ପୋଲିଂ ଗାଡ଼ି ଆଗରେ ଆମେ ଶୋଇବୁ: ଅକ୍ଷୟ କୁମାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 20, 2019

ପୋଲିଂ ଗାଡ଼ି ଆଗରେ ଆମେ ଶୋଇବୁ: ଅକ୍ଷୟ କୁମାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନ ପ୍ରକ୍ରିୟାରେ ବାଧକ ସାଜିପାରେ ନବ ନିର୍ମାଣ କୃଷକ ସଂଗଠନ। ଦୀର୍ଘ ଦିନର ଦାବିକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପୂରଣ କରୁନଥିବାରୁ ସଙ୍ଗଠନ ନିର୍ବାଚନ ପ୍ରକ୍ରିୟାରେ ଅସହଯୋଗ କରିବା ଲାଗି ନିଷ୍ପତ୍ତି ନେଇଛି। ଏନେଇ ସୂଚନା ଦେଇଛନ୍ତି ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର।

ସେ କହିଛନ୍ତି,“ଚାଷୀଙ୍କ ପାଇଁ ପ୍ରାଇସ୍‌, ପ୍ରେଷ୍ଟିଜ ଓ ପେନସନ୍ ଦାବିରେ ସଂଗଠନ ଏଥର ଅହିଂସା ଓ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନକୁ ବିରୋଧ କରିବ। ଏଥିପାଇଁ ଏପ୍ରିଲ ୨ରୁ ୨୨ ଯାଏ ଲୋକଙ୍କୁ ସଚେତନ କରାଯିବ। ଗାଁ ଭିତରକୁ ପୋଲିଂ ଅଫିସରଙ୍କୁ ପୂରାଇ ଦିଆଯିବନି। ପୋଲିଂ ଗାଡ଼ି ଆଗରେ ଶୋଇବୁ। ଏଥିପାଇଁ ଆମକୁ ଜେଲ୍‌ ଯିବାକୁ ପଡ଼ିଲେ, ଆମେ ଯିବୁ।”

ଆଜି ଏଥିପାଇଁ ସଙ୍ଗଠନ ପକ୍ଷରୁ ସିଇଓଙ୍କୁ ଭେଟି ଏହି ସଚେତନ ଯାତ୍ରା ପାଇଁ ଅନୁମତି ଲୋଡାଯାଇଛି।

ସୂଚନାରୁ ପ୍ରକାଶ, ପ୍ରାଇସ୍‌, ପ୍ରେଷ୍ଟିଜ ଓ ପେନସନ୍ ଦାବିରେ ନବ ନିର୍ମାଣ କୃଷକ ସଙ୍ଗଠନ ଦୀର୍ଘ ଦିନରୁ ଦାବି କରିଆସୁଛି। ମାତ୍ର ରାଜ୍ୟ ସରକାର ମିଥ୍ୟା ପ୍ରତିଶ୍ରୁତି ଦେଇ ଠକି ଚାଲିଛନ୍ତି। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ସେଥିପାଇଁ ଚାଷୀମାନେ ନିର୍ବାଚନରେ ଅସହଯୋଗ କରିବାକୁ ନିଷ୍ପତ୍ତି ନେଇଛନ୍ତି।



from Odisha Reporter https://ift.tt/2Wc10CQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages