ମାସୁଦ ପାଇଁ ପୁଣି ବାହାରିଲା ଚାଇନା, ଆମେରିକା ବିରୋଧରେ ଦେଲା ମତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 28, 2019

ମାସୁଦ ପାଇଁ ପୁଣି ବାହାରିଲା ଚାଇନା, ଆମେରିକା ବିରୋଧରେ ଦେଲା ମତ

ବେଜିଂ: ପୁଲୱାମା ହମ୍‌ଲା ମାଷ୍ଟରମାଇଣ୍ଡ ତଥା ପାକିସ୍ତାନରେ ସକ୍ରିୟ ଜୈଶ-ଏ-ମହମ୍ମଦର ପ୍ରତିଷ୍ଠାତା ମାସୁଦ ଆଝାର ପାଇଁ ଚାଇନା ପୁଣିଥରେ ଓକିଲାତି କରିଛି। ଆଜି ମାସୁଦକୁ ଆତଙ୍କୀ ଘୋଷଣା କରିବାକୁ ଆମେରିକାର ନେତୃତ୍ୱରେ ବ୍ରିଟେନ୍‌ ଓ ଫ୍ରାନ୍ସ ଜାତିସଂଘ ସୁରକ୍ଷା ପରିଷଦରେ ପୁଣିଥରେ ଏକ ଚିଠା ସଂକଳ୍ପ ଆଗତ କରିଛନ୍ତି।

ତେବେ ପୂର୍ବରୁ ଭିଟୋ ପ୍ରୟୋଗ କରି ଏଭଳି ପ୍ରସ୍ତାବ ଉପରେ ରୋକ ଲଗାଇଥିବା ଚାଇନା ଏବେ ଆମେରିକା ବିରୋଧରେ ମତ ଦେଇଛି। ଚାଇନା ପକ୍ଷରୁ ଆଜି କୁହାଯାଇଛି ଯେ ଜାତିସଂଘର ଆତଙ୍କବାଦ ନିରୋଧ କମିଟି ଉପରେ ଆମେରିକା ଚାପ ସୃଷ୍ଟି କରିବାକୁ ଚେଷ୍ଟା କରିଛି। ଆମେରିକା କମିଟିକୁ ଅଣଦେଖା କରି ପାକିସ୍ତାନରେ ଥିବା ଜୈଶ ମୁଖ୍ୟ ମାସୁଦ ଆଝାରକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିବାକୁ ପୁଣିଥରେ ପ୍ରସ୍ତାବ ଆଗତ କରିଛି।

ମାସୁଦକୁ କଳାତାଲିକା ଭୁକ୍ତ କରିବା ପାଇଁ ଆମେରିକା, ବ୍ରିଟେନ୍‌ ଓ ଫ୍ରାନ୍ସ ଜାତିସଂଘ ସୁରକ୍ଷା ପରିଷଦରେ ଏକ ଚିଠା ସଂକଳ୍ପ ଆଗତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଉପରେ ପ୍ରତିକ୍ରିୟା ଦେଇ ଚାଇନାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗେଙ୍ଗ ଶୁଆଙ୍ଗ କହିଛନ୍ତି, “ମାସୁଦ ପ୍ରସଙ୍ଗକୁ ୱାଶିଂଟନ୍‌ କେବଳ ଗୋଳମାଳିଆ କରିବାକୁ ଚେଷ୍ଟା କରୁଛି। ଏହି ପ୍ରସଙ୍ଗ କୌଣସି ସଂକଳ୍ପ ଦ୍ୱାରା ସମାଧାନ ହେବନାହିଁ। ବରଂ ଦ୍ୱିପାକ୍ଷିକ ଆଲୋଚନା ହିଁ ଏହାର ସମାଧାନ କରିପାରିବ। ପୂର୍ବରୁ ଜାତିସଂଘ ସୁରକ୍ଷା ପରିଷଦର ଆତଙ୍କବାଦ ନିରୋଧ କମିଟି ଏହି ପ୍ରସଙ୍ଗକୁ ଖାରଜ କରିଛି। ଏବେ ଆମେରିକା ବଳପୂର୍ବକ ଜାତିସଂଘ ସୁରକ୍ଷା ପରିଷଦକୁ ନିଜ ସପକ୍ଷରେ ନେବାକୁ ଚେଷ୍ଟା କରୁଛି। ତେଣୁ ଆମେରିକା ଏଭଳି ଆଭିମୁଖ୍ୟକୁ ବଦଳାଇବା ଦରକାର। ବଳପୂର୍ବକ ପ୍ରସ୍ତାବ ଆଗତ କରିବା ଭଳି କାର୍ଯ୍ୟରୁ ୱାଶିଂଟନ ନିବୃତ୍ତ ରହିବା ଦରକାର।”

ମାସୁଦକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିବା ପାଇଁ ଆମେରିକା, ଫ୍ରାନ୍ସ ଓ ବ୍ରିଟେନ୍‌ ପ୍ରଥମଥର ପାଇଁ ଜାତିସଂଘ ସୁରକ୍ଷା ପରିଷଦରେ ସିଧାସଳଖ ଡ୍ରାଫ୍ଟ ରିଜଲ୍ୟୁସନ୍‌ ବା ସଂକଳ୍ପ ଆଗତ କରିଛନ୍ତି। ପୂର୍ବରୁ ଏହା ଏକ ପ୍ରସ୍ତାବ ଭାବେ ଆଗତ ହେଉଥିଲା। ଯାହାକୁ ୧୦ ଦିନ ଯାଏ ନୋ ଅବଜେକସନ୍‌ ପିରିୟଡ୍‌ ମଧ୍ୟରେ ରହୁଥିଲା। କିନ୍ତୁ ଏହି ଡ୍ରାଫ୍ଟ ରିଜଲ୍ୟୁସନ୍ନ୍‌ କୌଣସି ନୋ ଅବଜେକସନ୍‌ ପରିୟଡ୍‌ରେ ରହିବ ନାହିଁ।

ଆମେରିକା ଦାଖଲ କରିଥିବା ଡ୍ରାଫ୍ଟରେ ପୁଲୱାମା ହମ୍‌ଲା ସମ୍ପର୍କରେ ଉଲ୍ଲେଖ ରହିଛି। ଏଥିସହ ମାସୁଦ ଆଝାର ବିଶ୍ୱରେ କେମିତି ଆତଙ୍କବାଦର ଖେଳ ଖେଳୁଛି, ତା’ର ତଥ୍ୟ ମଧ୍ୟ ଏଥିରେ ରହିଛି। ଆମେରିକା ଏହି ପ୍ରସଙ୍ଗରେ ବ୍ରିଟେନ ଓ ଫ୍ରାନ୍ସ ସହଯୋଗରେ ଏକ ଚିଠା ପ୍ରସ୍ତୁତ କରିଛି। ୧୫ ଜଣିଆ ସୁରକ୍ଷା ପରିଷଦରେ ମାସୁଦ ଆଝାରକୁ ଆତଙ୍କବାଦୀ ବୋଲି ଘୋଷଣା କରିବା ସହ ତା’ର ବିଦେଶ ଗସ୍ତ, ସମସ୍ତ ସମ୍ପତ୍ତି ଜବତ କରାଯିବା ସାଙ୍ଗକୁ କୂଟନୀତିକ ସ୍ତରରେ ଆଲୋଚନାକୁ ବ୍ୟାନ କରିବା ପାଇଁ ପ୍ରସ୍ତାବ ରହିଛି।



from Odisha Reporter https://ift.tt/2Fwn6ZW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages