
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ଏବେ ଭାରତର ଘରେ ଘରେ ପରିଚିତ। ତେବେ ଖାଲି ଭାରତରେ ନୁହେଁ, ପାକିସ୍ତାନରେ ବି ସେ ଛାଇ ଯାଇଛନ୍ତି!
ପାକିସ୍ତାନର ଏକ ଅଞ୍ଚଳରେ ‘ଖାନ୍ ଚା’ ଦୋକାନ’ରେ ଅଭିନନ୍ଦନଙ୍କ ଫଟୋ ଥିବା ଏକ ପୋଷ୍ଟର ଲାଗିଛି। ଏଥିରେ ଅଭିନନ୍ଦନ ଚା’ ପିଉଛନ୍ତି। ସୂଚନାଯୋଗ୍ୟ, ଏ ଫଟୋଟି ହେଉଛି ଅଭିନନ୍ଦନ ପାକିସ୍ତାନ ସେନା କବଜାରେ ଥିବା ସମୟର। ଆପଣମାନଙ୍କର ମନେ ଥିବ ପାକିସ୍ତାନ ଏକ ଭିଡିଓ ଛାଡ଼ିଥିଲା, ଯେଉଁଥିରେ ସେ ଚା’ ପିଉଥିଲେ।
ଅଭିନନ୍ଦନଙ୍କ ଫଟୋ ସହିତ ଉକ୍ତ ପୋଷ୍ଟରରେ ଲେଖାଯାଇଛି- ‘ଏମିତି ଚା ଯାହା ଶତ୍ରୁକୁ ବି ବନ୍ଧୁ କରି ଦିଏ’।
ଏ ଚା’ ଦୋକାନଟି ପାକିସ୍ତାନର କେଉଁଠି ଅଛି, ତାହା ଜଣାନାହିଁ। ତେବେ ଉମର ଫାରୁକ୍ ନାମକ ଜଣେ ବ୍ୟକ୍ତି ଏହି ଫଟୋକୁ ଟ୍ୱିଟ୍ କରିଛନ୍ତି। ଏହି ଫଟୋଟି ସତ ନା ଫଟୋଶପ୍ ଜରିଆରେ ଏହାକୁ କରାଯାଇଛି, ତାହା ବି ଜଣାପଡ଼ିନି।
ସୂଚନାଯୋଗ୍ୟ, ପାକିସ୍ତାନୀ ଯୁଦ୍ଧ ବିମାନ ଏଫ୍-୧୬କୁ ଖସାଇବା ପରେ ଅଭିନନ୍ଦନଙ୍କ ବିମାନ ମଧ୍ୟ ନଷ୍ଟ ହୋଇଯାଇଥିଲା। ତେବେ ତା’ପୂର୍ବରୁ ସେ ସେଥିରୁ ଖସି ଯାଇଥିଲେ। ପାରାଚ୍ୟୁଟ୍ ସହାୟତାରେ ସେ ପାକିସ୍ତାନ ସୀମାରେ ଓହ୍ଲାଇଥିଲେ। ସେଠାକାର ଲୋକେ ତାଙ୍କୁ ଧରି ପାକିସ୍ତାନୀ ସେନାକୁ ଦେଇଥିଲେ। ସେ ପ୍ରାୟ ୬୦ ଘଣ୍ଟା ଧରି ପାକିସ୍ତାନୀ ସେନା କବଜାରେ ରହିଥିଲେ। ମାର୍ଚ୍ଚ ୧ ତାରିଖ ରାତିରେ ସେ ଭାରତ ଫେରିଥିଲେ।
from Odisha Reporter https://ift.tt/2J8sDuU
No comments:
Post a Comment