ବିହାରରେ ଏନଡିଏ ଘୋଷଣା କଲା କିଏ କେଉଁ ଆସନରେ ଲଢ଼ିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 17, 2019

ବିହାରରେ ଏନଡିଏ ଘୋଷଣା କଲା କିଏ କେଉଁ ଆସନରେ ଲଢ଼ିବ

ପାଟଣା: ବିହାରରେ ଶାସକ ଦଳ ଏନଡ଼ିଏ ପ୍ରଥମ ପର୍ଯ୍ୟାୟ ଲୋକସଭା ଆସନ ପାଇଁ ତାଲିକା ଘୋଷଣା କରିଛି । ମୋଟ 40ଟି ଲୋକସଭା ଆସନରୁ ବିଜେପି-ଜେଡ଼ିୟୁ 17ଟି ଲେଖାଏଁ ଆସନରେ ପ୍ରାର୍ଥୀ ଦେବାକୁ ଥିବାବେଳେ 6ଟି ଆସନରେ ଏନଡ଼ିଏର ଅନ୍ୟତମ ସହଯୋଗୀ ଏଲଜେପି ରହିଛି।

ତେବେ 2ଟି ଆସନକୁ ନେଇ ବିଜେପି ଓ ଜେଡ଼ିୟୁ ମଧ୍ୟରେ ଅସନ୍ତୋଷ ଥିବା ପରିଲିକ୍ଷିତ ହୋଇଥିଲା । ଏହାପରେ ବିହାର ବିଜେପି ସଭାପତି ଓ ଜେଡିୟୁ ସୁପ୍ରିମୋ ନୀତିଶ କୁମାରଙ୍କ ମଧ୍ୟରେ ବୈଠକ ପରେ ଆସନ ବୁଝାମଣା ହୋଇଥିଲା। ଶେଷରେ ବିଜେପି ଏହି ଆସନରେ ନିର୍ବାଚନ ଲଢିବ ବୋଲି ନିଷ୍ପତ୍ତି ହୋଇଛି । ସେହିପରି ବିହାର ବିଜେପିର ଦୁଇ ବରିଷ୍ଠ ନେତା ଗିରିରାଜ ସିଂହ ଓ ଶାହନବାଜ ହୁସେନଙ୍କ ଆସନରେ ଜେଡ଼ିୟୁ ପ୍ରାର୍ଥୀ ଦେବ ବୋଲି ଘୋଷଣା ହୋଇଛି।

ଜେଡ଼ିୟୁ କଟିହାର, ପୂର୍ଣ୍ଣିଆ, ଗୋପାଳଗଞ୍ଜ, ସିବାନ, ଭାଗଲପୁର, ବାଂକା, ମୁଂଗେର, ନାଳନ୍ଦା, କାରାକାଟ, ଗୟା, ଜହାନାବାଦ, ସୁପୌଲ, କିଶନଗଞ୍ଜ, ମଘେପୁରା, ବାଲ୍ମିକୀ ନଗର, ସୀତାମଢି, ଝଝାରପୁରରେ ପ୍ରାର୍ଥୀ ଦେଇଛି।

ସେହିପରି ବିଜେପି ଉଜିୟାରପୁର, ପାଟନା ସାହିବ, ପାଟଳିପୁତ୍ର, ବେଗୁସରାଇ, ସାସାରାମ, ଦରଭଂଗା, ପଶ୍ଚିମ ଚମ୍ପାରଣ, ମୁଜାଫରପୁର, ମହାରାଜଗଂଜ, ସାରଣ, ଆରା, ବକ୍ସର, ଔରଙ୍ଗାବାଦ, ପୂର୍ବ ଚମ୍ପାରଣ, ଶିଓ୍ଵହର, ମଧୁବନୀ, ଅରରିଆରେ ପ୍ରାର୍ଥୀ ଦେଇଛି।

ଏଲଜେପି ବୈଶାଲୀ, ହାଜିପୁର, ସମସ୍ତୀପୁର, ଖଗଡିୟା, ମଓ୍ଵାଦା, ଜମ୍ମୁଇରେ ପ୍ରାର୍ଥୀ ଦେବ।

ତେବେ ମହାମେଣ୍ଟରେ ଆସନ ବୁଝାମଣାନେଇ ଅସନ୍ତୋଷ ଜାରି ରହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନ ରାମ ମାଝୀଙ୍କ ଦଳ (ହାମ୍)କୁ ଦାବି ଅନୁଯାୟୀ ଆସନ ମିଳିନଥିବାରୁ କିଛି ଦିନ ତଳେ ଅସନ୍ତୋଷ ଜାହିର କରି ଦିଲ୍ଲୀରୁ ପାଟଣା ଫେରିଆସିଥିଲେ । ହେଲେ ସୋମବାର ମହାମେଣ୍ଟ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ସୂଚନା ରହିଛି।

ବିହାରରେ 7ଟି ପର୍ଯ୍ୟାୟରେ ମତଦାନ ହେବ। ଏପ୍ରିଲ 11, 18, 23, 29 ଏବଂ ମେ 6, 12, ଏବଂ 19 । ସୂଚନାଯୋଗ୍ୟ 2014 ସାଧାରଣ ନିର୍ବାଚନରେ ବିଜେପି 40ଟି ଆସନରୁ 31ଟି, ଆରଜେଡି 4ଟି, କଂଗ୍ରେସ 2ଟି ଏବଂ ଜେଡ଼ିୟୁ 2ଟି ଆସନ ଜିତିବାରେ ସକ୍ଷମ ହୋଇଥିଲା।



from Odisha Reporter https://ift.tt/2HrL2ko

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages