ଅଷ୍ଟ୍ରେଲୀୟ ଆତଙ୍କୀର ନ୍ୟୁଜିଲ୍ୟାଣ୍ଡରେ ମୃତ୍ୟୁତାଣ୍ଡବ, ୪୦ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 15, 2019

ଅଷ୍ଟ୍ରେଲୀୟ ଆତଙ୍କୀର ନ୍ୟୁଜିଲ୍ୟାଣ୍ଡରେ ମୃତ୍ୟୁତାଣ୍ଡବ, ୪୦ ମୃତ

କ୍ରାଏଷ୍ଟଚର୍ଚ୍ଚ: ନ୍ୟୁଜିଲ୍ୟାଣ୍ଡର ଦୁଇଟି ମସଜିଦ୍‌ରେ ଜଣେ ବନ୍ଧୁକଧାରୀ ଆତଙ୍କୀ ଗୁଳି ବର୍ଷଣ କରି ମୃତ୍ୟୁର ତାଣ୍ଡବ ରଚିଥିବା ସୂଚନା ମିଳିଛି। ଏଥିରେ ଶେଷ ଖବର ସୁଦ୍ଧା ୪୦ ଜଣଙ୍କର ମୃତ୍ୟୁ ହୋଇଥିବା ନିଜେ ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡର୍ଣ୍ଣ କହିଛନ୍ତି। ସେ କହିଛନ୍ତି ଯୋଜନାବଦ୍ଧ ଭାବରେ ଏହି ଆକ୍ରମଣ କରାଯାଇଥିଲା।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମାରିସନ୍‌ କହିଛନ୍ତି, ଏହି ଗୁଳିକାଣ୍ଡ ଘଟାଇଥିବା ଆତଙ୍କୀ ଜଣେ ‘ଉଗ୍ରବାଦୀ, ଦକ୍ଷିଣପନ୍ଥୀ ଏବଂ ହିଂସ୍ର ଆତଙ୍କବାଦୀ’, ଯେକି ଜଣେ ଅଷ୍ଟ୍ରେଲୀୟ ଆତଙ୍କବାଦୀ। ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ କର୍ତ୍ତୃପକ୍ଷଙ୍କ ନେତୃତ୍ୱରେ ଏହି ମାମଲାର ତଦନ୍ତ କରାଯାଉଥିବାରୁ ସେ ଅନ୍ୟ କିଛି ବିଶେଷ ତଥ୍ୟ ଦେବାକୁ ମନା କରିଛନ୍ତି।

ଏହି ଆକ୍ରମଣ ପରେ ନ୍ୟୁଜିଲ୍ୟାଣ୍ଡରେ ହାଇ ଆଲର୍ଟ ଜାରି କରାଯାଇଛି। ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଜାସିଣ୍ଡାଙ୍କ କହିବା ଅନୁଯାୟୀ, ନ୍ୟୁଜିଲାଣ୍ଡ ବିବଧତାରେ ଏକତାକୁ ପ୍ରତିନିଧିତ୍ୱକରୁଥିବାରୁ ଏହି ଆକ୍ରମଣ ଘଟିଛି। ଏହି ଆକ୍ରମଣକାରୀମାନେ ନ୍ୟୁଜିଲ୍ୟାଣ୍ଡରେ ତାଲିକାଭୁକ୍ତ ନଥିବା ସେ ଜଣାଇଛନ୍ତି।

ସେ ଆଜିର ଦିନକୁ ନ୍ୟୁଜିଲ୍ୟାଣ୍ତ ପାଇଁ କଳାଦିବସ ବୋଲି କହିଛନ୍ତି। ସେ କହିଛନ୍ତି, “ଯାହା କିଛି ମଧ୍ୟ ଘଟିଲା, ତାହା ଅସାଧାରଣ ଏବଂ ଅକ୍ଷମଣୀୟ ଆକ୍ରମଣ।” ପୁଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।

ଆଜି ଶୁକ୍ରବାର ହୋଇଥିବାରୁ ମସଜିଦ୍‌ରେ ପ୍ରବଳ ଭିଡ଼ ଥିଲା। ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଥିବା ବାଂଲାଦେଶର ଖେଳାଳିମାନେ ଏହି ମସ୍‌ଜିଦ୍‌ଠାରେ ପହଞ୍ଚିବାର କିଛି ମିନିଟ୍‌ ପୂର୍ବରୁ ହିଁ ଆକ୍ରମଣ ଆରମ୍ଭ ହୋଇସାରିଥିଲା।

ସ୍ଥାନୀୟ କମିଶନର ମାଇକ୍‌ ବୁଶ୍‌ଙ୍କ ଘଟଣା ପରେ ପରେ ହିଁ କହିଥିଲେ, ଚିତ୍ର ବର୍ତ୍ତମାନ ସୁଦ୍ଧା ମଧ୍ୟ ସ୍ପଷ୍ଟ ହୋଇନାହିଁ। କିନ୍ତୁ କୁହାଯାଇପାରିବ ଯେ ଅନେକ ସଂଖ୍ୟାରେ ଲୋକ ପ୍ରାଣ ହରାଇଛନ୍ତି। ପୁଲିସ୍‌ ସ୍ଥିତି ସମ୍ଭାଳିବା ପାଇଁ ପ୍ରୟାସ କରୁଛି, କିନ୍ତୁ ଘଟଣାର ଭୟବହତା ବହୁତ ରହିଛି।

ଆକ୍ରମଣକାରୀ ନିଜେ ଏହି ଆକ୍ରମଣ ସମୟର ଲାଇଭ୍‌ ଭିଡିଓ ମଧ୍ୟ ଭାଇରାଲ କରିଥିବା ଅଭିଯୋଗ ହୋଇଛି। ଏହା ସତ କି ମିଛ କିଛି ସ୍ପଷ୍ଟ ହୋଇନଥିବାବେଳେ ପୁଲିସ ଏହାକୁ ହଟାଇବାକୁ ପ୍ରୟାସ ଆରମ୍ଭ କରିଛି। ଏପରିକି ଅନ୍ୟମାନଙ୍କୁ ଶେୟାର ନକରିବାକୁ ପୁଲିସ୍ ପକ୍ଷରୁ ଅନୁରୋଧ କରାଯାଇଛି।



from Odisha Reporter https://ift.tt/2FdecS1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages