ଅନଲାଇନ ଅର୍ଡର ହୋଇଥିବା ଖାଦ୍ୟ ପ୍ୟାକେଟରୁ ମିଳିଲା ୪୦ଟି ଅସରପା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 15, 2019

ଅନଲାଇନ ଅର୍ଡର ହୋଇଥିବା ଖାଦ୍ୟ ପ୍ୟାକେଟରୁ ମିଳିଲା ୪୦ଟି ଅସରପା

ଚୀନ :  ଆଜିର ବ୍ୟସ୍ତବହୁଳ ଦୁନିଆରେ ଦିନକୁ ଦିନ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର ପ୍ରତି ଯୁବକଯୁବତୀଙ୍କ ଚାହିଦା ଓ ଆଗ୍ରହ ବଢିବାରେ ଲାଗିଛି। ଘରେ ବସି ଅର୍ଡର କଲେ କମ୍‌ ସମୟ ମଧ୍ୟରେ ଖାଦ୍ୟ ଆସି ଘରେ ପହଞ୍ଚିଯାଉଛି। ହେଲେ ଏ ଖାଦ୍ୟ କେତେ ସୁରକ୍ଷିତ ? ଗତ କିଛି ଦିନ ହେବ ଏମିତି ଅନେକ ଖବର ମିଳିଛି ଯେଇଁଥିରେ ଡେଲିଭରି ହୋଇଥିବା ଖାଦ୍ୟ ପ୍ୟାକେଟ୍‌ରୁ କେତେବେଳେ ପୋକ ତ ଆଉ କେତେବେଳେ ରକ୍ତ ଲଗା କଟନ୍‌ ମିଳିଛି। ତଥାପି ସଚେତନ ହେଉନାହାନ୍ତି ସଂସ୍ଥାର କର୍ମଚାରୀ । ପୁଣି ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଅନ୍‌ଲାଇନ୍‌ ଖାଦ୍ୟ ପ୍ୟାକେଟ୍‌ରୁ ବାହାରିଛି ୪୦ଟି ଅସରପା। ଘଟଣାଟି ଘଟିଛି ଚୀନରେ।

ଜଣେ ମହିଳାଙ୍କ ଅଭିଯୋଗ ଅନୁଯାୟୀ, ସେ ଡିନର ପାଇଁ ଅନଲାଇନ୍ ଅର୍ଡର କରିଥିଲେ। ହେଲେ ତାଙ୍କୁ ଯେଉଁ ଖାଦ୍ୟ ମିଳିଥିଲା, ସେଥିରେ ୪୦ଟି ମଲା ଅସରପା ଥିଲେ। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଅନଲାଇନରେ ଅର୍ଡର କରିବାର କିଛି ସମୟ ପରେ ତାଙ୍କୁ ଖାଦ୍ୟ ପ୍ୟାକେଟ୍ ଡେଲିଭରି କରାଯାଇଥିଲା। ପ୍ୟାକେଟ୍ ଖୋଲିବା ପରେ ସେଥିରୁ ମଲା ଅସରପା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଏହାପରେ ସେ ମୋବାଇଲରେ ଏହାର ଏକ ଭିଡିଓ କରି ସୋଶାଲ୍‌ ମିଡିଆରେ ଶେଆର କରିବା ପରେ ଭିଡ଼ିଓଟି ଭାଇରାଲ୍‌ ହେବାରେ ଲାଗିଛି। ଏଥିସହ ମହିଳାଜଣଙ୍କ ଖାଦ୍ୟ  ଅର୍ଡର କରିଥିବା ରେଷ୍ଟୁରାଣ୍ଟରେ ଅଭିଯୋଗ କରିବା ପରେ ଘଟଣା ସମ୍ପର୍କରେ ପୁଲିସକୁ ମଧ୍ୟ ଜଣାଇଥିଲେ। ପୁଲିସ ଘଟଣାର ଯାଞ୍ଚ ଆରମ୍ଭ କରିଦେଇଥିବା ବେଳେ ଉକ୍ତ ରେଷ୍ଟୁରାଣ୍ଟ ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଛି।



from Odisha Reporter https://ift.tt/2HoOQmq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages