ଡ୍ରିମ୍ ହୋମ୍‌ରେ ଚଢ଼ଉ, ୪୨ ପିଲା ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 15, 2019

ଡ୍ରିମ୍ ହୋମ୍‌ରେ ଚଢ଼ଉ, ୪୨ ପିଲା ଉଦ୍ଧାର

shelterhome

କଟକ(ଓଡ଼ିଶା ରିପୋର୍ଟର): ପୁଣି ଏକ ସେଲ୍‌ଟର୍ ହୋମ୍‌ରେ ଚଢ଼ଉ। ଚୌଦ୍ୱାର ଶଙ୍କରପୁର ସ୍ଥିତ ଗୁଡ୍‌ ନିଉଜ୍ ଇଣ୍ଡିଆର ଏକ ଶାଖା ଡ୍ରିମ୍ ହୋମ୍‌ରେ ଗତକାଲି ଜିଲ୍ଲା ଶିଶୁ ମଙ୍ଗଳ କମିଟି ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚଢ଼ଉ କରି ୪୨ ଜଣ ପିଲାଙ୍କୁ ଉଦ୍ଧାର କରିଛନ୍ତି। ତେବେ ଆଉ ୮ଜଣ ପିଲା ନିଖୋଜ ଥିବା ଜଣାପଡ଼ିଛି। ଉଦ୍ଧାର କରାଯାଇଥିବା ସମସ୍ତ ପିଲାଙ୍କୁ ଚୌଦ୍ୱାର ସ୍ଥିତ ଶିଶୁ ସଦନରେ ରଖାଯାଇଛି।

ଢେଙ୍କାନାଳ ବେଲ୍‌ଟିକିରି ସେଲ୍‌ଟର୍‌ ହୋମ୍ ସିଲ୍ ହେବା ସହ ସଂସ୍ଥା ଦ୍ୱାରା ପରିଚାଳିତ ୨୨ଟି ଶିଶୁ ଅନୁଷ୍ଠାନକୁ ବନ୍ଦ କରାଯାଇଥିଲା। ତେବେ ଅନୁଷ୍ଠାନଟି ସରକାରୀ ସ୍ତରରେ ବନ୍ଦ କରାଯାଇଥିବା ବେଳେ ଏଠାରେ ବେଆଇନ୍‌ ଭାବେ ପିଲାଙ୍କୁ ରଖା ଯାଇଥିବା ଖବର ପାଇ ସିଡବ୍ଲ୍ୟୁସି ଅଧ୍ୟକ୍ଷା ମନ୍ଦାକିନୀ ଜେନାଙ୍କ ସହିତ ଅନ୍ୟ ପ୍ରମୁଖ ସଦସ୍ୟଙ୍କ ସହ ପହଞ୍ଚି ଚୌଦ୍ୱାର ପୁଲିସ୍‌ ସହାୟତାରେ ପିଲାମାନଙ୍କୁ ଉଦ୍ଧାର କରିଥିଲେ।

ସିଡବ୍ଲ୍ୟୁସି ଅଧ୍ୟକ୍ଷା କହିଛନ୍ତି, ପିଲାଙ୍କର ଏବେ ପରୀକ୍ଷା ଅଛି। ତେବେ ସେଥିରେ ସେମାନଙ୍କର କିଛି ଅସୁବିଧା ହେବ ନାହିଁ। ସେମାନେ ଯେଉଁ ସ୍କୁଲ୍‌ରେ ପଢୁଥିବେ ସେଠାରେ ପରୀକ୍ଷା ଦେବା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ।

ଏହି ଘଟଣାରେ ଡ୍ରିମ୍ ହୋମ୍‌ର ପରିଚଳାକ ଦୀପକ ପରମାଣିକ ନାଁରେ ମାମଲା ରୁଜୁ ହେବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ୨୦୧୬ ମସିହାରେ ‘ଡ୍ରିମ୍‌ ହୋମ୍‌’ ନାମକ ଏହି ସେଲ୍‌ଟର୍‌ ହୋମ୍‌ର ରେଜିଷ୍ଟ୍ରେସନ୍‌ ବାତିଲ୍‌ କରାଯାଇଥିଲା। ଏହାପରେ ଆଉ ନବୀକରଣ ହୋଇ ନ ଥିଲା। ତେଣୁ ଏହି ସେଲ୍‌ଟର୍‌ ହୋମ୍‌ ଉପରେ ନଜର ରଖାଯାଇଥିଲା। ଢେଙ୍କାନାଳ ବେଲ୍‌ଟିକିରି ସେଲ୍‌ଟର୍‌ ହୋମ୍ ଘଟଣା ସାମ୍ନାକୁ ଆସିବା ପରେ ଗତବର୍ଷ ଡିସେମ୍ବର ମାସରେ ପ୍ରଶାସନ ପକ୍ଷରୁ ଡ୍ରିମ୍‌ ହୋମ୍‌ରେ ଚଢ଼ଉ କରାଯାଇଥିଲା। ତେବେ ସିଲ୍‌ ହେବା ସତ୍ତ୍ୱେ ଏହା କେମିତି ଚାଲିଥିଲା, ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।



from Odisha Reporter https://ift.tt/2TIaeKe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages