ହାତ ଧରିଲେ ଅଶ୍ୱିନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 24, 2019

ହାତ ଧରିଲେ ଅଶ୍ୱିନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜନୀତିକୁ ଆସିଲେ ଅଶ୍ୱିନୀ ପୂଜାହାରୀ। ବୁର୍ଲା ଭିମ୍‌ସାରର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାହାରୀ ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି। ଭୁବନେଶ୍ୱରସ୍ଥିତ ରାଜ୍ୟ କଂଗ୍ରେସ ମୁଖ୍ୟାଳୟରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏବଂ ଓଡ଼ିଶା କାର୍ଯ୍ୟକାରୀ ପ୍ରଭାରୀ ଟି.ଏସ୍. ସିଂହଦେଓଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି।

ପୂର୍ବରୁ ସେନାରେ ଡାକ୍ତର ଚାକିରି ଏବଂ ପରେ ଭିମ୍‌ସାରର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ ଅଶ୍ୱିନୀ। ତେବେ ଭିମସାରରେ କାର୍ଯ୍ୟ କରୁଥିବା ବେଳେ ତାଙ୍କର ଅନୁଶାସନ ଓ ଚିକିତ୍ସା ପ୍ରଣାଳୀକୁ ନେଇ ସେ ବିବାଦୀୟ ହୋଇପଡ଼ିଥିଲେ। ପରେ ସରକାରଙ୍କ ପକ୍ଷରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ ଚାକିରି ଛାଡ଼ିଥିଲେ ପ୍ରଫେସର ଅଶ୍ୱିନୀ ପୂଜାହାରୀ। ତେବେ ଆଜି କଂଗ୍ରେସରେ ଯୋଗ ଦେବା ପରେ ଚଳିତ ନିର୍ବାଚନରେ ଦଳ ତାଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି।



from Odisha Reporter https://ift.tt/2HUHua5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages