
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ଅଖିଳ ଭାରତୀୟ ଦିଗମ୍ବର ଜୈନ ମହାସମିତି ପକ୍ଷରୁ ‘ଭଗବାନ ମହାବୀର ଅହିଂସା ପୁରସ୍କାର’ ଦିଆଯିବ। ସେ ପ୍ରଥମ ବ୍ୟକ୍ତି ଭାବରେ ଏହି ପୁରସ୍କାର ପାଇବେ।
ଗତ ଫେବୃଆରୀ ୨୭ ତାରିଖରେ ମିଗ୍-୨୧ ବିମାନରୁ ଆର ୭୩ ଏୟାର-ଟୁ-ଏୟାର ମିଶାଇଲ ମାଡ଼ କରି ପାକିସ୍ତାନର ଏଫ୍-୧୬ ଧ୍ୱଂସ କରିବା ପରେ ପାକିସ୍ତାନ ପଟେ ଖସି ପଡ଼ିଥିଲେ। ଏହାପରେ ପାକିସ୍ତାନ ସେନା ତାଙ୍କୁ ଗିରଫ କରି ମାର୍ଚ୍ଚ ୧ରେ ଛାଡ଼ିଥିଲେ।
ଏହି ପୁରସ୍କାର ମହାସମିତିର ଅଧ୍ୟକ୍ଷ ମହିନ୍ଦ୍ରା ଜୈନ ନୂଆଦିଲ୍ଲୀଠାରେ ଘୋଷଣା କରିଥିଲେ। ଚଳିତ ବର୍ଷଠାରୁ ଆରମ୍ଭ କରାଯାଇଥିବା ଏହି ପୁରସ୍କାର ଅଭିନନ୍ଦନଙ୍କୁ ଏପ୍ରିଲ ୧୭ ତାରିଖରେ ପ୍ରଦାନ କରାଯିବ। ପୁରସ୍କାର ବାବଦକୁ ୨.୫୧ ଲକ୍ଷର ଆର୍ଥିକ ପୁରସ୍କାର ଏବଂ ଏକ ସ୍ମାରକପତ୍ର ପ୍ରଦାନ କରାଯିବ।
from Odisha Reporter https://ift.tt/2tRcnUh
No comments:
Post a Comment