ମାସୁଦ୍‌ ପାଇଁ ଚୀନ୍‌ ଉପରେ ବିଶ୍ୱସ୍ତରରେ ଚାପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 16, 2019

ମାସୁଦ୍‌ ପାଇଁ ଚୀନ୍‌ ଉପରେ ବିଶ୍ୱସ୍ତରରେ ଚାପ

ନୂଆଦିଲ୍ଲୀ: ଜୈଶ-ଏ-ମହମ୍ମଦ ମୁଖ୍ୟ ତଥା ଭାରତରେ ବହୁ ଆତଙ୍କୀ ହମ୍‌ଲାର ମାଷ୍ଟର ମାଇଣ୍ଡ୍ ପାକିସ୍ତାନୀ ଆତଙ୍କ ମାସୁଦ୍‌ ଆଝାର ପାଇଁ ବିପଦ ବଢ଼ିବରେ ଲାଗିଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି) ମାସୁଦ୍‌କୁ ଅନ୍ତର୍ଜାତୀୟ ଆତଙ୍କୀ ଭଭାବରେ ତାଲିକାଭୁକ୍ତ କରିବାରେ ଚୀନ୍‌ ରୋକ୍‌ ଲଗାଇଥିଲେ ମଧ୍ୟଅନ୍ତର୍ଜାତୀୟ ରାଷ୍ଟ୍ର ସମୂହ ଚୁପ୍‌ ବସିନାହାନ୍ତି। ଫ୍ରାନ୍ସ, ଆମେରିକା, ବ୍ରିଟେନ୍‌ ଆଦି ବିଶ୍ୱଶକ୍ତି ଚୀନ୍‌ ଉପରେ ଚାପ ପକାଉଥିବାରୁ ବିଳମ୍ବ ହେଲେ ମଧ୍ୟ ମାସୁଦ୍‌ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟିହେବା ନେଇ ଭାରତ ନିଶ୍ଚିତ ବୋଲି ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଚୀନ୍‌ ବର୍ତ୍ତମାନ ମଧ୍ୟ ପାକିସ୍ତାନ ସହିତ ଏହି ପ୍ରସଙ୍ଗରେ ଆଲୋଚନା ଜାରି ରଖିଛି। ଦିନେ ନା ଦିନେ ମାସୁଦ୍‌ ତାଲିକାଭୁକ୍ତ ହେବ ବୋଲି ଭାରତ ଏପରି ବିଶ୍ୱାସ ରଖିଛି।

ମାସୁଦ୍‌କୁ ତାଲିକାଭୁକ୍ତ କରିବା ପାଇଁ ୟୁଏନ୍‌ଏସ୍‌ସିରେ ୧୫ଟି ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରୁ ୧୪ଟି ସଦସ୍ୟ ରାଷ୍ଟ୍ର ଭାରତକୁ ସମର୍ଥନ ଜଣାଇଥିଲବେଳେ ୭ଟି ସଦସ୍ୟ ରାଷ୍ଟ୍ର ଏହି ସଂକଳ୍ପ ଆଣିବାର ବ୍ୟବସ୍ଥା କରିଥିଲେ।

ଆସନା ୬ ମାସ ମଧ୍ୟରେ ଏହାର ପୁନଃବିଚାର ହେବାର ଥିବାରୁ ଏହି ଅବଧିରେ ୟୁଏନ୍‌ଏସ୍‌ସିର ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କୁ ଭାରତ ମାସୁଦ୍‌ ବାବଦରେ ଅଧିକ ତଥ୍ୟ ଦେବାର ଅଛି।

ଏତଦ୍‌ବ୍ୟତୀତ ଆତଙ୍କୀଙ୍କୁ ଆର୍ଥିକ ସହାୟତାରେ କଟକଣା ଲଗାଇବା ଉଦ୍ଦିଷ୍ଟ ଫାଇନାନ୍‌ସିଆଲ ଆକ୍‌ସନ୍‌ ଟାସ୍କ ଫୋର୍ସ (ଏଫ୍‌ଏଟିଏଫ୍)ଙ୍କ ଦ୍ୱାରସ୍ଥ ହୋଇଛି ଭାରତ। ଭାରତ ଅଭିଯୋଗ ଆଣିଛି ଯେ, ପାକିସ୍ତାନ ନିୟମ ଉଲ୍ଲଂଘନ କରି ଆତଙ୍କୀ ସଂଗଠନ ମାନଙ୍କୁ ଆର୍ଥିକ ସହାୟତା ବନ୍ଦ କରିବାରେ ଏବଂ ଆତଙ୍କୀ କାର୍ଯ୍ୟକଳାପରେ ନିୟନ୍ତ୍ରଣ ଆଣିବାରେ ବିଫଳ ହୋଇଛି।

ଗତ ଦଶନ୍ଧିରେ ଚୀନ୍‌ ୪ଥର ଏପରି ରୋକ୍‌ ଲଗାଇସାରିଥିବାବେଳେ ଏଥର ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ମାସୁଦ୍‌ ଉପରେ କଟକଣା ଲଗାଇବା ପାଇଁ ସମସ୍ତ ବିକଳ୍ପର ଉପଯୋଗ କରାଯିବ। ଏହା ପୂର୍ବରୁ ୨୦୧୬ ଏପ୍ରିଲରେ ମଧ୍ୟ ଚୀନ୍‌ ସମାନ ମନୋଭାବ ପୋଷଣ କରିଥିଲା।



from Odisha Reporter https://ift.tt/2HnFjMv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages