ଶରୀରର ଏହି ସମସ୍ୟା ଥିଲେ ବ୍ୟବହାର କରନ୍ତୁ ଅଦା ତେଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 10, 2019

ଶରୀରର ଏହି ସମସ୍ୟା ଥିଲେ ବ୍ୟବହାର କରନ୍ତୁ ଅଦା ତେଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଦା ଆମ ରୋଷେଇ ଘରେ ଏକ ପ୍ରମୁଖ ମସଲା ଭାବେ ବ୍ୟବହାର ହୋଇଥାଏ। ଏହା ଅନେକ ପ୍ରକାର ରୋଗ ଭଲ କରିଥାଏ ବୋଲି ମଧ୍ୟ ଆମେ ଜାଣୁ। ଛୋଟ ଛୋଟ ଥଣ୍ଡା କାଶ ଇତ୍ୟାଦି ହେଲେ ଆମେ ଅଦା ବ୍ୟହାର କରି ରୋଗର ଉପଷମ କରିଥାଉ। ଏଥିରେ ଅନେକ ପୋଷକ ତତ୍ୱ ରହିଥାଏ ଏବଂ ଏଥିରେ ଥିବା Anti-Bacterial and Antioxidant ଥଣ୍ଡା କାଶ ଇତ୍ୟାଦି ରୋକିବାରେ ସାହାଯ୍ୟ କରିଥାଏ।

ଆପଣ ଜାଣିଛନ୍ତି କି ଅଦା ସହ ଅଦାର ତେଲ ମଧ୍ୟ ଆମକୁ ଅନେକ ଫାଇଦା ଦେଇଥାଏ। ଏହା ଆମ ଶରୀରର ଅନେକ ସମସ୍ୟା ମଧ୍ୟ ଦୂର କରିଥାଏ। ତେବେ ଆସନ୍ତୁ ଜାଣିବା ଅଦାର ତେଲ ଆମକୁ କ’ଣ ଫାଇଦା ଦେଇଥାଏ।


୧- ଦରଜ କମ୍‌ କରିବାରେ ସାହାଯ୍ୟ କରେ।

ଏହାର ସବୁଠୁ ବଡ଼ ଉପକାରି ଗୁଣ ହେଲା ଏହା ଦରଜ କମ୍‌ କରିବାରେ ସାହାଯ୍ୟ କରେ। ଅଦାର ତେଲ ଶରୀରରେ ଲଗାଇବା ଦ୍ୱାରା ପୀଡ଼ା ଦୂର ହୋଇଥାଏ। ଆପଣଙ୍କର ଆଣ୍ଠୁ ଗଣ୍ଠି ଦରଜ ବା ପୀଡ଼ା ହେଉଥିଲେ ଏହି ତେଲ ବ୍ୟବହାର କରନ୍ତୁ। ଏହା ଆପଣଙ୍କୁ ଫାଇଦା ଦେବ।
୨- ନିଶ୍ୱାସ ନେବାରେ ସାହାଯ୍ୟ କରେ।

ଯେଉଁ ବ୍ୟକ୍ତିଙ୍କର ନିଶ୍ୱାସ ନେବା ସମସ୍ୟା ରହିଥାଏ ସେମାନଙ୍କ ପାଇଁ ଅଦା ଅନେକ ଉପକାରୀ ହୋଇଥାଏ। ଏହା ନାକ ଏବଂ ଗଳାକୁ ସଫା କରେ ଏବଂ କାଶ ଥଣ୍ଡା ଇତ୍ୟାଦିକୁ ହେବାକୁ ଦିଏନାହିଁ। ତେବେ ଆପଣ ଏଥିରୁ ରକ୍ଷା ପାଇବା ପାଇଁ ଅଦାର ତେଲ ବ୍ୟବହାର କରନ୍ତୁ।


୩- ଡାଇଜେସନ୍ ମଜବୁତ କରିଥାଏ।

ଅଦାରୁ ପ୍ରସ୍ତୁତ ତେଲ ବ୍ୟବହାର କରିବା ଯୋଗୁ ଆପଣଙ୍କର ଡାଇଜେସନ୍‌ ସମସ୍ୟା ରହେନାହିଁ। ଆହୁରି ମଧ୍ୟ ଖାଇବାରେ ସ୍ୱାଦ ବଢ଼ାଇବା ପାଇଁ ଆପଣ ଅଦାର ତେଲ ବ୍ୟବହାର କରିପାରିବେ।
୪- ବ୍ଲଡ୍‌ ସୁଗାର ସ୍ଥର ନିୟନ୍ତ୍ରଣ କରେ।

ଅଦା ତିଆରି ତେଲ ବ୍ଲଡ୍‌ ସୁଗାର ଲେବୁଲ୍‌କୁ ମଧ୍ୟ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଏଥିରେ ANTI DIABETIC PROPERTIES ରହିଥାଏ ଯାହା ହାର୍ଟ ସମ୍ବଦ୍ଧିୟ ରୋଗ ଦୂର କରିବାରେ ସାହାଯ୍ୟ କରେ। ଯଦି ଆପଣ ହାର୍ଟ ରୋଗୀ ତାହାଲେ ଆପଣ ଏହି ତେଲର ବ୍ୟବହାର କର ଫାଇଦା ଉଠାଇ ପାରିବେ।

୫- ଏହା ଶରୀରରେ କୋଲେଷ୍ଟ୍ରୋଲ୍‌ କମ୍‌ କରିଥାଏ।

ଆପଣଙ୍କର କୋଲେଷ୍ଟ୍ରୋଲ୍‌ ସମସ୍ୟା ଥିଲେ ଅଦାର ତେଲକୁ ସେବନ କରନ୍ତୁ। ଏହା  କୋଲେଷ୍ଟ୍ରୋଲ୍‌ କମ୍‌ କରିବା ସହ ହାର୍ଟକୁ ମଧ୍ୟ ସୁସ୍ଥ ରଖିଥାଏ।

 



from Odisha Reporter https://ift.tt/2tWjHOL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages