ଗୋଆ କ୍ୟାବିନେଟ୍‌ରୁ ବାଦ୍‌ ପଡ଼ିଲେ ଉପମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 27, 2019

ଗୋଆ କ୍ୟାବିନେଟ୍‌ରୁ ବାଦ୍‌ ପଡ଼ିଲେ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ନିଜର ଡେପୁଟି ସୁଧିନ ଡାଭଲେକରଙ୍କୁ କ୍ୟାବିନେଟ୍‌କୁ ବାଦ୍‌ ଦେଇଛନ୍ତି। ଏମଜିପିର ସୁଧିନ ପରିବହନ ଓ ପବ୍ଲିକ ୱାର୍କସ ବିଭାଗର ମନ୍ତ୍ରୀ ରହିଥିଲେ।

ତେବେ ଏମ୍‌ଜିପି ବିଧାୟକ ଦୀପକ ପାୱସକର ଓ ଗୋଆର ପର୍ଯ୍ୟଟନ ମନ୍ତ୍ରୀ ମନୋହର ଆଜଗୋନକର ଏମଜିପି ବିଜେପିରେ ମିଶିବା ପରେ ଏଭଳି ଘଟଣା ଘଟିଛି। ଉଭୟ ଦୀପକ ଓ ମନୋହର ବୁଧବାର ରାତି ୧.୪୫ରେ ବାଚସ୍ପତି ମାଇକେଲ ଲୋବୋଙ୍କୁ ଏକ ପତ୍ର ଦେଇ ଏଭଳି ମିଶ୍ରଣ କଥା କହିଥିଲେ। ଏହାକୁ ବାଚସ୍ପତି ଅନୁମତି ଦେଇଥିଲେ। ଏବେ ଏହି ମିଶ୍ରଣ ପରେ ବିଜେପିର ବିଧାୟକ ସଂଖ୍ୟା ୧୨ରୁ ବଢ଼ି ୧୪ରେ ପହଞ୍ଚିଛି।
ଅନ୍ୟପକ୍ଷରେ ସୁଧିନଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦିଆଯାଇଥିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସାୱାନ୍ତ ରାଜ୍ୟପାଳଙ୍କୁ ଜଣାଇଛନ୍ତି। ଏହାକୁ ସେ ମଧ୍ୟ ଗ୍ରହଣ କରିନେଇଛନ୍ତି।



from Odisha Reporter https://ift.tt/2CIdOcy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages