ଓଡ଼ିଶାବାସୀ ଏଥର ବିଜେପିକୁ ଦିଲ୍ଲୀ ଓ ଭୁବନେଶ୍ୱରରେ ଡବଲ ଇଞ୍ଜିନ ସରକାର ଦେବେ: ଧର୍ମେନ୍ଦ୍ର ପ୍ରଧାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 12, 2019

ଓଡ଼ିଶାବାସୀ ଏଥର ବିଜେପିକୁ ଦିଲ୍ଲୀ ଓ ଭୁବନେଶ୍ୱରରେ ଡବଲ ଇଞ୍ଜିନ ସରକାର ଦେବେ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗରିବ ପରିବାରର ବିକାଶ କଥା ସମସ୍ତେ ଆଖି ବୁଜିଦେଇଥିବା ବେଳେ ଗରିବଙ୍କ ବିକାଶ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଦେଇଛନ୍ତି। କେବଳ ବିକାଶର ଯୋଜନା ନୁହେଁ, ଦେଶର ସୁରକ୍ଷା ମଧ୍ୟ ଆଜି ନରେନ୍ଦ୍ର ମୋଦିଙ୍କ ହାତରେ ସୁରକ୍ଷିତ ହୋଇରହିଛି। ମୋଦିଙ୍କ ଗରିବ କଲ୍ୟାଣ ପାଇଁ ଓଡିଶାବାସୀ ଏଥର ବିଜେପିକୁ ଦିଲ୍ଲୀ ଓ ଭୁବନେଶ୍ୱରରେ ଡବଲ ଇଞ୍ଜିନ ସରକାର ଦେବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି କାଳିଆ ଯୋଜନା ରାଜ୍ୟ ସରକାର ଆରମ୍ଭ କରିଛନ୍ତି। ମାତ୍ର କିଏ ଲାଭ ପାଇଲା କାହାକୁ ଜଣାନାହିଁ। ଓଡ଼ିଆ ଲୋକଙ୍କୁ ଏହି ଯୋଜନାରୁ କାହିଁକି ବଂଚିତ କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଏତଦବ୍ୟତିତ ଯେଉଁମାନେ ଆଜିର ସଭା ଆଗାମୀ ନିର୍ବାଚନର ପରିବର୍ତ୍ତନର ସୂଚକ। ଯେଉଁମାନେ ଭୁବନେଶ୍ୱରରେ ଶୀତତାପ ନିୟନ୍ତ୍ରିତ କକ୍ଷରେ ଅଫିସର ରାଜ୍ ଚଲାଇଛନ୍ତି ସେମାନଙ୍କ ସମୟ କାଳ ଶେଷ ହୋଇ ଆସୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଗଞ୍ଜାମ ଜିଲ୍ଲାର ଆସ୍କା, ଖଲ୍ଲିକୋଟ ଓ ନୟାଗଡ ଜିଲ୍ଲାର ଓଡଙ୍ଗା ବ୍ଲକ ରଣପୁର ନିର୍ବାଚନ ମଣ୍ଡଳୀ ଡିମିସର ଠାରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ବର୍ଷର ଗରିବ ଲୋକଙ୍କ ପାଇଁ ଘର ପିଛା ବର୍ଷକୁ ୫ ଲକ୍ଷ ଟଙ୍କା ଦେବାର ଚିକିତ୍ସା ପାଇଁ ଆୟୁଷ୍ମାନ ଯୋଜନା କଲେ। ରାଜ୍ୟ ସରକାର ଏହି ପଇସା
ନନେଇ ବିଜୁ ସ୍ୱାସ୍ଥ୍ୟ ଯୋଜନା ଲଗାଇବା ପାଇଁ କହିଲେ। ମାତ୍ର ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ଲୋକମାନେ ଭାରତ ବର୍ଷର କେଉଁ ମେଡିକାଲରେ ଚିକିତ୍ସା ସେବା ପାଉନାହାନ୍ତି । ଓଡିଶାରେ ନରେନ୍ଦ୍ର ମୋଦିଙ୍କ ଲୋକପ୍ରୟିତା ବଢ଼ିଯିବ ବୋଲି ନବୀନ ବାବୁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କଲେ ନାହିଁ।

ସେହିପରି ପୂର୍ବ ସରକାରରେ ଓଡ଼ିଶାରେ ୨୦ ଲକ୍ଷ ପରିବାରରେ ଏଲପିଜି ଗ୍ୟାସ ସଂଯୋଗ ଥିଲା। ଆଜି ଏହା ବୃଦ୍ଧି ପାଇ ୭୫ ଲକ୍ଷ ପରିବାରରେ ପହଞ୍ଚିଲାଣି। ସେଥିମଧ୍ୟରୁ କେବଳ ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନାରେ ଓଡ଼ିଶାର ୪୦ ଲକ୍ଷ ଘରେ ଏଲପିଜି ସଂଯୋଗ ହୋଇଛି। ସେ କହିଛନ୍ତି ଯେ ମୋଦି ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ୫ ଏକର ଜମି ତଳେ ଥିବା ଚାଷୀଙ୍କ ପାଇଁ ବର୍ଷକୁ
୬ ହଜାର ଟଙ୍କା ଦେବାର ବ୍ୟବସ୍ଥା କଲେ। ଏହି ଯୋଜନାରେ ଓଡିଶାର ୪୫ ଲକ୍ଷ ଚାଷୀ ଉପକୃତ ହୋଇପାରନ୍ତେ ମାତ୍ର ନବୀନ ବାବୁ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବଢ଼ିଯିବା ଆଶଙ୍କାରେ ଚାଷୀଙ୍କ ତାଲିକା ଦିଲ୍ଲୀକୁ ପଠାଉନାହାନ୍ତି। ମୁଖ୍ୟମନ୍ତ୍ରୀ ସ୍ୱାମୀ ମରୁ ପଛେ ସଉତୁଣୀ ବିଧବା ହେଉ ନୀତି ଆପଣାଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୦୯ ରୁ ୧୪ କଂଗ୍ରେସର ଶାସନ ସମୟରେ ୨୫ ଲକ୍ଷ ୫୭ ହଜାର ଘର ବନିଥିଲା। ମାତ୍ର ନରେନ୍ଦ୍ର ମୋଦିଙ୍କ ଶାସନରେ ୧ କୋଟି ୪୦ ଲକ୍ଷ ଘର ବନିଛି। ପୂର୍ବରୁ ଘର ପିଛା ୭୫ ହଜାର ଟଙ୍କା ଆସୁଥିଲା। କିନ୍ତୁ ଏବେ ଏବେ ଦେଢ଼ ଲକ୍ଷ ଟଙ୍କା ଆସୁଛି। ୨୦୨୨ ସୁଦ୍ଧା ଭାରତବର୍ଷରେ ଜଣେ ହେଲେ ବି ଗରିବ ରହିବେ ନାହିଁ ଯାହା ମୁଣ୍ଡ ଉପରେ ଛାତ ନଥିବ।

ଗଞ୍ଜାମର ଆସ୍କା ଓ ପାଖାପାଖି ଅଞ୍ଚଳରେ ଋଷିକଲ୍ୟାର ବନ୍ୟା ପାଣି ପଶୁଛି। ମୁଖ୍ୟମନ୍ତ୍ରୀ ୨୦ ବର୍ଷ ଦାୟିତ୍ୱରେ ରହିବା ପରେ ମଧ୍ୟ ତାଙ୍କ ଗୃହ ଜିଲ୍ଲାରେ ଏହାର ସମାଧାନ କରିନାହାନ୍ତି। ଏହାକୁ ପାରିବା ପଣିଆ ନା ଅପାରଗ ସରକାର କହିବା ବୋଲି ସେ ପ୍ରଶ୍ନ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୯ ବର୍ଷ ରାଜ୍ୟ ଶାସନ କ୍ଷମତାରେ ରହିଥିବା ନବୀନ ପଟ୍ଟନାୟକ ସରକାର ଓଡ଼ିଶାବାସୀଙ୍କୁ ମୌଳିକ ସେବା ଯୋଗାଇ ପାରିନାହାନ୍ତି। ମୁଖ୍ୟମନ୍ତ୍ରୀ ଆସ୍କା, ଜଗନ୍ନାଥ ପ୍ରସାଦ, ଛତ୍ରପୁର, ଗଞ୍ଜାମ ସହରରେ ଠିକ୍ ପିଇବା ପାଣିର ବ୍ୟବସ୍ଥା କଲେନାହିଁ।୧୯ ବର୍ଷ ପରେ ଯେ ପାଣି ଦେଇପାରି ନାହିଁ ସେ ସରକାରକୁ ବଦଳେଇବା ଦରକାର। ଓଡ଼ିଶାର ୨୦ ଲକ୍ଷ ଲୋକଙ୍କର ଘରଡିହ ନାହିଁ , ୩୦ ଲକ୍ଷ ଲୋକଙ୍କର ପକ୍କା ଘର ନାହିଁ। ରୋଜଗାର କରିବା ପାଇଁ ଯୁବକ ଆଜି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛି । ଏପରି ସ୍ଥିତିରେ ମୁଖ୍ୟମନ୍ତ୍ରୀ ନିଜକୁ ୧ ନମ୍ବର ବୋଲି କହି ବୁଲୁଛନ୍ତି। ଅଲାଜୁକ ମୁହଁରେ ବ୍ରଣ ହେଲେ ସେ ଛାଇ ପଡୁଛି କହେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପାକିସ୍ତାନ ଭାରତର ସୈନିକଙ୍କୁ ପଛପଟୁ ଆକ୍ରମଣ କଲା। ଏହା ପରେ ମୋଦି ଭାରତର ସୈନିକ ଓ ଅର୍ଦ୍ଧ ସୈନିକ ମାନଙ୍କୁ ଶତ୍ରୁଙ୍କୁ ନିପାତ କରିବାକୁ ସମ୍ପୂର୍ଣ୍ଣ ଅଧିକାର ଦେଲେ। ଘଟଣାର କିଛି ଦିନ ପରେ ଭାରତୀୟ ବାୟୁ ସେନା ପାକିସ୍ତାନରେ ପଶି ଆତଙ୍କବାଦୀଙ୍କୁ ମାରିଲେ। ପାକିସ୍ତାନ ଭାରତୀୟ ବାୟୁସେନାର ଆକ୍ରମଣଙ୍କୁ ସ୍ୱୀକାର କରୁଥିବା ବେଳେ କଂଗ୍ରେସର
ନେତା ମାନେ ଏହାର ପ୍ରମାଣ ମାଗୁଛନ୍ତି । ସେହିପରି ବିଜୁ ଜନତା ଦଳର ଲୋକମାନେ ଦେଶରେ ନାଁ ପକାଇଲେ। ନିଆଳିର ଯୁବକ ଶହୀଦ ଓଡ଼ିଆ ମନୋଜ ବେହେରାଙ୍କ ସମ୍ପର୍କୀୟଙ୍କୁ ଶାସକ ଦଳର ବିଧାୟକ ତଣ୍ଟିଆ ମାରି ନିନ୍ଦନୀୟ କାମ କଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଆଗାମୀ ଦିନରେ ରାଜ୍ୟରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ମୋଦି ଅହରାତ୍ର ପରିଶ୍ରମ କରି ଦେଶର ସୁରକ୍ଷା, ଅର୍ଥନୀତି, ସୁଖ, ଶାନ୍ତି, ଗରିବ କଲ୍ୟାଣକାରୀ ଯୋଜନାକୁ ଗୁରୁତ୍ୱ ଦେଇ ଦେଶର ପ୍ରଧାନ ସେବକ ଭାବେ ଦାୟିତ୍ୱ ନେଇଛନ୍ତି। ସୁକନ୍ୟା ସମୃଦ୍ଧି, ମୁଦ୍ରା ଯୋଜନା, କିଷାନ ସମ୍ମାନ ନିଧି ଯୋଜନାର ବ୍ୟବସ୍ଥା ନରେନ୍ଦ୍ର ମୋଦି କରିଛନ୍ତି ବୋଲି ସେ କହିଛନ୍ତି।

ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତର ବିକାଶ ହୋଇଛି । ଯେଉଁ ନେତା ଦେଶର ବିକାଶ କରୁଛି, ଦେଶର ମାନ୍ ସମ୍ମାନ ବଢାଇବା ସହ ସୁରକ୍ଷା କରୁଛି ତାଙ୍କୁ ତଥା ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ପଡ଼ିବ। ନରେନ୍ଦ୍ର ମୋଦିଙ୍କ ବିକାଶର ଯୋଜନାକୁ ଓଡ଼ିଶାରେ ପହଞ୍ଚାଇବାକୁ ହେଲେ ଭୁବନେଶ୍ୱରରେ ମୋଦିଙ୍କ ଅନୁଯାୟୀଙ୍କ ସରକାର ବନେଇବାକୁ ପଡ଼ିବ। ଅପାରଗ, ସ୍ଥାଣୁ, ଭ୍ରଷ୍ଟାଚାରୀ , ସମ୍ବେଦନହୀନ ରାଜ୍ୟ ସରକାରକୁ ବଦଳାଇବା ଦରକାର। ଓଡ଼ିଶାରେ ଡବଲ ଇଞ୍ଜିନ ଲଗାଇବା ଦରକାର। ରାଜ୍ୟ ସରକାର ବଦଳିବା ଦରକାର କହିବା ସହ ଫିର୍ ଏକ୍ ବାର୍ ମୋଦି ସରକାର ବୋଲି ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି।



from Odisha Reporter https://ift.tt/2TJqqtD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages