୨୦୨୨ ଏସିଆନ୍ ଗେମ୍ସକୁ ଫେରିବ କ୍ରିକେଟ୍! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 3, 2019

୨୦୨୨ ଏସିଆନ୍ ଗେମ୍ସକୁ ଫେରିବ କ୍ରିକେଟ୍!

ବ୍ୟାଙ୍କକ୍: ଚୀନର ହାଙ୍ଗଝୁଠାରେ ହେବାକୁଥିବା ୨୦୨୨ ଏସିଆନ୍ ଗେମ୍ସରେ କ୍ରିକେଟକୁ ସାମିଲ୍ କରାଯାଇପାରେ । ରବିବାର ମିଡିଆ ରିପୋର୍ଟ ଅନୁଯାୟୀ, ଏସିଆନ୍ ଅଲିମ୍ପିକ୍ ପରିଷଦ (ଓସିଏ)ର ସାଧାରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କ୍ରିକେଟକୁ ୨୦୧୦ ଓ ୨୦୧୪ ଏସିଆନ୍ ଗେମ୍ସରେ ସ୍ଥାନ ମିଳିଥିଲା, କିନ୍ତୁ ଇଣ୍ଡୋନେସିଆରେ ୨୦୧୮ରେ ଆୟୋଜିତ ଏହି କ୍ରୀଡ଼ାରେ କ୍ରିକେଟକୁ ବାଦ୍ ଦିଆଯାଇଥିଲା ।

ବ୍ୟସ୍ତ କାର୍ଯ୍ୟସୂଚୀ କାରଣରୁ ଭାରତ ୨୦୧୦ ଓ ୨୦୧୪ କ୍ରୀଡ଼ାରୁ ବାଦ୍ ପଡ଼ିଥିଲା । ଏସିଆନ୍ ଗେମ୍ସର ପରବର୍ତ୍ତୀ ଟୁର୍ଣ୍ଣାମେଣ୍ଟର ଆୟୋଜନ ପାଇଁ ଆହୁରି ଅନେକ ସମୟ ବାକି ଅଛି ଏବଂ ଏଭଳି ସ୍ଥିତିରେ ଭାରତୀୟ ଟିମର ପ୍ରତିନିଧିତ୍ୱ ଉପରେ ଚର୍ଚ୍ଚା କରିବା ପାଇଁ ବିସିସିଆଇକୁ ପ୍ରଚୁର ସମୟ ମିଳିବ।

ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ୨୦୨୨ ଏସିଆନ୍ ଗେମ୍ସ ପାଇଁ ଏବେ ବହୁତ ସମୟ ବାକି ଅଛି । ସମୟ ଆସିଲେ ଆମେ ଏହା ଉପରେ ନିଷ୍ପତ୍ତି ନେବୁ । ୨୦୧୦ରେ ବାଂଲାଦେଶ ପୁରୁଷ ଓ ପାକିସ୍ତାନ ମହିଳା କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଥିଲା । ୨୦୧୪ରେ ଶ୍ରୀଲଙ୍କା ଓ ପାକିସ୍ତାନ ଯଥାକ୍ରମେ ପୁରୁଷ ଓ ମହିଳା ବର୍ଗରେ ବାଜି ମାରିଥିଲେ ।



from Odisha Reporter https://ift.tt/2VxoPo3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages