
ନୂଆଦିଲ୍ଲୀ: ମେନୁ ନ ବଦଳାଇ ଗୋଟିଏ ଆଇଟମ୍ ଆପଣ ଲଗାତାର କେତେ ଦିନ ଖାଇ ପାରିବେ। ୨ ଦିନ କିମ୍ବା ୪ ଦିନ , ନ ହେଲେ ଗୋଟେ ସପ୍ତାହ, କିମ୍ୱା ଗୋଟେ ମାସ । ହେଲେ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯେ, କି ୪୫୦ ଦିନ ହେଲା ନିଜ ମେନୁରେ କୌଣସି ପ୍ରକାର ପରିବର୍ତ୍ତନ ଆଣି ନାହାନ୍ତି। ପ୍ରତିଦିନ ସେ ଚିକେନ ଖାଉଛନ୍ତି, ଆଉ ଏହାର ଫଟୋ ସୋଶାଲ ମିଡ଼ିଆ ପ୍ଲାଟଫର୍ମ ଇନ୍ଷ୍ଟାଗ୍ରାମ୍ରେ ଅପଲୋଡ଼ କରୁଛନ୍ତି। ତାଙ୍କ ପେଜ୍ର ଫଲୋର୍ସ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି। ଏହା ଏବେ ୧୧ ହଜାରରୁ ଊର୍ଦ୍ଧ୍ୱକୁ ଛୁଇଁଲାଣି।

୨୦୧୭ ମସିହା ସେପ୍ଟେମ୍ୱରରୁ ଏହି ବ୍ୟକ୍ତିଜଣକ ଭାତ ଓ ଚିକେନ ଖାଇବାର ଅଭ୍ୟାସ ଆରମ୍ଭ କରିଥିଲେ। ଏହା ତାଙ୍କୁ ବହୁତ ଭଲ ଲାଗିଥିଲା। ତେଣୁ ସେ ଏଥିରେ କୌଣସି ପରିବର୍ତ୍ତନ ନ କରିବାକୁ ନିଷ୍ପତ୍ତି ନେଲେ । ପ୍ରତି ଦିନ ସେ ଚିକେନରେ ପ୍ରସ୍ତୁତ ବିଭିନ୍ନ ସ୍ୱାଦିଷ୍ଟ ଆଇଟମ୍ ଖାଉଛନ୍ତି। ଏହାକୁ ସେ ଖୁବ୍ ଉପଭୋଗ କରୁଥିବା କହିଛନ୍ତି। ଦୀର୍ଘ ଦିନ ହେବ ଲଗାତାର ଭାବେ ଗୋଟିଏ ଆଇଟମ୍ ଖାଇବା ସତ୍ତ୍ୱେ ବୋର୍ ହୋଇ ଯାଉ ନ ଥିବା ମଧ୍ୟ ଯୁବକଜଣକ କହିଛନ୍ତି।

ଏ ପର୍ଯ୍ୟନ୍ତ କେତେ ଟଙ୍କାର ଚିକେନ ଖାଇଲେଣି ବୋଲି ଜଣେ ଫଲୋର୍ସଙ୍କ ପ୍ରଶ୍ନର ଉତ୍ତର ଦେଇ ୨ ହଜାର ଡଲାର ମୂଲ୍ୟର ଚିକେନ ଖାଇଥିବା କହିଛନ୍ତି। ଏହାର ଭାରତୀୟ ମୂଲ୍ୟ ପ୍ରାୟ ଦେଢ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାଯାଇଛି । ଯୁବକଜଣକ ଚିକେନ ଖାଇବାର ବର୍ଷ ପୂର୍ତ୍ତି ଅବସରରେ ‘ ଚିକେନ ବାର୍ଥ ଡେ’ ସେଲିବ୍ରେଟ୍ କରିଥିଲେ । ଏହାର ଫଟୋ ମଧ୍ୟ ସେ ସୋଶାଲ ମିଡ଼ିଆରେ ଶେଆର କରିଥିଲେ। ଯାହାକି ବେଶ୍ ଭାଇରାଲ ହେବାରେ ଲାଗିଛି।
from Odisha Reporter https://ift.tt/2O9958r
No comments:
Post a Comment