ମହାଶିବରାତ୍ରୀ ପୂର୍ବରୁ ରିଲିଜ୍‌ ହେଲା ସୋନୁ ନିଗମଙ୍କ ନୂଆ ଭଜନ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 3, 2019

ମହାଶିବରାତ୍ରୀ ପୂର୍ବରୁ ରିଲିଜ୍‌ ହେଲା ସୋନୁ ନିଗମଙ୍କ ନୂଆ ଭଜନ ଭିଡିଓ

sonu3

ମୁମ୍ବାଇ: ରାତି ପାହିଲେ ମହାଶିବରାତ୍ରୀ। ଏହି ଅବସରରେ ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ସୋନୁନିଗମ ଏକ ନୂଆ ଭକ୍ତି ଗୀତ ନୂଆ ଅନ୍ଦାଜରେ ରିଲିଜ୍‌ କରିଛନ୍ତି। ଏହି ଭିଡିଓକୁ ଟାଇମ୍ସ ମ୍ୟୁଜିକ୍‌ ୟୁଟ୍ୟୁବ୍‌ର ସ୍ପିରିଚୁଏଲ୍‌ ଅଫିସିଆଲ୍‌ ଆକାଉଣ୍ଟ୍‌ରେ ଅପଲୋଡ୍‌ କରିଛନ୍ତି। ମହାଶିବରାତ୍ରୀ ଅବସରରେ ଏହି ଗୀତ ସୋନୁ ଏମିତି ଅନ୍ଦାଜରେ ଗାଇଛନ୍ତି ଯାହାକୁ ଶୁଣି ଲୋକମାନେ ନିଶ୍ଚିତ ଗୁଣୁଗୁଣେଇବେ।

ସୋନୁଙ୍କର ଏହି ଗୀତ ଆରମ୍ଭ ମହାମୃତ୍ୟୁଞ୍ଜୟ ମନ୍ତ୍ରରୁ ହୋଇଛି। ସୋନୁ ଖୁବ୍‌ ସୁନ୍ଦର ଭାବେ ଏହି ଗୀତଟିକୁ ଗାଇଛନ୍ତି।

ଏହି ଗୀତର ଏକ ଛୋଟ କ୍ଲିପ୍‌ ସୋନୁ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଶେଆର କରି ଲେଖିଛନ୍ତି, ‘‘ମହାଶିବରାତ୍ରୀର ପବିତ୍ର ଅବସରରେ ଶିବଙ୍କର ଏକ ଗୀତ ପ୍ରସ୍ତୁତ କରିଛି। ଆମ ଜୀବନରେ ଧର୍ମ ଆବଶ୍ୟକତା ରହିଛି। ଆମେ ଜୀବିତ ଥିବା ପର୍ଯ୍ୟନ୍ତ ଧର୍ମକୁ ନେଇ ବଞ୍ଚିବାକୁ ହୋଇଥାଏ।’’

ଏହି ଗୀତର ଶୁଟିଂ ପାଇଁ ନେପାଲ୍‌ର ଅନେକ ଲୋକେସନ୍‌ ବଛା ଯାଇଥିଲା। ଖୁବ୍‌ କଷ୍ଟରେ ଏହି ଗୀତର ପ୍ରସ୍ତୁତି କରାଯାଇଥିଲା ବୋଲି ସୋନୁ କହିଛନ୍ତି। ଏହି ଗୀତକୁ ଲେଖିଛନ୍ତି ବସନ୍ତ ଚୌଧୁରୀ।

 

 



from Odisha Reporter https://ift.tt/2HcC75w

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages