ବିଜେପିର ଅତି ସମ୍ବେଦନଶୀଳ ବୁଥ୍‌ ଦାବିକୁ ମମତାଙ୍କ କାଉଣ୍ଟର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 13, 2019

ବିଜେପିର ଅତି ସମ୍ବେଦନଶୀଳ ବୁଥ୍‌ ଦାବିକୁ ମମତାଙ୍କ କାଉଣ୍ଟର୍‌

କୋଲକାତା: ପଶ୍ଚିମବଙ୍ଗର ସମସ୍ତ ବୁଥକୁ ଅତି ସମ୍ବେଦଶୀଳ ବୋଲି ଘୋଷଣା କରିବାକୁ ବିଜେପି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି। ତେବେ ବିଜେପିର ଏପରି ଦାବିକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୀବ୍ର ସମାଲୋଚନା କରିଛନ୍ତି।

ଆଜି ମମତା ତୃଣମୂଳ କଂଗ୍ରେସର ୪୨ ଜଣ ସାଂସଦ ପ୍ରାର୍ଥୀଙ୍କୁ ଭେଟିଥିଲେ। ଏହାପରେ ସେ କହିଛନ୍ତି, “ବିଜେପି ବର୍ତ୍ତମାନ ମାନସିକ ରୋଗୀ ହୋଇଗଲାଣି। ବିଜେପି ବେଙ୍ଗଲର ସମସ୍ତ ବୁଥକୁ ଅତି ସମ୍ବେଦନଶୀଳ ବୋଲି ଘୋଷଣା କରିବାକୁ ଦାବି କରି ରାଜ୍ୟବାସୀଙ୍କୁ ଅପମାନିତ କରିଛି।

ଏଭଳି ଅପମାନିତ କରିବାର କାରଣ କ’ଣ? ବିଜେପିର ଏପରି ଦାବିକୁ ମୁଁ ନିନ୍ଦା କରୁଛି। ଏବେ ବିଜେପି ନେତା ନିର୍ବାଚନ କମିଶନରଙ୍କ ପାଖକୁ ଯାଇ ପଦ୍ମ ଦଳ ପାଇଁ କେମିତି ଭୋଟ ଯୋଗାଡ଼ ହେବ, ସେକଥା ନିଶ୍ଚିତ କରିବାକୁ ଚେଷ୍ଟା କରିବେ।

ରାଜ୍ୟରେ କୌଣସି ହିଂସାକାଣ୍ଡ ହୋଇନାହିଁ। କିନ୍ତୁ ଗୋରକ୍ଷା ନାଁରେ ଉତ୍ତର ପ୍ରଦେଶରେ ଘଟୁଥିବା ହିଂସାକାଣ୍ଡ ସମ୍ପର୍କରେ ବିଜେପି ମୁହଁ ଖୋଲୁନାହିଁ। ଟିଏମସି ମୋଦି ଓ ଶାହଙ୍କ ବିରୋଧରେ ଜନମତ ସୃଷ୍ଟି କରୁଛି। ତେଣୁ ସେମାନେ ଭୟବୀତ ହୋଇ ମୋତେ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ମୁଁ ଏତିକି କହିବାକୁ ଚାହୁଁଛି, ସେମାନେ କେବେ ହେଲେ ମୋତେ ନିୟନ୍ତ୍ରଣ କରିପାରିବେ ନାହିଁ।”



from Odisha Reporter https://ift.tt/2TOhrre

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages