ଜମ୍ମୁ-କଶ୍ମୀରରେ ମେଣ୍ଟ କଲେ କଂଗ୍ରେସ ଓ ଏନ୍‌ସି, କିନ୍ତୁ ଅଲଗା ଅଲଗା ପ୍ରାର୍ଥୀ ଦେବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 20, 2019

ଜମ୍ମୁ-କଶ୍ମୀରରେ ମେଣ୍ଟ କଲେ କଂଗ୍ରେସ ଓ ଏନ୍‌ସି, କିନ୍ତୁ ଅଲଗା ଅଲଗା ପ୍ରାର୍ଥୀ ଦେବେ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ବିଜେପିକୁ ମାତ୍‌ ଦେବା ପାଇଁ କଂଗ୍ରେସ ଓ ନ୍ୟାଶନାଲ କନଫରେନ୍ସ(ଏନସି) ଆଜି ମେଣ୍ଟ କରିଛନ୍ତି। ଉଭୟ ଦଳ ଲୋକସଭା ନିର୍ବାଚନ ପାଇଁ ମେଣ୍ଟ କରିଛନ୍ତି। ଦେଶର ସୁରକ୍ଷା ପାଇଁ ଉଭୟ ଦଳ ମେଣ୍ଟ କରିଥିବା ଏନ୍‌ସି ମୁଖ୍ୟ ଫାରୁକ ଅବଦୁଲ୍ଲା କହିଛନ୍ତି।

ଉଭୟ ମେଣ୍ଟ କରିଥିଲେ ହେଁ ୩ଟି ଆସନର ଅଙ୍କ ଛିଡ଼ିନାହିଁ। ବାକି ୩ଟି ଆସନରୁ କଂଗ୍ରେସ ୨ଟି ଓ ଏନସି ଗୋଟିଏରେ ପ୍ରାର୍ଥୀ ଦେବ। ସେହିପରି ବାକି ୩ଟି ଆସନରେ ଉଭୟ ଦଳ ପ୍ରାର୍ଥୀ ଦେବେ। ହେଲେ ସେଠାରେ ବନ୍ଧୁତ୍ୱପୂର୍ଣ୍ଣ ଲଢ଼େଇ ହେବ ବୋଲି ଉଭୟ ଦଳ କହିଛନ୍ତି।
ମେଣ୍ଟ ସମ୍ପର୍କରେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଓ ଏନ୍‌ସି ନେତା ଫାରୁକ ଅବଦୁଲ୍ଲା ସୂଚନା ଦେଇଛନ୍ତି। ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ ଉଭୟ କହିଛନ୍ତି, “ କଂଗ୍ରେସ ଜମ୍ମୁ ଓ ଉଦ୍ଧମପୁରରୁ ନିର୍ବାଚନ ଲଢ଼ିବ। ସେହିପରି ଏନ୍‌ସି ଶ୍ରୀନଗର ଲୋକସଭା ଆସନରେ ପ୍ରାର୍ଥୀ ଦେବ।

ତେବେ ଅନନ୍ତନାଗ ଓ ବାରମୁଲ୍ଲାରେ ଉଭୟ ଦଳ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ଲଢ଼େଇ ହେବ। ସେହିପରି ଲଦାଖ ଲୋକସଭା ସିଟ୍‌ ସମ୍ପର୍କରେ ଆମେ ଆଲୋଚନା କରୁଛୁ।”

ବନ୍ଧୁତ୍ୱପୂର୍ଣ୍ଣ ଲଢ଼େଇର ଅର୍ଥ ଉଭୟ ଏଠାରେ ପ୍ରାର୍ଥୀ ଦେବେ। କିନ୍ତୁ ଯିଏ ଜିତିବ ସେ ମେଣ୍ଟର ସାଂସଦ ହେବ। ବିଜେପିକୁ କାଉଣ୍ଟର କରିବାକୁ ଏନ୍‌ସି ସର୍ବଦା କଂଗ୍ରେସ ସହ ରହିଛି ବୋଲି ଗୁଲାମ ନବୀ ଆଜାଦ କହିଛନ୍ତି।



from Odisha Reporter https://ift.tt/2Yar4zZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages