
ଭବାନୀପାଟଣା (ରାଜ୍କୁମାର ସିଂହ ଦେଓ): କଳାହାଣ୍ଡି ଜିଲ୍ଲା ଆମ୍ବେଦକର ଛକ ନିକଟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଆଜି ଏକ କପା ବୋଝେଇ ଟ୍ରକ୍ରେ ନିଆଁ ଲାଗି ଯାଇଥିଲା। ତେବେ ଗାଡ଼ିଟି ସମ୍ପୂର୍ଣ୍ଣ ଜଳି ଯିବା ପୂର୍ବରୁ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।
ଟ୍ରକ୍ଟି କେସିଙ୍ଗା ନ୍ୟାଚୁରାଲ୍ ଅର୍ଗାନିକ ଫାର୍ମରୁ ସ୍ଥାନୀୟ ଏକ ବସ୍ତା ଗୋଦାମକୁ ଯିବା ବାଟରେ ଏହି ଘଟଣା ଘଟିଥିଲା। ତେବେ ଏଥିରେ କେହି ହତାହତ ହୋଇ ନାହାନ୍ତି।
from Odisha Reporter https://ift.tt/2Ff83on
No comments:
Post a Comment