ପୁଣି ହାରିଲା ଆରସିବି, ସନରାଇଜର୍ସର ବୃହତ ବିଜୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 31, 2019

ପୁଣି ହାରିଲା ଆରସିବି, ସନରାଇଜର୍ସର ବୃହତ ବିଜୟ

ହାଇଦ୍ରାବାଦ: ଜନ୍ନି ବେୟାରଷ୍ଟୋ ଓ ଡେଭିଡ ୱାର୍ଣ୍ଣରଙ୍କ ଆକର୍ଷଣୀୟ ଶତକ ସାଙ୍ଗକୁ ମହମ୍ମଦ ନବିଙ୍କ ଘାତକ ବୋଲିଂ ବଳରେ ସନରାଇଜର୍ସ ହାଇଦ୍ରାବାଦ ଚଳିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ର ରବିବାର ଖେଳାଯାଇଥିବା ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୧୧୮ ରନରେ ପରାସ୍ତ କରିଛି।

ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ବେୟାରଷ୍ଟୋ ଓ ୱାର୍ଣ୍ଣରଙ୍କ ପ୍ରଥମ ୱିକେଟ ପାଇଁ ୧୮୫ ରନର ରେକର୍ଡ ପାଟନରଶିପ୍ ବଳରେ ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ ହରାଇ ୨୩୧ ରନର ବିଶାଳ ସ୍କୋର କରିଥିଲା।

ବେୟାରଷ୍ଟୋ ୧୧୪ (୫୬ ବଲ, ୧୨ ଚୌକା, ୬ ଛକା) ଓ ୱାର୍ଣ୍ଣର ୧୦୦* (୫୫ ବଲ, ୫ ଚୌକା, ୫ ଛକା) ରନ୍ କରିଥିଲେ। ଜବାବରେ ଆରସିବି ନୈରାଶ୍ୟଜନକ ବ୍ୟାଟିଂ କରି ୧୯.୫ ଓଭରରେ ସମସ୍ତ ୱିକେଟ ହରାଇ ୧୧୩ ରନ୍ କରିବାକୁ ସକ୍ଷମ ହୋଇଛି। ହାଇଦ୍ରାବାଦ ଦ୍ୱାରା ଧାର୍ଯ୍ୟ ବିଶାଳ ଲକ୍ଷ୍ୟର ପିଛା କରିବାକୁ ଯାଇ ଆରସିବି ଆରମ୍ଭରୁ ନିୟମିତ ବ୍ୟବଧାନରେ ୱିକେଟ ହରାଇଥିଲା।

ଦଳର ହାଇଦ୍ରାବାଦ ସ୍ପିନର ମହମ୍ମଦ ନବି ଦୁଇ ଓପ୍ନର ପାର୍ଥିବ ପଟେଲ (୧୧) ଓ ଶିମରନ୍ ହେଟମେୟର (୯)ଙ୍କୁ ଶସ୍ତାରେ ଆଉଟ କରି ହାଇଦ୍ରାବାଦକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ। ମଧ୍ୟକ୍ରମରେ ଇନଫର୍ମ ଅଧିନାୟକ ବିରାଟ କୋହଲି (୩)ଙ୍କୁ ସନ୍ଦୀପ ଶର୍ମା ଆଉଟ କରିଥିବା ବେଳେ ଏବି ଡି’ଭିଲିୟର୍ସ (୧)ଙ୍କୁ ନବି ପ୍ୟାଭିଲିୟନ ପଠାଇ ଆରସିବିର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ମୋଇନ ଅଲୀ (୨) ଓ ଶିବମ ଦୁବେ (୫) ମଧ୍ୟ ନୈରାଶ୍ୟଜନକ ବ୍ୟାଟିଂ କରି ଦୁଇଅଙ୍କ ଛୁଇଁବାକୁ ସକ୍ଷମ ହୋଇନଥିଲେ।

ଶେଷଭାଗରେ କଲିନ୍ ଡି’ଗ୍ରାଣ୍ଡହୋମ୍ ଓ ଡେବୁଟାଣ୍ଟ ପ୍ରୟାସ ରାୟ ବର୍ମନ (୧୯) ସପ୍ତମ ୱିକେଟ ପାଇଁ ୪୯ ରନ୍ ଯୋଡ଼ି ଦଳର ସ୍କୋରକୁ ୧୦୦ ପହଞ୍ଚାଇଥିଲେ। ଗ୍ରାଣ୍ଡହୋମ୍ ୩୨ ବଲରେ ୩ ଚୌକା ଓ ୨ ଛକା ସହ ୩୭ ରନ୍ କରି ରନଆଉଟ୍ ହୋଇଥିଲେ। ଉମେଶ ଯାଦବ ୧୪ ଓ ୟୁଜବେନ୍ଦ୍ର ଚହଲ୍ ୧ ରନ୍ କରି ଅନ୍ତିମ ବ୍ୟାଟ୍ସମ୍ୟାନ୍ ଭାବେ ଆଉଟ୍ ହୋଇଥିଲେ। ମହମ୍ମଦ ସିରାଜ ୩ ରନ୍ କରି ଅପରାଜିତ ଥିଲେ। ହାଇଦ୍ରାବାଦ ପକ୍ଷରୁ ନବି ୧୧ ରନ୍ ଦେଇ ୪ଟି ଓ ସନ୍ଦୀପ ୧୯ ରନ୍ ଦେଇ ୩ଟି ୱିକେଟ ନେଇଥିଲେ।

ପୂର୍ବରୁ ଆରସିବି ଅଧିନାୟକ ବିରାଟ କୋହଲି ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ହାଇଦ୍ରାବାଦ ପକ୍ଷରୁ ବେୟାରଷ୍ଟୋ ଓ ୱାର୍ଣ୍ଣର ଇନିଂସ ଓପନ କରିବାକୁ ଆସିଥିଲେ। ଦୁହେଁ ଆରମ୍ଭରୁ ଆରସିବି ବୋଲରଙ୍କୁ ସେଟ୍ ହେବାକୁ ଦେଇନଥିଲେ। ବିଶେଷ କରି ବେୟାରଷ୍ଟୋ ଅଧିକ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ।

ଫଳସ୍ୱରୂପ ସେ ୨୮ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ୱାର୍ଣ୍ଣର ମଧ୍ୟ ୩୨ ବଲରେ ଅର୍ଦ୍ଧଶତକ ମାରିଥିଲେ। ଦୁହେଁ ୯.୪ ଓଭରରେ ଦଳର ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ। ଏହା ପରେ ବେୟାରଷ୍ଟୋ ୫୨ ବଲରେ ନିଜର ପ୍ରଥମ ଆଇପିଏଲ ଶତକ ମାରିଥିଲେ।

ଦଳର ସ୍କୋର ୧୮୫ ଥିବା ବେଳେ ବେୟାରଷ୍ଟୋଙ୍କୁ ୟୁଜବେନ୍ଦ୍ର ଚହଲ ଆଉଟ କରିଥିଲେ। ତେବେ ୱାର୍ଣ୍ଣର ଶେଷ ପର୍ଯ୍ୟନ୍ତ ଅପରାଜିତ ଦଳକୁ ୨୩୨ ରନର ବଡ଼ ସ୍କୋରରେ ପହଞ୍ଚାଇଥିଲେ। ବିଜୟ ଶଙ୍କର ୯ ରନ୍ କରି ଆଉଟ ହୋଇଥିବା ବେଳେ ୟୁସୁଫ ପଠାନ୍ ୬ ରନ୍ କରି ଅପରାଜିତ ଥିଲେ।



from Odisha Reporter https://ift.tt/2WC05eO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages