ଗର୍ଭଧାରଣର ଲକ୍ଷଣ ନ ଥାଇ ବି ସନ୍ତାନ ପ୍ରସବ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 4, 2019

ଗର୍ଭଧାରଣର ଲକ୍ଷଣ ନ ଥାଇ ବି ସନ୍ତାନ ପ୍ରସବ…

ଲଣ୍ଡନ: କୁହାଯାଏ, ନାରୀର ପୂର୍ଣ୍ଣତା ଆସେ ମା’ ହେବା ପରେ। ଏହି ସମୟରେ ଘରର ଅନ୍ୟ ସଦସ୍ୟ ଗର୍ଭବତୀ ମହିଳାଙ୍କ ଯତ୍ନ ନେବା ସହ କ’ଣ ଖାଇବା ଦରକାର, କଣ ନୁହେଁ ସେ ବିଷୟରେ ପରାମର୍ଶ ଦେଇଥାନ୍ତି। ଏହି ସମୟରେ ମହିଳାଜଣକ ନିଜ ଗର୍ଭରେ ବଢୁଥିବା ଶିଶୁ ସହ ଭାବନାତ୍ମକ ଓ ମାନସିକ ସ୍ତରରେ ଯୋଡି ହୋଇଥାଏ।

ହେଲେ ଇଂଲଣ୍ଡରେ ଏପରି ଏକ ଘଟଣା ଘଟିଛି ଯାହା ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ। ଗ୍ରେଟ ମାଞ୍ଚେଷ୍ଟର ଓଲ୍ଡହୋମ୍‌ର ଇବୋନୀ ଷ୍ଟିଭେନ୍ସ ନାମ୍ନୀ ଜଣେ ମହିଳା ସନ୍ତାନ ପ୍ରସବ କରିବା ପର୍ଯ୍ୟନ୍ତ ଜାଣି ନ ଥିଲେ ଯେ ସେ ଗର୍ଭବତୀ ଅଛନ୍ତି। ଏହି ସମୟ ମଧ୍ୟରେ ତାଙ୍କ ମାସିକ ଧର୍ମ ବନ୍ଦ ହୋଇ ନ ଥିବା ବେଳେ ତାଙ୍କ ପେଟର ଆକାରରେ ମଧ୍ୟ କିଛି ପରିବର୍ତ୍ତନ ଆସି ନ ଥିଲା।  ଫଳରେ ସେ ଗର୍ଭବତୀ ଥିବା ସେ ନିଜେ କିମ୍ବା ତାଙ୍କ ପରିବାର ଲୋକେ ଜାଣି ପାରି ନ ଥିଲେ।

ଦିନେ ହଠାତ୍‌ ଇବୋନୀଙ୍କର ଜୋର୍‌ରେ ମୁଣ୍ଡ ବିନ୍ଧିଲା। ପରିବାର ଲୋକେ ତାଙ୍କୁ ମେଡିକାଲ ନେଇଥିଲେ। ଚିକିତ୍ସା ସମୟରେ ସେ କୋମାକୁ ଚାଲି ଯାଇଥିଲେ। ୪ ଦିନ ପରେ ଯେତେବେଳେ ତାଙ୍କର ଚେତା ଫେରିଲା, ସେ ଜାଣିବାକୁ ପାଇଲେ ଯେ, ସେ ଏକ କନ୍ୟା ସନ୍ତାନର ଜନନୀ ।

ପ୍ରଥମେ ତ ସେ ଏହାକୁ ସହଜରେ ଗ୍ରହଣ କରି ପାରି ନ ଥିଲେ। ହେଲେ ତାଙ୍କ ଚିକିତ୍ସା ଦାୟିତ୍ୱରେ ଥିବା ନର୍ସଜଣକ ଯେତେବେଳେ ଇବୋନୀଙ୍କ ପାଖକୁ ତାଙ୍କ ଝିଅକୁ ଆଣି ଦେଖାଇଥିଲେ, ସେ ଆଶ୍ଚର୍ଯ୍ୟ ହୋଇଗଲେ। ତଥାପି ତାଙ୍କର ବିଶ୍ୱାସ ହୋଇ ନ ଥିଲା। ମେଡିକାଲ କର୍ତ୍ତୃପକ୍ଷ ଭୁଲ ବୁଝାମଣାରୁ ଏପରି କହୁଥିବା ସେ ଯୁକ୍ତି କରିଥିଲେ।

ହେଲେ ଯେତେବେଳେ ଉକ୍ତ ଶିଶୁଟି ତାଙ୍କର ବୋଲି  ଇବୋନୀଙ୍କୁ ତାଙ୍କ ମା’  ସତକଥା କହିଲେ, ସେ ବିଶ୍ୱାସ କରିବା ଆରମ୍ଭ କରିଥିଲେ।

ତେବେ ଏ ସକ୍ରାଂନ୍ତରେ ଡାକ୍ତରଙ୍କ କହନ୍ତି,  ଫିଜିଓ ଥେରାପି ପାଠ ପଢୁଥିବା ଇବୋନୀ ୟୁଟ୍ରେସ ଡାଇଡେଲାଫିସ୍‌ ନାମକ ରୋଗରେ ପୀଡିତ ଥିଲେ। ପ୍ରାୟତଃ ୩୦୦ ମହିଳାଙ୍କ ମଧ୍ୟରୁ ଜଣେ ଏପରି ସ୍ଥିତିର ସମ୍ମୁଖୀନ ହୋଇଥାନ୍ତି। ଏପରି କ୍ଷେତ୍ରରେ ମହିଳାଙ୍କର ୨ଟି ୟୁଟ୍ରେସ ଥାଏ। ସେଥିମଧ୍ୟରୁ ଗୋଟିଏରେ ଭ୍ରୂଣ ଲୁଚି ରହିଥାଏ। ଯାହା ବିଷୟରେ ଖୋଦ ମହିଳାଜଣକ ବି କିଛି ଅନୁଭବ କରି ପାରି ନ ଥାନ୍ତି। ଅବଶ୍ୟ ଏପରି କ୍ଷେତ୍ରରେ ମହିଳାଙ୍କ ଗର୍ଭଧାରଣ ସମ୍ଭାବନା ବହୁତ କମ୍‌ ଥାଏ।

ଇବୋନୀଙ୍କ କ୍ଷେତ୍ରରେ ମଧ୍ୟ ଠିକ ସେଇଆ ଘଟିଥିଲା। ତାଙ୍କର ୨ ଟି ୟୁଟ୍ରେସ ରହିଥିବା ତାଙ୍କୁ ଚିକିତ୍ସା କରୁଥିବା ଡକ୍ଟର କହିଛନ୍ତି। ଗୋଟିଏ ୟୁଟ୍ରେସରେ ନିୟମିତ ଭାବେ ମାସିକ ଧର୍ମ ହେଉଥିବା ବେଳେ ଅନ୍ୟଟିରେ ଶିଶୁ ବିକଶିତ ହୋଇଥିଲା। ଛୁଆର ଓଜନ କମ୍‌ ଥିବାରୁ ଇବୋନୀ ୯ ମାସ ପର୍ଯ୍ୟନ୍ତ ତାକୁ ନିଜ ଗର୍ଭରେ ଧାରଣ କରିଥିଲେ ମଧ୍ୟ କିଛି ଅସ୍ୱାଭାବିକତା ଅନୁଭବ କରି ପାରି ନ ଥିଲେ। ନଚେତ ଏପରି କ୍ଷେତ୍ରରେ ମହିଳାମାନେ ପୂରା ୯ ମାସ ଗର୍ଭଧାରଣ କରି ପାରନ୍ତି ନାହିଁ।

ଡିସେମ୍ବର ୨ ତାରିଖରେ ଇବୋନୀ ହସ୍ପିଟାଲରେ ପହଞ୍ଚିବା ପରେ ତାଙ୍କୁ ପ୍ରଥମେ ବେହୋସ୍‌ କରି ଦିଆଗଲା। ସବୁ ପ୍ରକାର ଯାଞ୍ଚ ପରେ ଇବୋନୀ ଗର୍ଭବତୀ ଥିବା ଏବଂ ତାଙ୍କ ପ୍ରସବ ସମୟ ହୋଇ ଯାଇଥିବା ଡାକ୍ତରମାନେ ଜାଣିବାକୁ ପାଇଥିଲେ। ଏହାପରେ ସୁରକ୍ଷିତ ପ୍ରସବ ନିମନ୍ତେ ସେମାନେ ତୁରନ୍ତ ଅସ୍ତ୍ରୋପଚାର କରାଯିବ ବୋଲି ସ୍ଥିର କରି ଇବୋନୀଙ୍କ ପରିବାକୁ ଖବର ଦେଇଥିଲେ। ତାଙ୍କ ମା’ ମଧ୍ୟ ଏହି ଖବର ଶୁଣି ଚକିତ ହୋଇ ଯାଇ ତୁରନ୍ତ ମେଡିକାଲରେ ପହଞ୍ଚିଥିଲେ।

ଏହାପରେ ଅସ୍ତ୍ରୋପଚାର କରାଯାଇ ଇବୋନୀଙ୍କର ସୁରକ୍ଷିତ ପ୍ରସବ କରାଯାଇଥିଲା। ସେ ଏକ ସୁସ୍ଥ ଶିଶୁ କନ୍ୟା ଜନ୍ମ ଦେଇଥିଲେ। ୬ ତାରିଖରେ ଚେତା ଫେରିବା ପରେ ଇବୋନୀଙ୍କୁ ତାଙ୍କୁ ସନ୍ତାନ ବିଷୟରେ କୁହାଯାଇଥିଲା। ଯାହାକୁ କି ସେ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିଲେ। ନିଜ କ୍ୟାରିୟରକୁ ଗୁରୁତ୍ୱ ଦେଉଥିବା ଇବୋନୀ ୧୦ ବର୍ଷ ପରେ ଛୁଆ କଥା ଭାବିଥାନ୍ତେ ବୋଲି କହିଛନ୍ତି। ହେଲେ ଏବେ ନିଜ ଛୁଆକୁ ଛାଡି ସେ ଦଣ୍ଡେ ରହି ପାରୁ ନାହାନ୍ତି। ଗେହ୍ଲାରେ ସେ ନିଜ ଝିଅ ନାଁ ଇଲୋଡି ଦେଇଛନ୍ତି।

 



from Odisha Reporter https://ift.tt/2TfmRw4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages