ନାମାଙ୍କନ ବେଳେ ନିଜ ବାପାଙ୍କୁ ପତି ବୋଲି ଲେଖିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 24, 2019

ନାମାଙ୍କନ ବେଳେ ନିଜ ବାପାଙ୍କୁ ପତି ବୋଲି ଲେଖିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ

ଅମରାବତୀ: ଆନ୍ଧ୍ରପ୍ରଦେଶ ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ ବେଳେ ଭୁଲ କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଓ ତାଙ୍କ ପୁଅ ଲୋକେଶ। ଉଭୟ ପ୍ରାର୍ଥୀପତ୍ରରେ ପିତାଙ୍କ ନାମ ଜାଗାରେ ପତିଙ୍କ ନାମ ବୋଲି ଲେଖିଛନ୍ତି। ଯାହାକି ସୋଶାଲ ମିଡ଼ିଆରେ ଟ୍ରୋଲ ହୋଇଛି। ଏଭଳି ଭୁଲ ଉଦ୍ଦେଶ୍ୟମୂଳକ ଭାବେ କରାଯାଇଛି ନା ଅଜାଣତରେ, ତାହା ଜଣାପଡ଼ିନାହିଁ। ହେଲେ ଏହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି ।

ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ବିଧାନସଭା ନିର୍ବାଚନ ପାଇଁ ଆଜି ଚିତ୍ତୁର ଜିଲ୍ଲାର କୁପ୍ପନ ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେ ନାମାଙ୍କନ ପତ୍ରରେ ତାଙ୍କ ବାପା ଖର୍ଜୁରା ନାଇଡ଼ୁକୁ ପିତା ବଦଳରେ ପତି ବୋଲି ଉଲ୍ଲେଖ କରିଦେଇଛନ୍ତି। ସେହିପରି ତାଙ୍କ ପୁଅ ଲୋକେଶ ମଧ୍ୟ ରାଜ୍ୟର ରାଜଧାନୀ ଅମରାବତିର ମଙ୍ଗଳାଗିରି ବିଧାନସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ହେଲେ ପିତା ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ପିତା ଜାଗାରେ ପତି ବୋଲି ଲେଖିଥିବା ଜଣାପଡ଼ିଛି।



from Odisha Reporter https://ift.tt/2Fvv7zk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages