ସାର୍‌ ରୁମ୍‌କୁ ଡାକୁଥିଲେ, ତା’ପରେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 11, 2019

ସାର୍‌ ରୁମ୍‌କୁ ଡାକୁଥିଲେ, ତା’ପରେ…

ସୁନ୍ଦରଗଡ଼ (ବିଜୟ ବରୁଆ): ଦୁଇ ଦିନ ତଳେ ଜଣେ ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକ କିସ୍‌ ମାରୁଥିବା ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ଖେଳାଇ ଦେଇଥିଲା। ଏନେଇ ଅଭିଯୋଗ ହେବା ପରେ ପୁଲିସ ସମ୍ପୃକ୍ତ ପ୍ରଧାନସାର୍‌ଙ୍କୁ ଗିରଫ କରିଥିଲା। ଏପରି କୁତ୍ସିତ ଘଟଣା ମନରୁ ଲିଭିନଥିବା ବେଳେ ଆଜି ସମାନ ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲାରୁ।

ପୂରା ଘଟଣା ଏମିତି। ବଡ଼ଗାଁ ଥାନା ଅଞ୍ଚଳରେ ଏକ ଉଚ୍ଚ ବିଦ୍ୟାଳୟରେ ପଦ୍ମା(ଛଦ୍ମନାମ) ଯୁକ୍ତ ଦୁଇରେ ପାଠ ପଢ଼ନ୍ତି। ଘରଠାରୁ ସ୍କୁଲ ବହୁ ଦୂର ହୋଇଥିବାରୁ ଆଦିବାସୀ ସେ ଛାତ୍ରୀ ନିବାସରେ ରୁହନ୍ତି। ଛାତ୍ରୀ ନିବାସରେ ରହିବା ବେଳେ ସ୍କୁଲର ପ୍ରଧାନଶିକ୍ଷକଙ୍କ ପାପ ନଜର ତାଙ୍କ ଉପରେ ପଡ଼ିଥିଲା। ଫୋନ୍‌ କରିବା ବାହାନାରେ ସେ ଅନେକ ସମୟରେ ପଦ୍ମାଙ୍କୁ ନିଜ କ୍ୱାର୍ଟର୍ସକୁ ଡାକୁଥିଲେ। ପଦ୍ମା ଗଲା ପରେ ତାଙ୍କ ସମ୍ୱେଦନଶୀଳ ଅଙ୍ଗରେ ହାତ ମାରୁଥିଲେ। ଏ ସମ୍ପର୍କରେ କାହାକୁ କହିଲେ ସାର୍ ସ୍କୁଲରୁ ବାହାର କରିଦେବାର ଧମକ ମଧ୍ୟ ଦେଉଥିବା ଅଭିଯୋଗ ହୋଇଛି।

ଗତ ଡିସେମ୍ୱରରୁ ଏମିତି ନିୟମିତ ଘଟୁଥିଲେ ମଧ୍ୟ ପଦ୍ମା ଭୟରେ କାହାକୁ କହୁନଥିଲେ। କେବଳ ସେ ନୁହନ୍ତି, ତାଙ୍କର ଅନ୍ୟ ସାଥୀମାନେ ମଧ୍ୟ ପ୍ରଧାନଶିକ୍ଷକଙ୍କ ପାପ ନଜରର ଶିକାର ହୋଇଥିଲେ। ଗତକାଲି ପଦ୍ମାଙ୍କ ବାପା ହଷ୍ଟେଲ୍‌ ଆସିଥିଲା ବେଳେ ପଦ୍ମା ତାଙ୍କ ବାପାଙ୍କୁ ସବୁ କଥା ଜଣାଇଥିଲେ। ପଦ୍ମାଙ୍କ ବାପା ଏନେଇ ବଡ଼ଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଅନ୍ୟପକ୍ଷରେ ସୁନ୍ଦରଗଡ଼ ଏସ୍‌ପି ସୌମ୍ୟା ମିଶ୍ର ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି। ସେ ନିଜେ ସ୍କୁଲର ଛାତ୍ରୀ ନିବାସ ଆସି ପଦ୍ମାଙ୍କ ସମେତ ୧୩ ଜଣଙ୍କୁ ଘଟଣା ସମ୍ପର୍କରେ ପଚାରିଛନ୍ତି।ଛାତ୍ରୀମାନେ ପ୍ରଧାନଶିକ୍ଷକଙ୍କ କଳଙ୍କିତ କାହାଣୀ ଏସ୍‌ପିଙ୍କ ଆଗରେ ବଖାଣିଛନ୍ତି।

ଏବେ ରାଜଗାଙ୍ଗପୁର ଏସ୍‌ଡିପିଓ ବିଜୟ କୁମାର ନନ୍ଦ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।



from Odisha Reporter https://ift.tt/2TwUBVK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages