ଆହୁରି ସଙ୍ଗୀନ ଘଟଣା ଓଡ଼ିଶାର ବାଣୀବିହାରରେ ଦେଖିବାକୁ ମିଳିଥିବା ଛାତ୍ର କଂଗ୍ରେସ ଅଭିଯୋଗ କରିଛି।

ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ ଗଣମାଧ୍ୟମ ସମ୍ମିଳନୀରେ କହିଛନ୍ତି-“ପୂର୍ବତନ ବାଣୀବିହାର ଛାତ୍ର ସଂସଦ ସଭାପତି ଚିନ୍ମୟ ସାହୁ ଓ ତନ୍ମୟ ସ୍ୱାଇଁ ଶାସକ ଦଳର ଛତ୍ରଛାୟା ତଳେ ରହି ଗୋପବନ୍ଧୁ ଛାତ୍ରବାସ, ମଧୁସୂଦନ ଛାତ୍ରାବାସ ଏବଂ ଅନ୍ୟାନ୍ୟ ଛାତ୍ରାବାସରେ ଅଣଛାତ୍ରମାନଙ୍କୁ ଭଡ଼ାରେ ରୁମ୍‌ ଦେଇ ପ୍ରଚୁର ଅର୍ଥ ରୋଜଗାର କରୁଥିବା ପ୍ରଦେଶ ଛାତ୍ର କଂଗ୍ରେସ ଅନୁସନ୍ଧାନରୁ ଜାଣିବାକୁ ପାଇଛି। ଉପରୋକ୍ତ ବ୍ୟକ୍ତିମାନେ ଠିକାଦାରମାନଙ୍କୁ ଭୟଭୀତ କରାଇ ସେମାନଙ୍କଠାରୁ ଚାନ୍ଦା ଆଦାୟ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରୀ ଗସ୍ତରେ ଏହି ବିଶ୍ୱବିଦ୍ୟାଳୟକୁ ଯାଇ ବଡ଼ ବଡ଼ କଥା କହିଥିବା ବେଳେ ଏକ୍ଷେତ୍ରରେ ଆଜି ନିରବ ରହିବା ଅତ୍ୟନ୍ତ କ୍ଷୋଭର ବିଷୟ।”

ସେ କହିଛନ୍ତି-“ଅତୀତରେ ଚିନ୍ମୟ ସାହୁ ଗୋଲଡେନ ବାବାଙ୍କ ସହ ସଂପୃକ୍ତ ରହି ଦେଢ଼ କୋଟି ଟଙ୍କା ନେଇଥିବା କିଛି ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ଶ୍ରୀ ସାହୁ ବିଭିନ୍ନ ଚିଟ୍‌ଫଣ୍ଡ୍‌ ସଂସ୍ଥା ସହ ଜଡ଼ିତ ରହିଥିବା ଓଡ଼ିଶାବାସୀ ଜାଣିଛନ୍ତି। ଶ୍ରୀ ସାହୁ ଗଣମାଧ୍ୟମରେ ସ୍ପଷ୍ଟ କରିବେ କି, ସେ ପୂର୍ବରୁ ବ୍ୟବହାର କରୁଥିବା ଏକ ଧଳା ରଙ୍ଗର ସ୍କର୍ପିଓ ଗାଡ଼ି (OR-02 BF-7890) କେଉଁ ପରିସ୍ଥିତିରେ କିଣି ଥିଲେ? ଚିଟ୍‌ଫଣ୍ଡ ଘୋଟାଲାର ଧରପଗଡ଼ ଚାଲିଥିବା ବେଳେ ସେ ଗାଡ଼ିଟି ହଠାତ୍ ଅଦୃଶ୍ୟ ହୋଇଗଲା କ’ଣ ପାଇଁ? ପୂର୍ବରୁ ଯଦି ତାଙ୍କର ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଓ ମୋବାଇଲ କଲ୍ ଡିଟେଲସ୍ ଯାଞ୍ଚ କରାଯାଏ, ତେବେ ସେ ମିଶୁଥିବା ସମସ୍ତ ଠକ, ଡକାୟତ, ଗୁଣ୍ଡା ଓ କଳାବ୍ୟବସାୟୀଙ୍କ ନାମ ଲୋକଲୋଚନକୁ ଆସିପାରିବ।”

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି-“ଚିନ୍ମ ସାହୁ ଭୁବନେଶ୍ୱରର ପୂର୍ବତନ ମେୟରଙ୍କ ପୋଷା ଗୁଣ୍ଡା ଭଳି କାର୍ଯ୍ୟ କରୁଛନ୍ତି। ଛାତ୍ରାବାସଗୁଡ଼ିକୁ କବଜାରେ ରଖିଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ମୁଖ୍ୟମନ୍ତ୍ରୀ ଗିରଫ ନକଲେ ଖୁବଶୀଘ୍ର ଛାତ୍ର କଂଗ୍ରେସ ନବୀନ ନିବାସ ଘେରାଉ କରିବାକୁ ବାଧ୍ୟ ହେବ।”



from Odisha Reporter https://ift.tt/2u0DDzS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages