‘ପିସି ଦେଇ ପୁରସ୍କୃତ ହୋଇଛନ୍ତି ନଳିନୀ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 28, 2019

‘ପିସି ଦେଇ ପୁରସ୍କୃତ ହୋଇଛନ୍ତି ନଳିନୀ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ସମ୍ବଲପୁର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ନଳିଳୀକାନ୍ତ ପ୍ରଧାନଙ୍କ ପ୍ରାର୍ଥିତ୍ୱକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ। ଏହାଦ୍ୱାରା ନଳିନୀଙ୍କ ପ୍ରତି ବିଜେଡିର ଅନୁକଂପା ପ୍ରମାଣିତ ହେଲା ବୋଲି ପିସିସି ମିଡିଆ ସେଲ୍ ମୁଖ୍ୟ ସତ୍ୟପ୍ରକାଶ ନାୟକ ଅଭିଯୋଗ କରିଛନ୍ତି।

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ନଳିଳୀ ପୂର୍ତ୍ତ ସଚିବ ଥିବା ବେଳେ ସେ ପ୍ରଶାସନର କମ୍, ବିଜେଡି ପାଇଁ ଅଧିକ କାମ କରୁଥିଲେ। ନଳିନୀଙ୍କ ସମୟରେ ହିଁ ରାଜ୍ୟରେ ସବୁଠାରୁ ଅଧିକ ପୋଲ ଭୁଶୁଡ଼ି ଥିଲ। ତା’ଛଡ଼ା ପୂର୍ତ୍ତ ବିଭାଗର ୧୫ ଶହ କୋଟି ଟଙ୍କାର କାମ ଇ-ଟେଣ୍ଡର କରାଯାଇନଥିଲା ବୋଲି କଂଗ୍ରେସ୍ ଅଭିଯୋଗ କରିଛି।

ନଳିନୀ ବିଜେଡିକୁ ଅଘୋଷିତ ପିସି ପ୍ରଦାନ କରି ପୁରସ୍କୃତ ହୋଇଥିବା ସତ୍ୟ ପ୍ରକାଶ କହିଛନ୍ତି। ତେବେ ଏ ସଂପର୍କରେ ନଳିନୀ ପ୍ରଧାନଙ୍କ ପ୍ରତିକ୍ରିୟା ମିଳିପାରି ନ ଥିବା ବେଳେ ବିଜେଡି ମୁଖପାତ୍ର ଅଭିଯୋଗକୁ ହାସ୍ୟାସ୍ପଦ ବୋଲି କହିଛନ୍ତି ।



from Odisha Reporter https://ift.tt/2uwRhLl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages