
ନୂଆଦିଲ୍ଲୀ: ଗତ ଏକ ବର୍ଷ ଧରି ପାନ୍କ୍ରିଆଟିକ୍ ଜନିତ ସମସ୍ୟା କାରଣରୁ ଜୀବନ ସହିତ ଲଢ଼େଇ କରି ଆସିଥିବା ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଦେହାନ୍ତ ହୋଇଯାଇଛି। ଉରି ଆତଙ୍କୀ ହମ୍ଲା ପରେ ପ୍ରତିଶୋଧରେ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ୍ ସମୟରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ପ୍ରମୁଖ ଭୂମିକା ନେଇଥିବା ପାରିକର ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ସେ ମୃତ୍ୟୁ ପର୍ଯ୍ୟନ୍ତ ଗୋଆ ମୁଖ୍ୟମନ୍ତ୍ରୀ ଥିଲେ।
ଗତବର୍ଷ ଫେବୃଆରୀ ପରଠାରୁ ପାରିକର ପାନ୍କ୍ରିଆଟିକ୍ ଜନିତ କର୍କଟ ରୋଗରେ ପୀଡ଼ିତ ଥିଲେ। କିନ୍ତୁ ଯୋଗ୍ୟ ବିକଳ୍ପ କେହି ନଥିବାରୁ ସେ ମୃତ୍ୟୁ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଆସନ ଛାଡ଼ିନଥିଲେ।
ପୂର୍ବରୁ ମନୋହର ପାରିକରଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହେଉଥିବା ନେଇ ସୂଚନା ଦିଆଯାଇଥିଲା। ଡାକ୍ତରମାନେ ଯଥାସାଧ୍ୟ ଚେଷ୍ଟା ଚଲାଇଥିବା ବିଷୟରେ ଗୋଆ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିଚାଳିତ ଟ୍ୱିଟର ହ୍ୟାଣ୍ଡଲର ଟ୍ୱିଟ୍ କରାଯାଇଥିଲା।
ଗୋଟିଏ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଥିଲା, ମନୋହର ପାରିକରଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏହା ପରେ ପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିଲା।
from Odisha Reporter https://ift.tt/2HBHifv
No comments:
Post a Comment