ଆତଙ୍କବାଦୀ ଆକ୍ରମଣ ପଛରେ ବିଚ୍ଛିନ୍ନତାବାଦୀ ନେତା, ଆଗକୁ ବଡ଼ ଖୁଲାସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 18, 2019

ଆତଙ୍କବାଦୀ ଆକ୍ରମଣ ପଛରେ ବିଚ୍ଛିନ୍ନତାବାଦୀ ନେତା, ଆଗକୁ ବଡ଼ ଖୁଲାସା

ନୂଆଦିଲ୍ଲୀ: କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ମିରୱାଇଜ ଉମର ଫାରୁକଙ୍କ ସହ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା, ଜାମାତ-ଉଦ-ଦାୱା, ହିଜବୁଲ ମୁଜାହିଦ୍ଦିନର ଲିଙ୍କ ଥିଲା ବୋଲି ଏନଆଇଏ ତଦନ୍ତରୁ ସ୍ପଷ୍ଟ ହୋଇଥିବା ସୂଚନା ମିଳିଛି। ନିକଟରେ ହୋଇଥିବା ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ପଛରେ ମଧ୍ୟ ଫାରୁକର ସହଯୋଗ ଥିବା ଏନଆଇଏ ତଦନ୍ତରୁ ଜଣାପଡ଼ିଛି।
ଖବର ସରବରାହ ସଂସ୍ଥା ଆଇଏଏନଏସକୁ ଜଣେ ଏନଆଇଏ ଅଧିକାରୀ ନିଜ ନାଁ ଗୁପ୍ତ ରଖି ଏହି ସୂଚନା ଦେଇଥିବା ଜଣାପଡ଼ିଛି।

ଖାଲି ଫାରୁକ ନୁହନ୍ତି, ଆଉ ୬ ଜଣ ବିଚ୍ଛିନ୍ନତାବାଦୀ ନେତା ମଧ୍ୟ ଆତଙ୍କବାଦୀ ଲିଙ୍କ ମାମଲାରେ ଗିରଫ ହେବେ ବୋଲି ଜଣାପଡ଼ିଛି। ମେ ୨୦୧୭ରେ ଆତଙ୍କବାଦୀମାନେ କରିଥିବା ଏକ ଟେରର ଫଣ୍ଡିଂ ମାମଲାରେ ସମ୍ପୃକ୍ତି ପାଇଁ ଏହି ୬ ନେତା ଗିରଫ ହେବେ ବୋଲି ଜଣାପଡ଼ିଛି। ତେବେ ଏମାନଙ୍କ ବିରୋଧରେ ଏତଲା ଦାୟର ହୋଇଛି କି ନାହିଁ, ସେ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ତେବେ ଏ ସମସ୍ତ ଘଟଣା ବାବଦରେ ଜୁନ ମାସ ସୁଦ୍ଧା ତଥ୍ୟ ସାର୍ବଜନୀନ କରାଯିବ ବୋଲି ଜଣାପଡ଼ିଛି।

ଯେଉଁ ବିଚ୍ଛିନ୍ନତାବାଦୀ ନେତା ଆତଙ୍କବାଦୀ ସଂଗଠନ ସହ ଲିଙ୍କ ରହିଛି, ସେମାନେ ହେଲେ ୟାସିନ ମାଲିକ, ଜମ୍ମୁ କଶ୍ମୀର ଲିବରେସନ ଫ୍ରଣ୍ଟର ଅଧ୍ୟକ୍ଷ ଏବଂ ନସିମ ଗିଲାନୀ। ମାର୍ଚ୍ଚ ୯ତାରିଖରେ ହାଜର ହେବା ପାଇଁ ଏନଆଇଏ ଏମାନଙ୍କୁ ସମନ କରିଛି। ତେବେ ଗିଲାନୀ ଏହି ମାମଲାରେ ତିନି ଥର ଏନଆଇଏ ଜେରାର ସମ୍ମୁଖୀନ ହୋଇସାରିଛନ୍ତି।

ସେହିପରି ମହମ୍ମଦ ଅଶରଫ ଖାନ୍, ତେହରିକ-ଏ-ହୁରିୟତ ଅଧ୍ୟକ୍ଷ, ମସରତ ଅଲାମ, ଜାଫର ଆକବର ଭଟ୍ ଭଳି ନେତା ଏହି ତାଲିକାରେ ରହିଛନ୍ତି।

ଏହି ନେତାଙ୍କ ଜମିଜମା କାଗଜପତ୍ର, ମୋବାଇଲ, ଲ୍ୟାପଟପ, ଇ-ଟ୍ୟାବଲେଟ, ଭିଡିଓ ଆଦିରୁ ଏନଆଇଏ ପ୍ରମାଣ ପାଇଥିବା ଜଣାପଡ଼ିଛି। ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଫେବୃଆରୀ ୨୬ରେ ଏନଆଇଏ ବିଚ୍ଛିନ୍ନତାବାଦୀ ନେତାଙ୍କର ବିଭିନ୍ନ ଠିକଣାରେ ରେଡ୍ କରିଥିଲା। ଏମିତିକି ଏହାପରେ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ସେମାନଙ୍କ ସୁରକ୍ଷା ପ୍ରତ୍ୟାହାର କରିନିଆଯାଇଥିଲା।



from Odisha Reporter https://ift.tt/2JzzoGn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages