ସହିଦନଗର ଥାନାରେ ପୁଲିସକୁ ମାଡ଼ ଘଟଣା: ମୁଖ୍ୟ ଅଭିଯୁକ୍ତ ଫେରାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 5, 2019

ସହିଦନଗର ଥାନାରେ ପୁଲିସକୁ ମାଡ଼ ଘଟଣା: ମୁଖ୍ୟ ଅଭିଯୁକ୍ତ ଫେରାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେହରେ ଟ୍ରାକ୍‌ସୁଟ୍‌, ହାତରେ ସିଲଟ। ଆଉ ସେଥିରେ ଲେଖାହୋଇଛି ଅଧ ଡଜନେରୁ ଅଧିକ ଦଫା। ତା’ଭିତରେ ଅଛି ଦଫା ୩୦୭। ଏହି ଯୁବକମାନେ ହେଉଛନ୍ତି ବିଜୁ ଛାତ୍ର ଜନତା ଦଳର ପୂର୍ବତନ ସମ୍ପାଦକ ଅମିତ ଜେନା ଓ ଶିବାନନ୍ଦ ନାଥ। ଏମାନେ ଭୁବନେଶ୍ୱର ସହିଦ୍‌ ନଗର ଥାନାରେ ପଶି ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ହେଲେ ଘଟଣାକୁ ୩୬ ଘଣ୍ଟା ବିତିଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ତଥା ବିଜୁ ଯୁବ ଜନତା ଦଳର ଉପସଭାପତି ପ୍ରକାଶ ତ୍ରିପାଠୀଙ୍କ ପତ୍ତା ପାଉନି ପୁଲିସ। ଏଥିରୁ ପୁଲିସ ତଦନ୍ତ ପ୍ରକ୍ରିୟାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଗତ ରବିବାର ରାତିରେ ଭିଏସ୍ଏସ୍‌ ନଗରରେ ଏକ କାର୍‌ ସହ ବାଇକ୍‌ର ଧକ୍କା ହୋଇଥିଲା। ଦୁର୍ଘଟଣାଗ୍ରସ୍ତ କାରଟି ବିଜୁ ଯୁବ ଜନତା ଦଳର ଉପସଭାପତି ପ୍ରକାଶ ତ୍ରିପାଠୀଙ୍କ ଜଣେ ବନ୍ଧୁଙ୍କର। ଏ ସମ୍ପର୍କରେ ସୂଚନା ପାଇବା ପରେ ପ୍ରକାଶ ସହିଦନଗର ଥାନାରେ ଦଳବଳ ଧରି ଏତଲା ଦେବା ପାଇଁ ପହଞ୍ଚିଥିଲେ। ଠିକ୍ ଏହି ସମୟରେ ବାଇକ୍‌ ଚାଳକଙ୍କ ଗୋଷ୍ଠୀ ଥାନାରେ ପହଞ୍ଚିବା ପରେ ରାତି ପ୍ରାୟ ସାଢ଼େ ୧୧ଟାରୁ ୧୨ଟା ମଧ୍ୟରେ ସହିଦନଗର ଥାନା ରଣକ୍ଷେତ୍ରରେ ପରିଣତ ହୋଇଥିଲା ସଂଘର୍ଷ।

ସହିଦନଗର ଥାନା ଏଏସ୍ଆଇଙ୍କ ଅଭିଯୋଗ ଅନୁଯାୟୀ, ଲଙ୍କାକାଣ୍ଡର ମୁଖ୍ୟ ଭୂମିକା ନେଇଥିଲେ ବିଜୁ ଯୁବ ଜନତା ଦଳର ଉପସଭାପତି ପ୍ରକାଶ ତ୍ରିପାଠୀ। ତେବେ ସେ କେତେକ ପୁଲିସ ଅଫିସରଙ୍କ ସହ ଫଟୋପୋଜ୍‌ ଦେଉଥିବା ଦେଖିବାକୁ ମିଳୁଛି। ଯାହା ଏବେ ଗଣମାଧ୍ୟମର ହସ୍ତଗତ ହୋଇଛି। ଯେଉଁଥିରୁ ପ୍ରମାଣ ମିଳୁଛି ପୁଲିସ ସହିତ ପ୍ରକାଶଙ୍କ ସଂପର୍କ ବେଶ୍ ନିବିଡ଼। ଅଥଚ ଲଙ୍କାକାଣ୍ଡର ୩୬ ଘଣ୍ଟା ପରେ ମଧ୍ୟ ପ୍ରକାଶଙ୍କ ପାଖରେ ପହଞ୍ଚିପାରୁନି ପୁଲିସ।

କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି-“ଘଟଣାର ତଦନ୍ତ ଚାଲିଛି। ଅଭିଯୁକ୍ତଙ୍କୁ ଗିରଫ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି।”

ପୂର୍ବରୁ ପୁଲିସ ଉପରେ କେଉଁଠି ଆକ୍ରମଣ ହୋଇଛି

୨୦୧୯ ଜାନୁଆରୀରେ ପୂର୍ବତନ ସରପଞ୍ଚଙ୍କୁ ଧମକ ଅଭିଯୋଗରେ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଲୋକେ ତାତିଥିଲେ। ଏପରିକି ବେଗୁନିଆ ଥାନାରେ ଲଙ୍କାକାଣ୍ଡ ଭିଆଇଥିଲେ।
୨୦୧୮ ଅକ୍ଟୋବରରେ ଗୋଷ୍ଠୀ ସଂଘର୍ଷକୁ କେନ୍ଦ୍ର କରି ଖଣ୍ଡଗିରି ଥାନାରେ ଲୋକେ ଆକ୍ରମଣ କରିଥିଲେ। ଫଳରେ ୪ ପୁଲିସ କର୍ମଚାରୀ ଆହତ ହୋଇଥିଲେ।
୨୦୧୮ ସେପ୍ଟେମ୍ବରରେ କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଆକ୍ରମଣ କରିଥିଲେ ବିଜେଡି କର୍ମୀ। ଏଥିରେ ଥାନାର ଏସ୍ଆଇ ଆହତ ହୋଇଥିଲେ।
୨୦୧୮ ମଇ ମାସରେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଉପରେ ଆକ୍ରମଣ ହୋଇଥିଲା। ଫଳରେ ଥାନା ଅଧିକାରୀଙ୍କ ସହ ୮ ପୁଲିସ କର୍ମଚାରୀ ଆହତ ହୋଇଥିଲେ।
୨୦୧୮ ଫେବୃୟାରୀରେ ହାଜତ ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକେ ସମ୍ବଲପୁରର ଅଇଁଠାପାଲି ଥାନାରେ ପୋଡ଼ାଜଳା କରିଥିଲେ। ଏଥିରେ ମଧ୍ୟ ପୁଲିସ କର୍ମଚାରୀ ଆହତ ହୋଇଥିଲେ।

ଏଭଳି ଏକାଧିକ ପ୍ରମାଣ ଥିଲେ ମଧ୍ୟ ଗୃହବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଉତ୍ତରଦାୟିତ୍ୱକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ବିଜେଡି ଏହାର ଜବାବ ରଖିଛି।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି-“ରାଜ୍ୟରେ ଆଇନ୍‌ର ଶାସନ ବୋଲି କିଛି ନାହିଁ। ଆଇନ୍‌ ଶୃଙ୍ଖଳା ପରିସ୍ଥିତିର ଅବନତି ଘଟିଛି।”

ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି-“ବିଜେଡି ବ୍ୟାପକ ମାତ୍ରରେ ଗୁଣ୍ଡାଗିରି କରୁଛି ଓ ଆଗାମୀ ଦିନରେ କରିବ। ଏହା ତାହାର ଉଦାହରଣ। ଏ କ୍ଷେତ୍ରରେ ପୁଲିସ ନିରବ ରହିବ।”

ବିଜେଡି ମୁଖପାତ୍ର ତଥା ବିଧାୟକ ସମୀର ଦାଶ କହିଛନ୍ତି-“ବିଜେଡି ସବୁବେଳେ ଆଇନ୍‌କୁ ସମ୍ମାନ ଦିଏ। ଆଇନ୍‌ ତା ବାଟରେ ଯିବ।”



from Odisha Reporter https://ift.tt/2tSbRWo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages