ମୋଦି ସରକାରଙ୍କ ମହାକାଶ ବିଜୟକୁ ବିରୋଧୀଙ୍କ ସମାଲୋଚନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 27, 2019

ମୋଦି ସରକାରଙ୍କ ମହାକାଶ ବିଜୟକୁ ବିରୋଧୀଙ୍କ ସମାଲୋଚନା

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ଠିକ୍‌ ପୂର୍ବରୁ ମହାକାଶରେ ଭାରତର ପରାକ୍ରମ ମୋଦି ସରକାରଙ୍କୁ ସୁହାଇବ ବୋଲି ଆକଳନ କରି ଆଜି ବିରୋଧୀ ଦଳଗୁଡ଼ିକ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି।

ଆଜି ଡିଆରଡିଓର ବୈଜ୍ଞାନିକମାନେ ନିର୍ମାଣ କରିଥିବା ଆଣ୍ଟି ସ୍ୟାଟେଲାଇଟ୍‌ ମିସାଇଲ୍‌ ନିମ୍ନ ଭୂକକ୍ଷରେ ଅବସ୍ଥିତ ଏକ ସକ୍ରିୟ ସ୍ୟାଟେଲ୍‌କୁ ନଷ୍ଟ କରିଦେଇଛି। ଏ ସମ୍ପର୍କରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ଘୋଷଣା କରିଛନ୍ତି। ତେବେ ନିର୍ବାଚନ ପୂର୍ବରୁ ଏଭଳି ଘୋଷଣାକୁ ବିରୋଧୀ ଦଳଗୁଡ଼ିକ ସହଜରେ ଗ୍ରହଣ କରିପାରିନାହାନ୍ତି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ମୋଦି ଆଉ ଏକ ସୀମାହୀନ ଡ୍ରାମା ଆରମ୍ଭ କରିଛନ୍ତି। ସେହିପରି କଂଗ୍ରେସ ଅଧ୍ୟକ୍ଷ ଏଭଳି ସଫଳତା ପାଇଁ ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଦେଇଥିବା ବେଳେ ମୋଦିଙ୍କୁ ବିଶ୍ୱ ନାଟକ ଦିବସ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

ବିରୋଧୀଙ୍କ ମତରେ ବୈଜ୍ଞାନିକମାନେ ଦୀର୍ଘ ବର୍ଷର ପରିଶ୍ରମ ପରେ ଏଭଳି ସଫଳତା ପାଇଛନ୍ତି। କିନ୍ତୁ ମୋଦି ନିର୍ବାଚନ ପୂର୍ବରୁ ଏହାକୁ ଘୋଷଣା କରି ସମସ୍ତ ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି।

ମମତା ବାନାର୍ଜୀ ଏକାଧିକ ଟ୍ୱିଟ୍‌ କରି କହିଛନ୍ତି, “ଏଭଳି ଘୋଷଣା ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଛି। ଏହା ବିରୋଧରେ ଆମେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେବୁ। ମୋଦି ସରକାର ବର୍ତ୍ତମାନ କେୟାର ଟେକର ହୋଇ ରହିଛନ୍ତି। ହେଲେ ମୋଦି ବୈଜ୍ଞାନିକମାନଙ୍କ ଶ୍ରେୟକୁ ନିଜ ନାଁରେ ନାମିତ କରିବାକୁ ଚାହୁଁଛନ୍ତି। ସବୁ କଥାରେ ଏଭଳି ଶ୍ରେୟ ନେବାକୁ ଚେଷ୍ଟା କରିବା ଠିକ୍‌ ନୁହେଁ। ଏହି ସଫଳତାର ଶ୍ରେୟ ବୈଜ୍ଞନିକ ଏବଂ ଗବେଷକମାନେ ପାଇବା ଉଚିତ।”

ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ କହିଛନ୍ତି, “ ମୋଦି ଆଜି ଟିଭିରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟ ପ୍ରସଙ୍ଗକୁ ଧ୍ୟାନଚ୍ୟୁତ କରିବାକୁ ଚାହୁଁଛନ୍ତି। ଦେଶରେ ବେକାରୀ, ଗରିବୀ, ଗ୍ରାମାଞ୍ଚଳ ସମସ୍ୟା ଓ ମହିଳା ସୁରକ୍ଷା ଉତ୍କଟ ସ୍ଥିତିରେ ପହଞ୍ଚି ଥିବା ବେଳେ ମୋଦି ଏସବୁ ଘୋଡ଼ାଇବାକୁ ଏଭଳି ଘୋଷଣା କରିଛନ୍ତି। ଏହି ସଫଳତା ପାଇଁ ଡିଆରଡିଓକୁ ଧନ୍ୟବାଦ ମିଳିବା ଉଚିତ।”

ଅଖିଲେଶଙ୍କ ମେଣ୍ଟ ସହଯୋଗୀ ମାୟାବତୀ ମଧ୍ୟ ଏହି ମହାକାଶ ସଫଳତାକୁ ମୋଦି ରାଜନୀତିକ ରଙ୍ଗ ଦେଉଥିବା କହିଛନ୍ତି। ସେହିପରି ଅନ୍ୟତମ କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେୱାଲା, ଏନସି ନେତା ଓମାର ଅବଦୁଲ୍ଲା ମଧ୍ୟ ମୋଦି ସରକାର ଦେଶର ବୈଜ୍ଞାନିକମାନଙ୍କ ପରିଶ୍ରମର ଶ୍ରେୟ ନେବାକୁ ଚେଷ୍ଟା କରୁଥିବା କହିଛନ୍ତି।

 



from Odisha Reporter https://ift.tt/2CDsNEG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages