ବିଜେଡି ଜାରି କଲା ୯ ପ୍ରାର୍ଥୀଙ୍କ ତାଲିକା, ଜଗତସିଂହପୁରରୁ ଲଢ଼ିବେ ପ୍ରଶାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 31, 2019

ବିଜେଡି ଜାରି କଲା ୯ ପ୍ରାର୍ଥୀଙ୍କ ତାଲିକା, ଜଗତସିଂହପୁରରୁ ଲଢ଼ିବେ ପ୍ରଶାନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ବଳକା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟା ବେଳେ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଏଥର ଦଳ ଜଗତସିଂହପୁରରୁ ପ୍ରାର୍ଥୀ କରିଛି। ବିଜେପିରୁ ଆସି ବିଜେଡିରେ ସାମିଲ ହୋଇଥିବା ରଘୁନନ୍ଦନ ଦାସଙ୍କୁ ଦଳ ବାଲିକୁଦା-ଏରସମାରୁ ପ୍ରାର୍ଥୀ କରିଛି।

ପିପିଲି ବିଧାନସଭା ଆସନ ପାଇଁ ପୁଣି ଥରେ ପ୍ରଦୀପ ମହାରଥୀଙ୍କୁ ଟିକଟ ମିଳିଛି। ନିମାପଡ଼ାରୁ ସମୀର ଦାଶ, ନିଆଳିରୁ ପ୍ରମୋଦ ମଲ୍ଲିକ, ଆନନ୍ଦପୁରରୁ ଭାଗିରଥୀ ସେଠୀ, ନୀଳଗିରିରୁ ସନ୍ତୋଷ ଖଟୁଆ, କାକଟପୁରରୁ ସୁରେନ୍ଦ୍ର ସେଠୀ ଓ ଧାମନଗରରୁ ରାଜେନ୍ଦ୍ର କୁମାର ଦାସ ପ୍ରାର୍ଥୀ ହୋଇଛନ୍ତି।

 



from Odisha Reporter https://ift.tt/2HOrk2K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages