
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହିଳାମାନଙ୍କର ମେକ୍ଅପ୍କୁ ନେଇ ଅନେକ ପ୍ରକାର ଭୁଲ୍ ଧାରଣା ରହିଥାଏ। ମେକ୍ ଅପକୁ ନେଇ ଅନେକ ଉପଦେଶ ଶୁଣିବାକୁ ମିଳିଥାଏ । ତେଣୁ କାହା କଥା ଶୁଣିବୁ ଆଉ କାହା କଥା ବିଶ୍ୱାସ କରିବୁ ତାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଥାଉ। ତେଣୁ ଆପଣଙ୍କ ଭିତରେ ମେକ୍ଅପ୍କୁ ନେଇ ଥିବା ଦ୍ୱନ୍ଦକୁ ଆମେ ଦୂର କରିବାକୁ ଯାଉଛୁ। ପଢ଼ନ୍ତୁ କାହିଁକି ଏହି ଦ୍ୱନ୍ଦ୍ୱ ସୃଷ୍ଟି ହୁଏ ।

୧- ମେକ୍ଅପ୍ ସାମଗ୍ରୀର ଏକ୍ସପାୟାରି ଡେଟ୍ ନ ଥାଏ
ଆପଣ କ’ଣ ମେକ୍ଅପ୍ ସାମଗ୍ରୀ କିଣିଲା ବେଳେ ଏହାର ଏକ୍ସପାୟାରି ଡେଟ ଦେଖି କିଣୁଛନ୍ତି ? ଅନେକ କୁହନ୍ତି, ମେକ୍ଅପ୍ ସାମଗ୍ରୀର କୌଣସି ଏକ୍ସପାୟାରି ତାରିଖ ନ ଥାଏ। ଆମେ ମଧ୍ୟ ଅନେକ ସମୟରେ ମନ ପସନ୍ଦର ଜିନିଷ ଦେଖିଲା ପରେ ତାର ବ୍ୟବହାର କରିବାର ଶେଷ ତାରିଖ ଦେଖିନଥାଉ। କିନ୍ତୁ ଏହା ଏକ ଭୁଲ ଧାରଣା। ସବୁ ମେକ୍ଅପ୍ ସାମଗ୍ରୀର ବ୍ୟବହାର କରିବାର ଶେଷ ତାରିଖ ଥାଏ ଏବଂ ତାହା ଲେଖା ମଧ୍ୟ ହୋଇଥାଏ।

୨- ସବୁ ଦାମି ଜିନିଷ ଭଲ ହୋଇଥାଏ
ଆମେ ସବୁବେଳେ ଏହା ଭାବୁ ଯେ ଦାମିକା ଜିନିଷ ସବୁଠାରୁ ଭଲ ହୋଇଥାଏ। ଆମେ ଯେତେବେଳେ ବି ସାମଗ୍ରୀ କିଣୁଛେ ତାର କମ୍ପାନି ଭଲରେ ପରଖି କିଣିବା ଅବଶ୍ୟକ। ନ ହେଲେ ଆପଣଙ୍କୁ ଦୋକାନୀ ଠକି ଦେଇ ପାରେ। ଆଉ ଆପଣ ଅଧିକ ଦାମ୍ ଦେଇ କିଣିଥିବା ଜିନିଷ ବ୍ୟବହାର କଲା ପରେ ଆପଣ ଅସୁବିଧାରେ ପଡ଼ିପାରନ୍ତି।

୩- ଗାଲ ଏବଂ ମଥାକୁ ମ୍ୟାଚ୍ କରି ଫାଉଣ୍ଡେସନ୍ କିଣିବା
ଫାଉଣ୍ଡେସନ୍ କିଣିବା ଏକ କଷ୍ଟକର ବ୍ୟାପାର। ଆମେ ସବୁବେଳେ ଫାଉଣ୍ଡେସନ୍ କିଣିଲାବେଳେ ଦ୍ୱନ୍ଦରେ ପଡ଼ିଥାଉ। ଏହା ଆପଣଙ୍କ ଚେହେରାକୁ ପୁରା ସଜାଡ଼ି ପାରେ ଏବଂ ବିଗାଡ଼ି ମଧ୍ୟ ପାରେ। ତେଣୁ ଏଥିପାଇଁ ଗାଲ ଏବଂ ବେକକୁ ମ୍ୟାଚ୍ କରୁଥିବା ଫାଉଣ୍ଡେସନ୍ କିଣିବାପାଇଁ। ତେବେ ଏଥିପାଇଁ ଆପଣ କୃତ୍ରିମ ନୁହେଁ ପ୍ରାକୃତିକ ଉପାୟରେ ଫାଉଣ୍ଡେସନ୍ କିଣନ୍ତୁ।
୪- ଫାଉଣ୍ଡେସନ୍ ଚେକ୍ କରିବା ପାଇଁ ଆଙ୍ଗୁଠି ହିଁ ଠିକ୍ ଭାବୁ।
ଆମେ ଫାଉଣ୍ଡେସନ୍ କିଣିଲା ବେଳେ ସବୁବେଳେ ଆମ ଆଙ୍ଗୁଠିରେ ଲଗାଇ ଚେକ୍ କରିଥାଉ। ତେଣୁ ଏହା ଏକ ଭୁଲ୍ ଧାରଣା। ଆପଣ ଆଙ୍ଗୁଠିର ଲଗାଇଲା ବେଳେ ଅଧିକା ଲଗାଇଦେଇଥାଉ। ତେଣୁ ଫାଉଣ୍ଡେସନ୍ ଲଗାଇଲା ବେଳେ ସବୁବେଳେ ବ୍ରଶ୍ର ବ୍ୟବହାର କରନ୍ତୁ।

୫- ତେଲିଆ ତ୍ୱଚା ପାଇଁ ପାଉଡର୍ ଠିକ୍
ଆମେ ସବୁବେଳେ ଭାବୁ ଯେ ତେଲିଆ ତ୍ୱଚା ପାଇଁ ପାଉଡର୍ ଲଗାଇବା ଭଲ ହୋଇଥାଏ। ପ୍ରତେକ ମହିଳା ଏହା ହିଁ କହିଥାନ୍ତି। ତେଣୁ ଆପଣ ମଧ୍ୟ ଅନ୍ୟମାନଙ୍କ କଥାରେ ପାଉଡର ହିଁ ଲଗାଇଥାନ୍ତି। ତେଣୁ ପାଉଡର୍ ଲଗାଇବା ଦ୍ୱାରା ଆମେ ଏହାକୁ ପରିଷ୍କାର କଲେ ମଧ୍ୟ ମୁହଁର ଭିତରୁ ଏହା ପରିଷ୍କାର ହୋଇ ନଥାଏ। ତେଣୁ କରି ଆପଣ ପାଉଡର ବଦଳରେ Primers ବ୍ୟବହାର କରିପାରିବେ।

୬- ମସ୍କରାକୁ ସେତେବେଳେ ଫୋପାଡ଼ିବା ଦରକାର ଯେତେବେଳେ ତାହା ଶୁଖି ଯାଇଥିବ
ଆମେ ପ୍ରାୟ ମସ୍କରା ସୁଖି ସାରିଲା ପରେ ଫୋପାଡ଼ି ଥାଉ। କିନ୍ତୁ ଆପଣ ଜାଣିଛନ୍ତି କି ଏକ୍ସପାୟାରି ଡେଟ୍ ସରିଗଲା ପରେ ଏହାକୁ ଳଗାଇଲେ ଆପଣଙ୍କ ଆଖି ଉପରେ ଏହା ପ୍ରଭାବ ପକାଇପାରେ।
from Odisha Reporter https://ift.tt/2VNuZ3y
No comments:
Post a Comment