
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେଡି ରାଜ୍ୟସଭା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ସେ ଏଠାରେ ବିଜେପି ପ୍ରାର୍ଥୀ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହିତ ଲଢ଼ିବେ।
ସେହିପରି ସମ୍ବଲପୁର ଲୋକସଭା ଆସନରୁ ଦଳ ପୂର୍ବତନ ପୂର୍ତ୍ତ ସଚିବ ନଳିନୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି। ସାଂସଦ ନଗେନ୍ଦ୍ର ପ୍ରଧାନଙ୍କ ବଦଳରେ ତାଙ୍କୁ ପ୍ରାର୍ଥୀ କରାଯିବ ବୋଲି ପୂର୍ବରୁ ଆଲୋଚନା ହୋଇଆସୁଥିଲା।
ବାଲେଶ୍ୱରରୁ ସାଂସଦ ରବୀନ୍ଦ୍ର ଜେନା ପୁଣି ପ୍ରାର୍ଥୀ ହୋଇଛନ୍ତି। ପୁରୀରୁ ବି ଦଳ ପୁଚଣି ଥରେ ସାଂସଦ ପିନାକୀ ମିଶ୍ରଙ୍କୁ ଟିକେଟ୍ ଦେଇଛି।
ମୁମ୍ବାଇର ପୂର୍ବତନ ପୁଲିସ୍ କମିଶନର ଅରୂପ ପଟ୍ଟନାୟକଙ୍କୁ ଭୁବନେଶ୍ୱର ଲୋକସଭା ଆସନରୁ ଦଳ ପ୍ରାର୍ଥୀ କରିଥିବା ବେଳେ ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ, ଯାଜପୁରରୁ ସସ୍ମିତା ସେଠୀ, ମୟୂରଭଞ୍ଜରୁ ଡାକ୍ତର ଦେବାଶିଷ ମରାଣ୍ଡି ଓ କେନ୍ଦୁଝରରୁ ମାଧବ ସର୍ଦ୍ଦାରଙ୍କୁ ଦଳ ପ୍ରାର୍ଥୀ କରିଛି।
from Odisha Reporter https://ift.tt/2HJGrdI
No comments:
Post a Comment