ଇମ୍ରାନ୍‌ଙ୍କ ଶାନ୍ତି ପ୍ରଳାପ: ଜୈଶ୍‌ ସହିତ ସମ୍ପର୍କରେ ଅଛନ୍ତି ପାକ୍‌ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 1, 2019

ଇମ୍ରାନ୍‌ଙ୍କ ଶାନ୍ତି ପ୍ରଳାପ: ଜୈଶ୍‌ ସହିତ ସମ୍ପର୍କରେ ଅଛନ୍ତି ପାକ୍‌ ସରକାର

ଇସଲାମାବାଦ୍‌: ପାକିସ୍ତାନର ଏଫ୍‌-୧୬କୁ ଧ୍ୱଂସ କରିବା ପାଇଁ ଅନୁସରଣ କରି ସୀମା ପାର କରିଯାଇଥିବା ଭାରତୀୟ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ଭାରତକୁ ହସ୍ତାନ୍ତର କରିବା ପାଇଁ ନିଷ୍ପତ୍ତି ନେବାପରେ ସେଠାକାର ୱଜିର-ଏ- ଆଜମ୍‌ ବା ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ଏବେ ପ୍ରଶଂସା ସାଉଁଟିବାରେ ବ୍ୟସ୍ତ।

ଅନ୍ତର୍ଜାତୀୟ ଚାପରେ ସେ ଏଭଳି ନିଷ୍ପତ୍ତି ନେଇଥିବା ଏବଂ ଜେନେଭା ଚୁକ୍ତିକୁ ଭୁଲି କେହି କେହି ତାଙ୍କୁ ଶାନ୍ତିର ଦୂତ କହୁଥିବାବେଳେ କେହି କେହି ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳୁ ଦାବି କଲେଣି। କିନ୍ତୁ ଏବେ ଖୋଦ୍‌ ତାଙ୍କ ସରକାରର ବୈଦେଶିକ ମନ୍ତ୍ରୀ ପାକିସ୍ତାନର ମୁଖା ଖୋଲିଛନ୍ତି।

ଶୁକ୍ରବାର ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେସି କହିଛନ୍ତି ପାକିସ୍ତାନୀ ସରକାର ଜୈଶ-ଇ-ମହମ୍ମଦର ନେତୃତ୍ୱ ସହିତ ସମ୍ପର୍କରେ ଅଛନ୍ତି। ଏହାର ଗୋଟିଏ ଦିନ ପୂର୍ବରୁ ସେ ସୂଚନା ଦେଇଥିଲେ ଜୈଶ ମୁଖ୍ୟ ମାସୁଦ୍‌ ଆଝାର ପାକିସ୍ତାନରେ ହିଁ ଅଛି ଏବଂ ଅସୁସ୍ଥ ଅଛି।

ପୁଲ୍‌ୱାମା କାଣ୍ଡ ପରେ ଜୈଶ ନିଜକୁ ଦାୟୀ କରିସାରିଥିବାବେଳେ ବିବିସିକୁ ଏକ ସାକ୍ଷାତକାରରେ ସେ କହିଛନ୍ତି, ପାକିସ୍ତାନ ନିଶ୍ଚିତ ନୁହେଁ ଯେ ଜୈଶ ହିଁ ପୁଲ୍‌ୱାମା ଆତଙ୍କବାଦୀ କାଣ୍ଡ ଘଟାଇଛି। ସେମାନେ ଏଭଳି କରିନାହାନ୍ତି। ଏହାକୁ ନେଇ ଦ୍ୱନ୍ଦ୍ୱ ରହିଛି।

ଏହାପରେ ବିବିସି ଉପସ୍ଥାପକ ପ୍ରଶ୍ନ କରିଥିଲେ, ଜୈଶ ସ୍ୱୀକାର କରିସାରିବା ପରେ ମଧ୍ୟ ଆପଣ ମନା କେମିତି କରିପାରୁଛନ୍ତି।ସେ ଏହାର ପ୍ରତିକ୍ରିୟାରେ କହିଥିଲେ, ଜୈଶର ନେତୃବୃନ୍ଦଙ୍କୁ ଏନେଇ ଯୋଗାଯୋଗ କରାଯାଇଥିଲା ଏବଂ ସେମାନେ ନିଜ ଭୂମିକା ଅସ୍ୱୀକାର କରିଥିଲେ।

ଜୈଶ ସହିତ କିଏ କଥା ହୋଇଥିଲା ପଚରାଯିବାରୁ କୁରେସି କହିଥିଲେ, କିଛି ଲୋକ ଅଛନ୍ତି ଯେଉଁମାନେ କି ଜୈଶ ନେତୃତ୍ୱଙ୍କୁ ଜାଣନ୍ତି। ସେମାନେ ଫେବୃଆରୀ ୧୪ ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି।

ସୂଚନାଯୋଗ୍ୟ ଯେ, ଜୈଶ ମୁଖପାତ୍ର ମହମ୍ମଦ ହାସନ୍‌ ଏକ ବିବୃତ୍ତିରେ ଏହି ଆକ୍ରମଣକୁ କରିଥିଲେ। ଏପରିକି ବ୍ୟାକ୍‌ଗ୍ରାଉଣ୍ଡରେ ଜୈଶ ପତାକା ଥାଇ ଏକ ଭିଡିଓ ଜାରି କରାଯାଇଥିଲା ଯେଉଁଥିରେ ଆତ୍ମଘାତୀ ଆତଙ୍କୀ ଆଦିଲ ଅହମ୍ମଦ ଦର୍‌ ଆକ୍ରମଣ ବାବଦରେ କହୁଥିବାର ଦୃଶ୍ୟ ରହିଥିଲା।



from Odisha Reporter https://ift.tt/2TmgGFQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages