ବିସିସିଆଇକୁ ଆଇସିସିର ଝଟକା; କୌଣସି ଦେଶ ସହ କ୍ରିକେଟ୍ ସମ୍ପର୍କ ଭାଙ୍ଗି ହେବନି  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 3, 2019

ବିସିସିଆଇକୁ ଆଇସିସିର ଝଟକା; କୌଣସି ଦେଶ ସହ କ୍ରିକେଟ୍ ସମ୍ପର୍କ ଭାଙ୍ଗି ହେବନି 

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ‘ଆତଙ୍କବାଦୀ ଉତ୍ପନ୍ନ’ କରୁଥିବା ଦେଶଗୁଡ଼ିକ ସହ ସମ୍ପର୍କ ଛିନ୍ନ କରିବା ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ଆବେଦନକୁ ଅଗ୍ରାହ୍ୟ କରିଦେଇଛି। ଏସବୁ ମାମଲା ଉପରେ ଆଇସିସି କୌଣସି ପ୍ରକାରର ହସ୍ତକ୍ଷେପ କରିବାକୁ ସିଧାସଳଖ ମନା କରିଛି । ଫଳସ୍ୱରୂପ ବିଶ୍ୱକପରେ ଭାରତକୁ ପାକିସ୍ତାନ ବିରୋଧରେ ମ୍ୟାଚ୍ ଖେଳିବାକୁ ପଡ଼ିବ ବୋଲି ସ୍ପଷ୍ଟ ହୋଇଯାଇଛି । ପୁଲୱାମା ଆତଙ୍କୀ ହମଲା ପରେ ସିଆରପିଏଫର ୪୦ରୁ ଊର୍ଦ୍ଧ୍ୱ ଯବାନଙ୍କ ମୃତ୍ୟୁ ପରେ ବିସିସିଆଇ ଆଇସିସିକୁ ପତ୍ର ଲେଖି ଆତଙ୍କୀକୁ ପ୍ରୋତ୍ସାହନ ଦେଉଥିବା ଦେଶଗୁଡ଼ିକ ଉପରେ ଅଙ୍କୁଶ ଲଗାଇବା ପାଇଁ ଅପିଲ୍ କରିଥିଲା । ଏ ନେଇ ବିସିସିଆଇର ଜଣେ ଅଧିକାର ନିଜ ନାମ ଗୁପ୍ତ ରଖି କହିଛନ୍ତି, ଆମେ ଜାଣିଥିଲୁ ଯେ, ଆଇସିସି କେବେବି ଏସବୁ ଆବେଦନକୁ ଗୁରୁତ୍ୱ ଦେବ ନାହିଁ ।
ଅପରପକ୍ଷରେ ଆଇସିସି ଚେୟାରମ୍ୟାନ୍ ସ୍ପଷ୍ଟ କରିଛନ୍ତି ଯେ, କୌଣସି ଦେଶକୁ ବହିଷ୍କୃତ କରିବାର ନିଷ୍ପତ୍ତି ସରକାରୀ ସ୍ତରରେ ହେବା ଦରକାର ଏବଂ ଆଇସିସିରେ ଏଭଳି କୌଣସି ନିୟମ ନାହିଁ । ବିସିସିଆଇ ଆମକୁ ପୂର୍ବରୁ ଏସବୁ କଥା ଆମକୁ ଅବଗତ କରାଇଥିଲା, କିନ୍ତୁ ଏହା ଆମ ନିୟନ୍ତ୍ରଣ ବାହାରେ ବୋଲି ଆଇସିସି ଚେୟାରମ୍ୟାନ୍ କହିଛନ୍ତି ।
ବିସିସିଆଇ ତା’ର ଆବେଦନରେ ପାକିସ୍ତାନର ନାମ ଉଲ୍ଲେଖ ନକରି ଆତଙ୍କୀଙ୍କୁ ଶରଣ ଦେଉଥିବା ଦେଶଗୁଡ଼ିକ ଉପରେ ଅଙ୍କୁଶ ଲଗାଇବା ପାଇଁ ଆବେଦନ କରିଥିଲା । ଆଇସିସିରେ ଭାରତର ଅଧ୍ୟକ୍ଷତା କରୁଥିବା ଶଶାଙ୍କ ମନୋହର ଆଇସିସି ବୈଠକରେ ଏହି କଥା ଉଠାଇଥିଲେ । ଏହା ପୂର୍ବରୁ ବୁଧବାର ଆଇସିସିର କାର୍ଯ୍ୟକାରୀ ବୈଠକରେ ମଧ୍ୟ ଏହି ମାମଲା ବିସିସିଆଇ ଉଠାଇଥିଲା, କିନ୍ତୁ ଏହାକୁ ସେତେଟା ଗୁରୁତର ସହ ନିଆଯାଇନଥିଲା । ତେବେ ଶନିବାର ବୈଠକରେ ବିସିସିଆଇର ପ୍ରତିନିଧିତ୍ୱ କରିଥିବା କାର୍ଯ୍ୟକାରୀ ସମ୍ପାଦକ ଅମିତାଭ ଚୌଧୁରୀ ପୁନର୍ବାର ଏହି ଆବେଦନ ଉପସ୍ଥାପନ କରିଥିଲେ ହେଁ, ଏହାର କୌଣସି ସୁଫଳ ମିଳିନଥିଲା ।
ଅନ୍ୟପକ୍ଷରେ ବିସିସିଆଇର ଜଣେ ବୋର୍ଡ ଅଧିକାରୀ କହିଛନ୍ତି, ଆଇସିସିର ସଦସ୍ୟ ଥିବା ଦେଶର ଅଧିକାଂଶ ଖେଳାଳି ପାକିସ୍ତାନ ସୁପର୍ ଲିଗ୍ (ପିଏସଏଲ୍)ରେ ଖେଳୁଛନ୍ତି ଏବଂ ସେହି ଦେଶଗୁଡ଼ିକ ଏଭଳି ଅପିଲକୁ ଆଦୌ ଗୁରୁତ୍ୱ ଦେଉନାହାନ୍ତି । କିନ୍ତୁ ସୁରକ୍ଷା ନେଇ ଆଇସିସି ତରଫରୁ ଆମକୁ ସମ୍ପୂର୍ଣ୍ଣ ଗ୍ୟାରେଣ୍ଟି ମିଳିଥିବା ବିସିସିଆଇ ଅଧିକାରୀ ଜଣକ କହିଛନ୍ତି । ଆଗାମୀ ବିଶ୍ୱକପରେ ଭାରତୀୟ କ୍ରିକେଟ୍ ଟିମ୍ ଜୁନ୍ ୧୬ ତାରିଖରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ । ପୁଲୱାମା ଆତଙ୍କୀ ହମଲା ପରେ କୁଟନୀତିକ ଉତ୍ତେଜନା କାରଣରୁ ଏହି ମ୍ୟାଚକୁ ବହିଷ୍କାର କରିବା ପାଇଁ ଦାବି ଜୋର୍ ଧରିଛି । ଏଥିରେ ଭାରତର କିଛି ନାମୀ କ୍ରିକେଟର୍ ଯଥା ସୌରଭ ଗାଙ୍ଗୁଲି ଓ ହରଭଜନ ସିଂହ ସାମିଲ୍ ଅଛନ୍ତି । କିନ୍ତୁ ଭାରତୀୟ କ୍ରିକେଟ୍ ପରିଚାଳନା କରୁଥିବା ପ୍ରଶାସନିକ କମିଟି (ସିଓଏ) ଏହି ମାମଲା ଉପରେ କୌଣସି ନିଷ୍ପତ୍ତି ନେବାକୁ ମନା କରି ଦେଇଛି ଏବଂ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ସେମାନେ ପଦକ୍ଷେପ ନେବେ ବୋଲି କହିଛନ୍ତି ।


from Odisha Reporter https://ift.tt/2EIgMiJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages