ବିଜେଡିରୁ ଇସ୍ତଫା ଦେଲେ ନୀଳଗିରି ବିଧାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 15, 2019

ବିଜେଡିରୁ ଇସ୍ତଫା ଦେଲେ ନୀଳଗିରି ବିଧାୟକ

sukanta

ନୀଳଗିରି (ବିଶ୍ୱମ୍ବର ଦାସ): ଜଣେ ପରେ ଜଣେ ନେତା ବିଜେଡି ଛାଡ଼ୁଛନ୍ତି। ଗତକାଲି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ଦଳ ଛାଡ଼ିଥିବା ବେଳେ ଆଜି ନୀଳଗିରି ବିଧାୟକ ଇଂ. ସୁକାନ୍ତ ନାୟକ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି।

ସୁକାନ୍ତ ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି, ମୋତେ ନୀଳଗିରି ବିଧାୟକ କରିଥିବାରୁ ମୁଁ ଆପଣଙ୍କ ନିକଟରେ କୃତଜ୍ଞ। କିନ୍ତୁ ମୋ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି। ଏକ ମିଶ୍ରଣପର୍ବରେ ମୋତେ ଅଣଦେଖା କରାଯାଇଛି। ଯାହାଙ୍କ ମିଶ୍ରଣ ପର୍ବରେ ମୋତେ ଅଣଦେଖା କରାଯାଇଥିଲା, ସେ ୨୦୧୪ରେ ୧୩,୦୦୦ ଭୋଟ୍‌ରେ ହାରିଥିଲେ।

ଏହା ସହିତ ସେ ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତିଙ୍କ ନାଁରେ ବି ସେ ଅଭିଯୋଗ କରିଛନ୍ତି। ସୁକାନ୍ତ ଲେଖିଛନ୍ତି, ଜିଲ୍ଲା ବିଜେଡି ସଭାପତି ଦେଉଥିବା ମାନସିକ ନିର୍ଯାତନା ଦିନକୁ ଦିନ ଅସହ୍ୟ ହୋଇଯାଇଥିଲା। ଏହା ମୋତେ ଖୁବ୍ ବାଧିଛି। ତେଣୁ ମୁଁ ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଉଛି।

letterଗତକାଲି ଦଳ ଛାଡ଼ିଥିବା ସାଂସଦ ବଳଭଦ୍ର ମାଝୀ କହିଥିଲେ ଯେ ସେ ଦଳରେ ପ୍ରତାରିତ ହେଲା ଭଳି ଅନୁଭବ କରୁଥିଲେ। ଦଳରେ ଆଉ ତାଙ୍କର ଆବଶ୍ୟକତା ନଥିବା ଭଳି ତାଙ୍କୁ ଅନୁଭବ ହେଉଥିଲା।

ସୁକାନ୍ତ ଓ ବଳଭଦ୍ରଙ୍କ ପୂର୍ବରୁ ବାବୁ ସିଂହ ବିଜେଡି ଛାଡ଼ିଥିଲେ। ସେ ବିଜେଡିର ଭୁବନେଶ୍ୱର ଜିଲ୍ଲାର କାର୍ଯ୍ୟକାରୀ ସଭାପତି ଥିଲେ। ଦଳରେ ତାଙ୍କୁ କୋଣଠେସା କରାଯିବାରୁ ସେ ଇସ୍ତଫା ଦେଇଥିବା କହିଥିଲେ। ସେ ବିଜେପିରେ ଯୋଗ ଦେଇଛନ୍ତି।



from Odisha Reporter https://ift.tt/2O4OLoK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages