କୋର୍ଟଙ୍କ ପ୍ରଶ୍ନ:ପରକୀୟା ପ୍ରୀତି ପାଇଁ ଟିଭି ଧାରାବାହିକ ଦାୟୀ କି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 7, 2019

କୋର୍ଟଙ୍କ ପ୍ରଶ୍ନ:ପରକୀୟା ପ୍ରୀତି ପାଇଁ ଟିଭି ଧାରାବାହିକ ଦାୟୀ କି ?

ଚେନ୍ନାଇ: ପରକୀୟା ପ୍ରୀତି ପଛର କାରଣ ଟିଭି ଧାରାବାହିକ ବା ‘ମେଗା ଟିଭି ସିରିଆଲ୍’ ଦାୟୀ କି ନା ଜାଣିବା ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ମାଡ୍ରାସ ହାଇକୋର୍ଟ। ଇଣ୍ଟରନେଟ୍‌ ଏବଂ ନୂତନ ପରମ୍ପରା ପରକୀୟା ପ୍ରୀତିକୁ ଉସୁକାଉଛି କି ନା, ସେ ସମ୍ପର୍କରେ କୋର୍ଟ ଜାଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

ପରକୀୟା ପ୍ରୀତିକୁ ନେଇ ମାମଲା ସଂଖ୍ୟା ବଢ଼ିବାରେ ଲାଗିଥିବାରୁ, ଏପରି ବାରମ୍ବାର ଘଟିବା ପଛରେ କ’ଣ କାରଣ ଅଛି ଜାଣିବା ପାଇଁ କୋର୍ଟ ୨୦ଟି ପ୍ରଶ୍ନର ତାଲିକା ଦେବା ସହିତ ସିଧାସଳଖ ପ୍ରଶ୍ନ କରିଛନ୍ତି, ‘ମେଗା ଟିଭି ସିରିଆଲ’ର ପ୍ରଭାବରେ ଲୋକେ ପରକୀୟା ପ୍ରୀତି ପ୍ରତି ଅଧିକ ଆଗ୍ରହୀ ହେଉଛନ୍ତି କି?

କୋର୍ଟ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି, “ଲୁଚାଛପାରେ ପ୍ରେମ ସମ୍ପର୍କ ରଖିଆସିଥିବା ଲୋକଙ୍କୁ ହତ୍ୟା ଏବଂ ଅପହରଣ ଭଳି କାଣ୍ଡ ଘଟାଇବା ପାଇଁ ଟିଭି ସିରିଆଲରୁ ଉଦାହରଣ ମିଳୁଛି କି ?” ମଦ୍ୟପାନ ଏବଂ ମାନସିକ ସମସ୍ୟା କାରଣରୁ ଏଭଳି ସମ୍ପର୍କ ଗଢ଼ି ଉଠୁଛି ଛି କି ନା, ତା’ ମଧ୍ୟ ଏହି ଅବସରରେ ପ୍ରଶ୍ନ କରାଯାଇଛି। ସେହିଭଳି ଇଣ୍ଟରନେଟ୍‌, ଆଧୁନିକ ଜୀବନଶୈଳୀ ଏବଂ ପାଶ୍ଚାତ୍ୟ ସଂସ୍କୃତିର ‘ପରକୀୟା ପ୍ରୀତି’ ଉପରେ ପ୍ରଭାବ ରହିଛି କି ବୋଲି ମଧ୍ୟ ପଚରାଯାଇଛି।

ଆଧୁନିକ ଜୀବନଶୈଳୀ ସମ୍ପର୍କିତ ପ୍ରଶ୍ନକୁ ସ୍ପଷ୍ଟ କରି କୋର୍ଟ ପଚାରିଛନ୍ତି, “ଆମ ସଂସ୍କୃତି ଉପରେ ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବ ରହୁଛି କି? ମହିଳା ଅଧିକ ‘ପବ୍ଲିକ୍‌ ଏକ୍ସପୋଜର’ ପାଇ କାର୍ଯ୍ୟସ୍ଥଳୀ ଏବଂ ବୃତ୍ତିଗତ ସ୍ଥାନରେ ପର ପୁରୁଷଙ୍କ ସହିତ ଅଧିକ ମିଳାମିଶା କରିବା ଏହା ପଛର କାରଣ କି ?”

ଏସବୁ ପ୍ରଶ୍ନ ବ୍ୟତୀତ ଗତ ୧୦ ବର୍ଷରେ ପରକୀୟା ପ୍ରୀତି କାରଣରୁ ହୋଇଥିବା ମୃତ୍ୟୁର ହିସାବ ଦେବାକୁ ମଧ୍ୟ କୋର୍ଟ କର୍ତ୍ତପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।



from Odisha Reporter https://ift.tt/2TlDJRL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages