ଉତ୍ତରପୂର୍ବ ରେଳବାଇର ୨୮ ପଦବୀ ଖାଲି, ଆବେଦନର ଶେଷ ତାରିଖ ମାର୍ଚ୍ଚ ୧୫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 12, 2019

ଉତ୍ତରପୂର୍ବ ରେଳବାଇର ୨୮ ପଦବୀ ଖାଲି, ଆବେଦନର ଶେଷ ତାରିଖ ମାର୍ଚ୍ଚ ୧୫

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଉତ୍ତରପୂର୍ବ ରେଳବାଇ ପକ୍ଷରୁ ୨୦୧୯ ମସିହା ନିମନ୍ତେ ଖାଲିଥିବା ୨୮ଟି ଇନ୍‌ଭେଷ୍ଟିଗେଟିଭ ଇନ୍ସପେକ୍ଟର ପଦବୀ ପୂରଣ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀ ମାର୍ଚ୍ଚ ୧୫ ତାରିଖ ମଧ୍ୟରେ ଆବେଦନ କରିବାକୁ ଏହି ବିଜ୍ଞପ୍ତିରେ ଉଲ୍ଲେଖ ଅଛି। ସେମାନଙ୍କୁ ସପ୍ତମ ବେତନ କମିଶନ ସୁପାରିସ ଅନୁସାରେ ଆକର୍ଷଣୀୟ ଦରମା ପ୍ରଦାନ କରାଯିବ ।

ରେଳବାଇ ସୁରକ୍ଷା ବଳରେ ଟ୍ରାଫିକ୍‌ କିମ୍ୱା କମର୍ସିଆଲ ଟ୍ରାଫିକ୍‌ ଆକାଉଣ୍ଟସ୍‌ରେ କାମ କରୁଥିବା କର୍ମଚାରୀ ଏଥିନିମନ୍ତେ ଆବେଦନ କରିପାରିବେ। ଏଥିନିମନ୍ତେ ସେମାନଙ୍କର ଅତି କମ୍‌ରେ ୧୦ ବର୍ଷର ଅଭିଜ୍ଞତା ଥିବ। ଏହି କର୍ମଚାରୀମାନ ରେଳବାଇର ତଳ ପାହ୍ୟାର କର୍ମଚାରୀ ହୋଇଥିବେ। ସେମାନେ ୭ମ, କିମ୍ୱା ଷଷ୍ଠ ପାହ୍ୟାରେ କାମ କରୁଥିବା ବେଳେ ରେଗୁଲାର ହୋଇଥିବା ଆବଶ୍ୟକ ବୋଲି ସର୍ତ୍ତ ରହିଛି।

ସେହିପରି ପର୍ସନେଲ୍‌, ଆକାଉଣ୍ଟସ୍‌,  ଇଲେକ୍ଟ୍ରିକାଲ,  ଷ୍ଟୋର, ସିଭିଲ, ସିଗନାଲ୍‌, ଟେଲିକମ୍‌ ଡିପାର୍ଟମେଣ୍ଟରେ ସପ୍ତମ, କିମ୍ୱା ଷଷ୍ଠ ପାହ୍ୟାରେ ରେଗୁଲାର ବେସିସ୍‌ରେ କାମ କରୁଥିବା କର୍ମଚାରୀ  ମଧ୍ୟ ଏଥିଲାଗି ଆବେଦନ କରିପାରିବେ।

ଏହି ପଦ ନିମନ୍ତେ ପ୍ରଥମେ  ଲିଖିତ ପରୀକ୍ଷା ହେବ। ଏହି ପରୀକ୍ଷାରେ ୬୦ ପ୍ରତିଶତ ମାର୍କ ରଖିଥିବା ପ୍ରାର୍ଥୀଙ୍କୁ ପରବର୍ତ୍ତୀ ପର୍ଯ୍ୟାୟ ଇଣ୍ଟରଭିୟୁ ଲାଗି ଡକାଯିବ।  ସେଠାରେ ସେମାନେ ଭିଜିଲାନ୍ସ ଆପ୍ଟିଚ୍ୟୁଡ୍ ଟେଷ୍ଟ ଓ କମ୍ପ୍ୟୁଟର ଜ୍ଞାନ ବିଷୟରେ ପରୀକ୍ଷା ଦେବେ। ସେଥିରେ କୃତକାର୍ଯ୍ୟ ହେବା ପରେ ସେମାନେ ରେଳବାଇରେ ନିଯୁକ୍ତି ପାଇବାକୁ ଯୋଗ୍ୟ ବିବେଚିତ ହେବେ।



from Odisha Reporter https://ift.tt/2u1GhWh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages