ନିର୍ବାଚନ ପାଇଁ ଆଚରଣବିଧି ଲାଗୁ ହେଲାଣି, ଉଠୁନି ସରକାରୀ ହୋର୍ଡ଼ିଂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 12, 2019

ନିର୍ବାଚନ ପାଇଁ ଆଚରଣବିଧି ଲାଗୁ ହେଲାଣି, ଉଠୁନି ସରକାରୀ ହୋର୍ଡ଼ିଂ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ସାଧାରଣ ନିର୍ବାଚନା ପାଇଁ ବାଜିଲାଣି ବିଗୁଲ୍‌। ଏଥିପାଇଁ ନିର୍ବାଚନ ଆଚରଣବିଧି ବିଧି ଲାଗୁ ହେଲାଣି। ହେଲେ ଏପର୍ଯ୍ୟନ୍ତ କଟକ ଓ ଭୁବନେଶ୍ୱରର ବିଭିନ୍ନ ଛକରେ ଲାଗିଥିବା ସରକାରୀ ହୋର୍ଡିଂ ଖୋଲା ଯାଇନି। ଯାହାକୁ ନେଇ ବିଭିନ୍ନ ମହଲରେ କ୍ଷୋଭ ପ୍ରକାଶ ପାଉଛି। ସରକାରୀ ବିଜ୍ଞାପନ ଉଠାଇ ନେବାରେ ବିଳମ୍ବ ହେଲେ ଉକ୍ତ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

ନିର୍ବାଚନ ଆଚରଣ ବିଧି ଲାଗୁ ହେବାର ୪୮ଘଣ୍ଟା ବିତିଲାଣି। ହେଲେ ଏର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱରରୁ ହଟିନି ସରକାରୀ ବ୍ୟାନର ଓ ପୋଷ୍ଟର। ଏବେବି ଅନେକ ସ୍ଥାନରେ ଲାଗିଛି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଜ୍ଞାପନ। ଭୁବନେଶ୍ୱରର ରସୁଲଗଡ଼, ପଳାଶୁଣି ଛକ, ସାମନ୍ତରାୟପୁର ଛକ ସମେତ ପ୍ରମୁଖ ଛକରେ ରାଜ୍ୟ ସରକାରଙ୍କ ବଡ଼ ବଡ଼ ହୋର୍ଡିଂ ଲାଗି ରହିଛି। ଖାଲି ରାଜ୍ୟ ସରକାରଙ୍କର ନୁହେଁ, କେନ୍ଦ୍ର ସରକାରଙ୍କ ହୋର୍ଡିଂ ମଧ୍ୟ ଲାଗିଥିବା ଦେଖିବାକୁ ମିଳିଛି।

ସେପଟେ ପୋଷ୍ଟର ହଟାଅ ଅଭିଯାନ ଜାରି ରହିଛି। ଯଦି ଏଥିରେ ବିଳମ୍ବ ହୁଏ ତେବେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି।
ରାଜଧାନୀ ପରି କଟକରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ସରକାରୀ ବିଜ୍ଞାପନ ହଟାଇବାକୁ ନିର୍ଦ୍ଦେଶ ପରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଚ୍ଛେଦ କାର୍ଯ୍ୟ। କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଆଉ ୩ଟି ସ୍କ୍ୱାଡ ଗଠନ କରାଯାଇ ରାତିରେ ମଧ୍ୟ ହୋର୍ଡିଂ ଉଚ୍ଛେଦ କରାଯିବ ବୋଲି ସିଏମ୍‌ସି କମିଶନର ଶରତ ଚନ୍ଦ୍ର ନାୟକ କହିଛନ୍ତି।



from Odisha Reporter https://ift.tt/2J7t08X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages