ଖରାଦିନେ ସନ୍ ପଏଜନିଂରୁ ଏମିତି ପାଆନ୍ତୁ ରକ୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 3, 2019

ଖରାଦିନେ ସନ୍ ପଏଜନିଂରୁ ଏମିତି ପାଆନ୍ତୁ ରକ୍ଷା

ଆସିଗଲା ଖରାଦିନ। ଅତ୍ୟଧିକ ସୂର୍ଯ୍ୟ କିରଣ ସହି ପାରୁ ନ ଥିବା ଲୋକଙ୍କ ପାଇଁ ଏବେ ସତର୍କ ରହିବାର ସମୟ।  ଖରାଦିନେ ଲୋକେ ସାଧାରଣତଃ ସନଷ୍ଟ୍ରୋକ ପରି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ହେଲେ ଏହି ସନ ପଏଜନିଂ  କ’ଣ?  ପ୍ରକୃତରେ ସୂର୍ଯ୍ୟ କିରଣ ଦ୍ଵାରା ଆମ ଦେହରେ କୌଣସି ବିଷାକ୍ତୀକରଣ ପ୍ରକ୍ରିୟା ସୃଷ୍ଟି ହୋଇ ନଥାଏ। ସୂର୍ଯ୍ୟକିରଣ ଦ୍ଵାରା ଆମ ତ୍ୱଚାରେ ହେଉଥିବା ଅତ୍ୟଧିକ କ୍ଷତି (ସନ୍ ବର୍ଣ୍ଣ)କୁ  ସନ୍ ପଏଜନିଂ କୁହାଯାଏ।

ସୂର୍ଯ୍ୟର ଅତିବାଇଗଣି ରଶ୍ମି ଯୋଗୁ ଏହି ସନ୍ ପଏଜନିଂ ହୋଇଥାଏ । ଅତିବେଶିରେ ପନ୍ଦର ମିନିଟ୍ ଖରାରେ ରହିଲେ ଆପଣଙ୍କୁ ସନ୍ ପଏଜନିଂ ହେବାର ଆଶଙ୍କା ରହିଥାଏ। ଏହାଦ୍ୱାରା ଆମର ଚର୍ମ କ୍ଷତିଗ୍ରସ୍ତ ହୋଇଥାଏ।  କେବେ କେବେ ଏହା ସଙ୍ଗେ ସଙ୍ଗେ ଜଣା ପଡ଼ିଯାଉଥିବା ବେଳେ ଆଉ କେତେକ ସ୍ଥଳରେ ଏହା ବିଳମ୍ବରେ ଜଣା ପଡ଼ିଥାଏ।

ଅଧିକ ସମୟ ଆମେ ଖରାରେ ରହିଲେ ଚର୍ମ ନାଲି ପଡ଼ିବା, ଚର୍ମରେ ଜ୍ଵଳନ ହେବା ଆଦି ଲକ୍ଷଣ ଦେଖା ଦେଇଥାଏ। ଯଦି ଆପଣଙ୍କ ଚର୍ମ ପତଳା ହୋଇଥାଏ, ତେବେ ଆପଣ ବେଶି ସତର୍କ ରହିବା ଜରୁରି । କାରଣ ଆପଣ ଶୀଘ୍ର ଏହି ରୋଗରେ ଆକ୍ରାନ୍ତ ହୋଇପାରନ୍ତି।

ଲକ୍ଷଣ: ଅତ୍ୟଧିକ ସନବର୍ଣ୍ଣ କିମ୍ବା ସନ ପଏଜନିଂ ହେବା ଦ୍ଵାରା ସାଧାରଣତଃ ଚର୍ମ ନାଲି ପଡ଼ିଯିବା ଏବଂ ଚର୍ମ ଜ୍ଵଳନ ହେବା, ଯନ୍ତ୍ରଣା ହେବା ଏବଂ ଚର୍ମ ହାଲକା ଭାବରେ କୁଣ୍ଡାଇ ହେବା, ଚର୍ମ ଫୁଲିଯିବା ପରି ଲକ୍ଷଣ ମାନ ଦେଖା ଯାଇଥାଏ। ଏହା ବ୍ୟତୀତ ଅନେକଙ୍କ କ୍ଷେତ୍ରରେ ଜ୍ୱର, ଥଣ୍ଡା, ବାନ୍ତି ଲାଗିବା, ମୁଣ୍ଡ ବୁଲାଇବା, ଶରୀରର ଜଳୀୟ ଅଂଶ କମିଯିବା ସହ ଦୁର୍ବଳ ମଧ୍ୟ ଲାଗିଥାଏ।

ପ୍ରତିକାର:

୧) ସନବର୍ଣ୍ଣ କିମ୍ବା ସନ୍ ପଏଜନିଂ ହୋଇଥିଲେ ତୁରନ୍ତ ଚର୍ମ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ଅତ୍ୟଧିକ ସନବର୍ଣ୍ଣ କିମ୍ବା ସନ ପଏଜନିଂ ହୋଇଥିଲେ ଅଧିକ ସମୟ ଖରାରେ ରୁହନ୍ତୁ ନାହିଁ।   ଥଣ୍ଡା ପାଣିରେ ଗାଧାନ୍ତୁ।

୨) ପର୍ଯ୍ୟାପ୍ତ ପରିମାଣର ତରଳ ଖାଦ୍ୟ କିମ୍ବା ଜୁସ୍ ପିଅନ୍ତୁ।

୩) ଶରୀରର ଯେଉଁ ସ୍ଥାନରେ ସନ୍ ବର୍ଣ୍ଣ ହୋଇଛି ସେଠାରେ ଆଲୋଭେରା ଜେଲ୍ କିମ୍ବା ମଶ୍ଚରାଇଜର ଲଗାନ୍ତୁ। ପ୍ରାଥମିକ ଉପଚାର କରିବା ପରେ ନିଶ୍ଚୟ ଚର୍ମ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। ଯଦି ବାହାରକୁ ଯିବାର ଥାଏ ତେବେ ଯେଉଁଠାରେ ସନବର୍ଣ୍ଣ ହୋଇଛି ତାହାକୁ ସମ୍ପୂର୍ଣ୍ଣ ଭାବରେ ଲୁଗାରେ ଢାଙ୍କି ଯାଆନ୍ତୁ।

୪) ଖରାରେ ବାହାରକୁ ଯିବା ପୂର୍ବରୁ ସନସ୍କ୍ରିନ୍ ଲୋଶନ ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ। ଏହି ଲୋଶନ ୟୁଭିଏ ଏବଂ ୟୁଭିବି ପ୍ରୋଟେକ୍ଟଡ୍ ହୋଇଥିବା ଆବଶ୍ୟକ। ବାହାରକୁ ଯିବାର ପନ୍ଦରରୁ ତିରିଶ ମିନିଟ୍ ପୂର୍ବରୁ ଏହି ଲୋଶନ ବ୍ୟବହାର କରନ୍ତୁ। ଆବଶ୍ୟକସ୍ଥଳେ ଦୁଇଘଣ୍ଟା ବ୍ୟବଧାନରେ ଲୋଶନ ବ୍ୟବହାର କରିପାରନ୍ତି।

୫) ଦିନ ଦଶଟାରୁ ଚାରିଟା ମଧ୍ୟରେ ଖରାରେ ବାହାରକୁ ନଯିବାକୁ ଚେଷ୍ଟା କରନ୍ତୁ। ଯଦି ନିହାତି ଆବଶ୍ୟକ ତେବେ ସନ୍ ଗ୍ଲାସ, ଟୋପି ନିଶ୍ଚୟ ବ୍ୟବହାର କରନ୍ତୁ।   ଉପଯୁକ୍ତ ପୋଷାକ ପରିଧାନ କରନ୍ତୁ ଯେପରି ପୋଷାକ ଆପଣଙ୍କ ଶରୀରକୁ ସମ୍ପୂର୍ଣ୍ଣ ଆବୃତ କରି ରଖିବ ।

 

 



from Odisha Reporter https://ift.tt/2Tr6Lig

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages