୩ ଦିନ ହେଲାଣି ବ୍ୟବସାୟୀଙ୍କ ପତ୍ତା ମିଳୁନି, ଅଡୁଆରେ କମିଶନରେଟ୍‌ ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 7, 2019

୩ ଦିନ ହେଲାଣି ବ୍ୟବସାୟୀଙ୍କ ପତ୍ତା ମିଳୁନି, ଅଡୁଆରେ କମିଶନରେଟ୍‌ ପୁଲିସ୍‌

କଟକ(ଓଡ଼ିଶା ରିପୋର୍ଟର): ୩ ଦିନ ହେଲାଣି, କିନ୍ତୁ ମିଳୁନି କଟକର ପ୍ରତିଷ୍ଠିତ ବ୍ୟବସାୟୀ ବିଶାଲ ସୁନ୍ଦରକାଙ୍କ ପତ୍ତା। ଯୁବ ବ୍ୟବସାୟୀ ସୁନ୍ଦରକା ଦାମୀ କପଡ଼ା ବ୍ୟବସାୟ କରୁଥିଲେ। ହେଲେ ୩ ଦିନ ଧରି ସେ କେଉଁଆଡେ ନିଖୋଜ ହୋଇ ଯାଇଛନ୍ତି। ସେ କେଉଁଠି ଅଛନ୍ତି କି ଅବସ୍ଥାରେ ଅଛନ୍ତି ସେ ନେଇ ପତ୍ତା ଲଗାଇ ପାରିନାହିଁ କମିଶନ୍‌ରେଟ୍‌ ପୁଲିସ୍‌।

ନିଖୋଜ ହେବାର ଦିନକ ପରେ ସୁନ୍ଦରକାଙ୍କ କାର୍‌ ଓ ମୋବାଇଲ ପୁରୀ ସମୁଦ୍ର କୂଳରୁ ମିଳିବା ରହସ୍ୟକୁ ଅଧିକ ଘନିଭୂତ କରିଛି। କଟକ ମର୍କତନଗର ଥାନାରେ ନିଖୋଜ ମାମଲା ରୁଜୁ ହୋଇଥିଲେ ବି ନିଖୋଜ ପଛର ରହସ୍ୟ ଭେଦି ପାରିନି ପୁଲିସ୍‌।

ଏହା ଏକ ସୁଚିନ୍ତିତ ଅପହରଣ, ନା ପାରିବାରିକ ବିବାଦ ସେ ନେଇ ମଧ୍ୟ ପୁଲସ୍‌ ପାଖରେ କୌଣସି ସୁରାକ୍‌ ନାହିଁ। ଅନ୍ୟପକ୍ଷରେ ଟଙ୍କା ପାଇଁ ଏହି ବ୍ୟବସାୟୀଙ୍କୁ ଅପହରଣ କରାଯାଇ ଥାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ବିଶାଲ କଟକ ସିଡିଏ- ସେକ୍ଟର ୬ରେ ପରିବାର ସହ ରହୁଥିବା ବେଳେ ଗତ ୫ ତାରିଖରୁ କେଉଁଆଡେ ନିଖୋଜ ହୋଇ ଯାଇଛନ୍ତି। ସେହିଦିନ ଅପରାହ୍ନ ୪.୨୮ ମିନିଟରେ ଭୁବନେଶ୍ୱରରୁ କଟକ ଫେରୁଥିବା କଥା ସେ ଘର ଲୋକଙ୍କୁ ଫୋନରେ କହିଥିଲେ। କିନ୍ତୁ ନିଖୋଜ ହେବା ପରେ ତାଙ୍କ ଗାଡି ପୁରୀ ସମୁଦ୍ର କୂଳରୁ ମିଳିଛି। ଏପଟେ ପିପିଲି ଟୋଲଗେଟରୁ ମିଳିଥିବା ବିଶାଲଙ୍କ ଭିଡିଓ ଫୁଟେଜରେ ମଧ୍ୟ କାର ଭିତରେ ତାଙ୍କ ସହ କେହି ନ ଥିବା କଥା ସ୍ପଷ୍ଟ ହୋଇଛି।



from Odisha Reporter https://ift.tt/2EFhfB3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages