ଶତ୍ରୁ ହାତରେ ରାଫେଲ୍‌ ତଥ୍ୟ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 13, 2019

ଶତ୍ରୁ ହାତରେ ରାଫେଲ୍‌ ତଥ୍ୟ!

ନୂଆଦିଲ୍ଲୀ: ରାଫେଲ ଚୁକ୍ତିକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ରାୟର ରିଭ୍ୟୁ ପିଟିସନ୍‌ର ଶୁଣାଣି ଅବସରରେ କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟଙ୍କୁ କହିଛନ୍ତି, ରାଫେଲ ସମ୍ପର୍କିତ ଗୋପନୀୟ ତଥ୍ୟ ଶତ୍ରୁଙ୍କ ହାତରେ ଲାଗିବାର ଯଥେଷ୍ଟ ସମ୍ଭାବନା ରହିଥିବାରୁ ଏହା ଜାତୀୟ ସୁରକ୍ଷାକୁ ବିପଦରେ ପକାଇଛି। ଏତଦ୍‌ବ୍ୟତୀତ ବେଆଇନ ଭାବରେ ଗୋପନୀୟ ତଥ୍ୟର ନକଲ କରିବା ଚୋରି ସହିତ ସମାନ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ୩୬ଟି ରାଫେଲ ଯୁଦ୍ଧ ବିମାନ କିଣାକୁ ନେଇ ଦି ହିନ୍ଦୁ ଖବରକାଗଜର ବିବାଦୀୟ ରିପୋର୍ଟ କୁ ଟାର୍ଗେଟ୍‌ କରି କେନ୍ଦ୍ର ଏପରି ତଥ୍ୟ ରଖିଛି।

କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଆହୁରି ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଶ୍ୱସ୍ତି ସାବ୍ୟସ୍ତ ହୋଇଥିବା ଡିସେମ୍ବର ରାୟ ବିରୋଧରେ ଏହି ରିଭ୍ୟୁ ପିଟିସନ୍‌କୁ କେନ୍ଦ୍ର ସରକାର ରଦ୍ଦ କରନ୍ତୁ। ସରକାର ଆହୁରି ମଧ୍ୟ ଯୁକ୍ତି ଦର୍ଶାଇଛନ୍ତି, ଏସବୁ ଗୋପନୀୟ ତଥ୍ୟର ଚୋରି ‘ଅଫିସିଆଲ ସିକ୍ରେଟ୍‌ ଆକ୍ଟ’ର ଉଲ୍ଲଂଘନ କରୁଥିବାରୁ ଏହାର ଦଣ୍ଡ ଜେଲ ନହେଲେ ଜୋରିମାନା ଲାଗୁ ହେଉ।

ଯେକେହି ମଧ୍ୟ ଏହି ଦସ୍ତାବିଜ୍‌ର ନକଲ କରିଛି, ସେ ଅନ୍ୟ ଦେଶ ସହିତ ଭାରତର ଚୁକ୍ତିକୁ ଅପମାନିତ କରିଛି। ଏଥିରେ ରହିଥିବା ଗୋପନୀୟ ଧାରା ଏଥିରେ ରୋକ୍‌ ଲଗାଉଛି। ଏହି ଦସ୍ତାବିଜ ଅସମ୍ପୂର୍ଣ୍ଣ ବୋଲି ମଧ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ସରକାର ‘ଦି ହିନ୍ଦୁ’କୁ ଟାର୍ଗେଟ୍‌ କରିବା ନେଇ ‘ଏଡିଟର୍ସ ଗିଲ୍ଡ’ ବିରୋଧ କରିଥିବାବେଳେ ‘ଦି ହିନ୍ଦୁ’ ଗ୍ରୁପ୍‌ର ଅଧ୍ୟକ୍ଷ ଏନ୍‌ ରାମ୍‌ କହିଛନ୍ତି, ଆମେ ଜନହିତରେ ଏହା ପ୍ରକାଶ କରିଥିଲୁ। ଆମେ କେଉଁଠୁ ଆଣିଲୁ କାହାରିକୁ ମଧ୍ୟ କୁହାଯିବନି। ତାଙ୍କ ସଂସ୍ଥା ଏହା ଚୋରି କରିନାହିଁ, ବରଂ ଗୋପନୀୟ ଉତ୍ସରୁ ପାଇଛି ବୋଲି ସେ କହିଥିଲେ।

ଏହାର ଉତ୍ତର ରଖି କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟ୍‌ଲୀ କହିଥିଲେ, ଗଣମାଧ୍ୟମର ବାକ୍‌ ସ୍ୱାଧୀନତା ଜାତୀୟ ସୁରକ୍ଷାର ଉପରେ ନୁହେଁ।



from Odisha Reporter https://ift.tt/2JaUOJF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages