
ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ପଡ଼ିଆ ଏସ୍ଏସ୍ଡି ହାଇସ୍କୁଲରୁ ମ୍ୟାଟ୍ରିକ OMR ଶୀଟ୍ ଗାଏବ ଘଟଣାରେ ୩ ଜଣ ଶିକ୍ଷକ ଗିରଫ ହୋଇଛନ୍ତି। ସେମାନେ ହେଲେ ପରୀକ୍ଷା ସେଣ୍ଟର ଉପଅଧୀକ୍ଷକ ଶତ୍ରୁଘ୍ନ ସ୍ୱାଇଁ, ଅବଜରଭର ସନ୍ଦୀପ ସାହୁ ଓ ଗଠନପାଲି ହାଇସ୍କୁଲର ପ୍ରଧାନ ଶିକ୍ଷକ ଜଳନ୍ଧର ବେହେରା।
ବିନା ଅନୁମତିରେ ପରୀକ୍ଷା କେନ୍ଦ୍ରକୁ ଆସିଥିବାରୁ ଜଳନ୍ଧରଙ୍କୁ ଗିରଫ କରାଯାଇଛି। ସେହିପରି ପିଅନ ସୁପ୍ରିତ ସେଠୀଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି।
ଗତ ଶନିବାର ପଡ଼ିଆ ଏସ୍ଏସ୍ଡି ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୧୦୮ ଜଣ ଛାତ୍ରଛାତ୍ରୀ ଗଣିତ ପରୀକ୍ଷା ଦେଇଥିଲେ। କିନ୍ତୁ ତା’ପରଦିନ ଅର୍ଥାତ୍ ରବିବାର ସକାଳେ ୧୦୮ଟି ଓଏମ୍ଆର୍ ଶୀଟ୍ ଗାଏବ ହୋଇଯାଇଥିଲା।
ଚଳିତବର୍ଷ ପରୀକ୍ଷା ଆରମ୍ଭରୁ ହିଁ ପ୍ରଶ୍ନପତ୍ର ଭାଇରାଲ୍ ଖବର ଆସିଥିଲା। ପ୍ରଥମ ଦିନରେ ମାତୃଭାଷା ଓଡ଼ିଆର ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ବେଳେ ଶନିବାର ଗଣିତ ପ୍ରଶ୍ନପତ୍ରର ସେଟ୍ ଡି’ ଭାଇରାଲ୍ ହୋଇଥିଲା। ପରୀକ୍ଷା ଚାଲିଥିଲା ବେଳେ ବଲାଙ୍ଗିର ଓ କଳାହାଣ୍ଡିରେ ଗଣିତ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା। ଏହି ଘଟଣାରେ ୩ ଜଣଙ୍କୁ ସସ୍ପେଣ୍ଡ୍ କରାଯାଇଥିବା ବେଳେ ସେମାନଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ୍ ଘଟଣାରେ ମଧ୍ୟ ୮ ଜଣ ଗିରଫ ହୋଇଛନ୍ତି। ହିନ୍ଦୀ ଓ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍ ଖବର ବି ଆସିଥିଲା। ତେବେ ସେଗୁଡ଼ିକ ପୁରୁଣା ବର୍ଷର ପ୍ରଶ୍ନପତ୍ର ବୋଲି ଯାଞ୍ଚ ପରେ ଜଣାପଡ଼ିଥିଲା।
from Odisha Reporter https://ift.tt/2Hgah8r
No comments:
Post a Comment