ବଟଲରଙ୍କ ରନ୍ ଆଉଟ୍ ପ୍ରସଙ୍ଗ: ମୁହଁ ଖୋଲିଲେ ବିନୁ ମାଙ୍କଡଙ୍କ ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 27, 2019

ବଟଲରଙ୍କ ରନ୍ ଆଉଟ୍ ପ୍ରସଙ୍ଗ: ମୁହଁ ଖୋଲିଲେ ବିନୁ ମାଙ୍କଡଙ୍କ ପୁଅ

ମୁମ୍ବାଇ: ଚଳିତ ଆଇପିଏଲର ଏକ ମୁକାବିଲାରେ ଆର ଅଶ୍ୱିନ ଯେଉଁଭଳି ଭାବେ ଜୋସ ବଟଲରଙ୍କୁ ଆଉଟ କଲେ, ତାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଚାଲିଛି। ବଟଲରଙ୍କ ଏହି ଆଉଟକୁ ମାଙ୍କଡ୍ ବୋଲି କୁହାଯାଉଛି, ଯାହାକୁ ନେଇ ବିନୁ ମାଙ୍କଡଙ୍କୁ ପୁଅ ରାହୁଲ ଅସନ୍ତୋଷ ପ୍ରକାଶ କରିଛନ୍ତି।

ମୁମ୍ବାଇ ମିରରକୁ ଦେଇଥିବା ସାକ୍ଷାତକାରରେ ରାହୁଲ କହିଛନ୍ତି, ରନ ଆଉଟ ହେବାର ଏହି ପ୍ରକ୍ରିୟା କ୍ରିକେଟ ନିୟମ ଭିତରେ ଅନ୍ତର୍ଗତ। ମୋ ପିତା ଏହାକୁ ପ୍ରଥମଥର କରିନଥିଲେ। ଅଷ୍ଟ୍ରେଲିଆ ସାମ୍ବାଦିକ ହିଁ ଏହି ଶବ୍ଦକୁ (୪୦ ଦଶକ ସମୟରେ) ଗଢ଼ିଥିଲେ। ଆଇସିସି ନିୟମ ଅନୁଯାୟୀ, ଏଭଳି ଆଉଟକୁ ରନ ଆଉଟ ହିଁ କୁହଯାଏ ଏବଂ ଏଥିରେ କୌଣସି ସନ୍ଦେହ ନରହିବା ଦରକାର।

ମୁଁ ଏ ସମ୍ବନ୍ଧରେ ସୁନୀଲ ଗାଭାସ୍କର ଚାପେଲ ବ୍ରଦର୍ସ (ଗ୍ରେଗ ଓ ଇଆନ) ଏବଂ ମାଇକେଲ ହୋଲଡିଂଙ୍କ ସମେତ ଅନେକ ମହାନ କ୍ରିକେଟରଙ୍କ ସହ ଆଲୋଚନା କରିଛି। ସେମାନେ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିବାର ଏହି ପ୍ରକ୍ରିୟାରେ କୌଣସି ଭୁଲ ନଥିବା କହିଥିଲେ। ମୋ ବାପାଙ୍କ ନାମକୁ ଏଭଳି ବ୍ୟବହାର କରାଯିବାକୁ ସେମାନେ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି।

ରାହୁଲ ଆହୁରି କହିଛନ୍ତି, ବିଲ ବ୍ରାଉନଙ୍କୁ ଏଭଳି ଆଉଟ କରିବା ନେଇ ମୋ ପିତା ଦୁଃଖ ପ୍ରକାଶ କରିଥିଲେ। ସେହି ସମୟରେ ବ୍ରାଉନଙ୍କୁ ପ୍ରଥମେ ଚେତାବନୀ ଦିଆଯାଇଥିଲା ଏବଂ ପରେ ତାଙ୍କୁ ଆଉଟ କରାଯାଇଥିଲା। ମୁଁ ମଧ୍ୟ ବ୍ରାଉନଙ୍କ ସହ ସାକ୍ଷାତ କରି ଏହି ଆଉଟ ବିଷୟରେ ପଚାରିଥିଲି। ସେ କହିଥିଲେ, ବିନୁ ଯାହା କଲେ, ତାହା ନିୟମ ଅନ୍ତର୍ଗତ ଥିଲା। ଅଷ୍ଟ୍ରେଲିଆର ସବୁ ଖେଳାଳି ମଧ୍ୟ ମୋ ପିତାଙ୍କ ସପକ୍ଷରେ ଛିଡ଼ା ହୋଇଥିଲେ।

ସୂଚନାଯୋଗ୍ୟ, ୨୦୦୮ରେ ବ୍ରାଉନଙ୍କ ପରଲୋକ ହୋଇଥିବା ବେଳେ ୧୯୭୮ରେ ବିନୁ ମାଙ୍କଡଙ୍କ ପରଲୋକ ହୋଇଥିଲା। ଅଶ୍ୱିନ ଓ ବଟଲରଙ୍କ ମାମଲାକୁ ନେଇ ରାହୁଲ କହିଛନ୍ତି, ଅଶ୍ୱିନ ଯାହା କଲେ ତାହା ନିୟମ ଅନୁଯାୟୀ ଥିଲା। ସେ ସେହି ସମୟରେ ତାହା କଲେ, ଯାହା ତାଙ୍କୁ ଠିକ ଲାଗିଲା।

ସୋମବାର ଜୟପୁରରେ ରାଜସ୍ଥାନ ରୟାଲ୍ସ ବ୍ୟାଟ୍ସମ୍ୟାନ ବଟଲରଙ୍କୁ ଅଶ୍ୱିନ ରନଆଉଟ କରିଥିଲେ। ତେବେ ଅନେକ କ୍ରିକେଟ ବିଶେଷଜ୍ଞ ଏହି ଆଉଟକୁ ମାଙ୍କଡ ବୋଲି ସମ୍ବୋଧିତ କରୁଛନ୍ତି। ମାଙ୍କଡ ଶବ୍ଦର ଉଚ୍ଚାରଣ ଭାରତର ପୂର୍ବତନ ବୋଲର ବିନୁ ମାଙ୍କଡଙ୍କଠାରୁ ଆସିଥିବା କୁହାଯାଉଛି। ୧୩, ଡିସେମ୍ବର ୧୯୪୭ରେ ସିଡନୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ମ୍ୟାଚରେ ମାଙ୍କଡ ଘରୋଇ ଦଳର ବ୍ୟାଟ୍ସମ୍ୟାନ ବିଲ ବ୍ରାଉନଙ୍କୁ ମାଙ୍କଡିଙ୍ଗ କରିଥିଲେ। ବିନୁ ମାଙ୍କଡ ବୋଲିଂ କରୁଥିଲେ ଏବଂ ସେ ବ୍ରାଉନଙ୍କୁ କ୍ରିଜରୁ ବାହାରିବା ପରେ ରନଆଉଟ କରିଥିଲେ।



from Odisha Reporter https://ift.tt/2FAkcDx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages