ଗୁଇନ୍ଦା ବିଭାଗ କହିଥିଲା ନବୀନ ହିଞ୍ଜିଳିରେ ହାରିବେ : ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 18, 2019

ଗୁଇନ୍ଦା ବିଭାଗ କହିଥିଲା ନବୀନ ହିଞ୍ଜିଳିରେ ହାରିବେ : ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାରେ ନିର୍ବାଚନ ଲଢ଼ିବାର ଗୁମର ପଦାରେ ପଡ଼ିଛି। “ନବୀନ ନିଜର ପାରମ୍ପରିକ ସିଟ୍ ହିଞ୍ଜିଳିରେ ହାରିବାର ଆଶଙ୍କା ରହିଛି ବୋଲି ରାଜ୍ୟ ଗୁଇନ୍ଦା ବିଭାଗ ପକ୍ଷରୁ ପୁଲିସ ଡିଜିଙ୍କୁ ଦିଆଯାଇଥିବା ରିପୋର୍ଟ”କୁ ରାଜ୍ୟ ବିଜେପି ସାର୍ବଜନୀନ କରିବା ସହ ନବୀନଙ୍କ ପଶ୍ଚିମ ଓଡ଼ିଶା ପ୍ରୀତିକୁ ନେଇ ତୀବ୍ର ସମାଲୋଚନା କରିଛି। ଅବଶ୍ୟ ବିଜେପିର ସାମ୍ବାଦିକ ସମ୍ମିଳନୀ ପରେ ଏହି ଚିଠିକୁ ଜାଲ୍ ଦର୍ଶାଇ ଏକ ମାମଲା ରୁଜୁ କରାଯାଇଛି ବୋଲି ପୁଲିସ ଡିଜି ଡଃ ଆରପି ଶର୍ମା ଟ୍ୱିଟ୍ ମାଧ୍ୟମରେ ଜଣାଇଛନ୍ତି।

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ରାଜ୍ୟ ଗୁଇନ୍ଦା ବିଭାଗର ମାର୍ଚ୍ଚ ୧୫ ତାରିଖର ଏକ ଚିଠିକୁ ଗଣମାଧ୍ୟମ ସାମ୍ନାରେ ଉପସ୍ଥାପିତ କରିଛନ୍ତି। ରାଜ୍ୟ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶକଙ୍କ ଦସ୍ତଖତରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ପୁଲିସ ଡିଜିଙ୍କୁ ଦିଆଯାଇଥିବା ଏହି ତଥାକଥିତ ଚିଠିରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କରାଯାଇଥିବା ସମୀକ୍ଷାରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳିରୁ ନିର୍ବାଚନ ଲଢ଼ିଲେ ହାରିଯିବାର ଆଶଙ୍କା ଥିବା ଦର୍ଶାଇବା ସହ ବିଜୟ ସମ୍ଭାବନା ଥିବା ଅନ୍ୟ ୪ଟି ବିକଳ୍ପ ଆସନର ନାଁ ପ୍ରସ୍ତାବ ଦିଆଯାଇଥିଲା। ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଜନଅସନ୍ତୋଷର କାରଣ ସମ୍ପର୍କରେ ଏହି ତଥାକଥିତ ଗୁଇନ୍ଦା ରିପୋର୍ଟରେ ଉଲ୍ଲେଖ ଅଛି ଯେ, କାଳିଆ ଟଙ୍କାରେ ଅବ୍ୟବସ୍ଥା ଜନ ଅସନ୍ତୋଷର କାରଣ ପାଲଟିଛି। ସେହିପରି ବାତ୍ୟା ପରେ ସହାୟତା କେବଳ ବିଜେଡି କର୍ମୀ ଓ ନେତାଙ୍କ ପରିବାର ପାଖରେ ପହଞ୍ଚିଛି। ସରକାରଙ୍କ କୁଶାସନ ଓ ଭିତ୍ତିଭୂମିର ଅଭାବ ଯୋଗୁ ଲୋକଙ୍କ ମଧ୍ୟରେ ତୀବ୍ର ଅଶାନ୍ତି ରହିଛି। ଏପରି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳିି ନିର୍ବାଚନ ମଣ୍ଡଳୀରୁ ନଲଢ଼ି ଆଉ ୪ ଟି ବିକଳ୍ପ ନିର୍ବାଚନମଣ୍ଡଳୀ ଯଥା- ରାଉରକେଲା, ବିଜେପୁର, ବଲାଙ୍ଗୀର ଅଥବା ଟିଟିଲାଗଡ ବିଧାନସଭା ଆସନରୁ ଲଢ଼ିବା ପାଇଁ ଗୁଇନ୍ଦା ବିଭାଗ ଏହି ‘ରିପୋର୍ଟ’ରେ ପରାମର୍ଶ ଦେଇଛି।

ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଏବେ ନିଜର ଲୋକପ୍ରିୟତା ହରାଇ ସାରିଛନ୍ତି। ୪ଥର ହିଞ୍ଜିଳିରେ ଜିତିବା ସତ୍ତେ୍ୱ ସେଠାରେ ବିକାଶ ହୋଇନାହିଁ ଓ କୁଶାସନ ଯୋଗୁ ଲୋକେ ଅତିଷ୍ଠ ହୋଇ ପଡ଼ିଛନ୍ତି। ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ହଠାତ ତାଙ୍କର ପଶ୍ଚିମ ଓଡ଼ିଶା ପ୍ରେମ ଦେଖାଇଛନ୍ତି। ନିଜର ସ୍ଥିତି ରକ୍ଷା କରିବା ପାଇଁ ସେ ପଶ୍ଚିମ ଓଡ଼ିଶାରୁ ପ୍ରାର୍ଥୀ ହୋଇଛନ୍ତି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ସମୀର ମହାନ୍ତି ଏବଂ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ପୁଲିସ ଡିଜି ଡଃ ଆରପି ଶର୍ମା ଟ୍ୱିଟ୍ କରି କହିଛନ୍ତି ଯେ “ଏକ ରାଜନୀତିକ ଦଳ ପକ୍ଷରୁ ଗୁଇନ୍ଦା ବିଭାଗର ଜାଲ୍ ଦସ୍ତାବିଜକୁ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପନ କରାଯାଇଛି। କିନ୍ତୁ ସେ ସ୍ପଷ୍ଟ କରିବାକୁ ଚାହୁଁଛନ୍ତି ଯେ ଏହି ଦସ୍ତାବିଜ ସମ୍ପୂର୍ଣ୍ଣ ଭାବେ ଜାଲ୍ ଓ କପୋଳକଳ୍ପିତ। ଏନେଇ ଏକ ମାମଲା ମଧ୍ୟ ରୁଜୁ ହୋଇସାରିଛି।”



from Odisha Reporter https://ift.tt/2UHcwFX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages