ଭାରତରେ ୨୦୨୦ ଅଣ୍ଡର-୧୭ ମହିଳା ବିଶ୍ୱକପ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 16, 2019

ଭାରତରେ ୨୦୨୦ ଅଣ୍ଡର-୧୭ ମହିଳା ବିଶ୍ୱକପ୍‌

ନୂଆଦିଲ୍ଲୀ: ୨୦୨୦ରେ ଅଣ୍ଡର-୧୭ ମହିଳା ବିଶ୍ୱକପ୍ ଭାରତରେ ଆୟୋଜିତ ହେବ। ଏନେଇ ଫିଫା ଅଧ୍ୟକ୍ଷ ଜିଆନି ଇନଫାଣ୍ଟିନୋ ଘୋଷଣା କରିଛନ୍ତି। ଆମେରିକାର ମିଆମିରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ଫିଫା ପରିଷଦ ବୈଠକ ପରେ ଇନଫାଣ୍ଟିନୋ କହିଛନ୍ତି, ‘୨୦୨୦ ଅଣ୍ଡର-୧୭ ବିଶ୍ୱକପର ଆୟୋଜନ ଭାବେ ଭାରତକୁ ଚୟନ କରାଯାଉଛି ।’

ଭାରତ ଦ୍ୱିତୀୟଥର ପାଇଁ ଫିଫା ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଯୋଗ୍ୟ ବିବେଚିତ ହୋଇଛି। ଏହା ପୂର୍ବରୁ ୨୦୧୭ରେ ଭାରତ ଅଣ୍ଡର-୧୭ ପୁରୁଷ ବିଶ୍ୱକପ୍ ଆୟୋଜନ କରିଥିଲା।

ଅଲ୍ ଇଣ୍ଡିଆ ଫୁଟବଲ ଫେଡେରେସନର (ଏଆଇଏଫଏଫ)ର ସାଧାରଣ ସମ୍ପାଦକ କୁଶଲ ଦାସ କହିଛନ୍ତି, ବିଶ୍ୱକପ୍ ଭଳି ବଡ଼ ପ୍ରତିଯୋଗିତାର ଆୟୋଜନ କରିବାକୁ ଅଧିକାର ଦେଇଥିବାରୁ ଆମେ ଫିଫା ନିକଟରେ କୃତଜ୍ଞ। ଏହାଦ୍ୱାରା ଦେଶରେ ମହିଳା ଫୁଟବଲ ଆଗକୁ ବଢ଼ିବ। ଆମେ ଦେଶର ମହିଳା ଫୁଟବଲର ବିକାଶ ଉପରେ ଅଧିକ ଗୁରୁତ୍ୱ ଦେଉଛୁ।

ଏଥିପାଇଁ ଆମେ ଅଣ୍ଡର-୧୭ ବିଶ୍ୱକପ୍ ଆୟୋଜନ ପାଇଁ ଆବେଦନ କରିଥିଲୁ ଏବଂ ଏବେ ଆମକୁ ଏହି ଦାୟିତ୍ୱ ମଧ୍ୟ ମିଳିଛି। ଟୁର୍ଣ୍ଣାମେଣ୍ଟର ଆୟୋଜନ ପାଇଁ ଭେନ୍ୟୁ ଶୀଘ୍ର ଘୋଷଣା ହେବ। ଆମ ନଜରରେ ୪-୫ଟି ସ୍ଥାନ ଅଛି ଏବଂ ଆମେ ଏହା ଉପରେ ଶୀଘ୍ର ନିଷ୍ପତ୍ତି ନେବୁ ବୋଲି କୁଶଲ କହିଛନ୍ତି।

ଆୟୋଜକ ଦେଶ ଭାବେ ଭାରତ ସମେତ ୧୬ଟି ଦେଶ ଏଥିରେ ଭାଗ ନେବେ। ଅଣ୍ଡର-୧୭ ମହିଳା ବିଶ୍ୱକପ ବ୍ୟତୀତ ଭାରତ ଅଣ୍ଡର-୨୦ ମହିଳା ବିଶ୍ୱକପ୍ ଆୟୋଜନ ପାଇଁ ମଧ୍ୟ ଆଗ୍ରହ ଦେଖାଇଥିଲା । ଅଣ୍ଡର-୧୭ ମହିଳା ବିଶ୍ୱକପ ୨୦୦୮ରେ ନ୍ୟୁଜିଲ୍ୟାଣ୍ଡରେ ଆରମ୍ଭ ହୋଇଥିଲା।

ମହିଳା ଅଣ୍ଡର-୧୭ ବିଶ୍ୱକପରେ ସ୍ପେନ୍ ଡିଫେଣ୍ଡିଂ ଚାମ୍ପିଅନ୍ ଥିବା ବେଳେ ଭାରତରେ ଏହାର ସପ୍ତମ ସଂସ୍କରଣ ଆୟୋଜନ ହେବ। ଏହି ଟୁର୍ଣ୍ଣାମେଣ୍ଟରେ ଏସିଆ ଟିମ ଅଧିକ ସଫଳ ହୋଇଛି।

ଉତ୍ତର କୋରିଆ (୨୦୦୮ ଓ ୨୦୧୬)ରେ ଦୁଇଥର ଟାଇଟଲ୍ ଜିତିଥିବା ବେଳେ ଜାପାନ ୨୦୧୪ ଓ ଦକ୍ଷିଣ କୋରିଆ ୨୦୧୦ରେ ଥରେ ଲେଖାଏ ଚାମ୍ପିୟନ୍ ହୋଇଛନ୍ତି। ଅଣଏସିଆ ଦେଶ ଭାବେ ଫ୍ରାନ୍ସ ୨୦୧୨ ଏବଂ ସ୍ପେନ ୨୦୧୮ରେ ଏହି ଟୁର୍ଣ୍ଣାମେଣ୍ଟ ଜିତିଥିଲା।



from Odisha Reporter https://ift.tt/2HBCWFh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages