ଇଥିଓପିଆ ବିମାନ ଦୁର୍ଘଟଣା, ମୃତ ଭାରତୀୟଙ୍କ ମଧ୍ୟରେ ଜାତିସଂଘରେ କାର୍ଯ୍ୟରତ ଶିଖା ଗର୍ଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 11, 2019

ଇଥିଓପିଆ ବିମାନ ଦୁର୍ଘଟଣା, ମୃତ ଭାରତୀୟଙ୍କ ମଧ୍ୟରେ ଜାତିସଂଘରେ କାର୍ଯ୍ୟରତ ଶିଖା ଗର୍ଗ

ନୂଆଦିଲ୍ଲୀ: ଇଥିଓପିଆରେ ବିମାନ ଦୁର୍ଘଟଣାରେ ଯେଉଁ ୪ ଭାରତୀୟଙ୍କର ମୃତ୍ୟୁ ହୋଇଛି ସେମାନଙ୍କ ମଧ୍ୟରେ ଜାତିସଂଘର ଭାରତୀୟ ସଂଯୋଜକ ଶିଖା ଗର୍ଗ ଅଛନ୍ତି। ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଶିଖା ଗର୍ଗଙ୍କ ସ୍ୱାମୀଙ୍କ ସହ ଯୋଗାଯୋଗ କରିବାକୁ ବୈଦେଶିକ ମନ୍ତ୍ରଣାଳୟ ଚେଷ୍ଟା କରୁଥିବା ସୁଷମା ସ୍ଵରାଜ ଆଜି ସକାଳେ ଟୁଇଟ କରି ଏହା ଉଲ୍ଲେଖ କରିଛନ୍ତି। ଶିଖାଙ୍କ ସ୍ୱାମୀଙ୍କ ନମ୍ବରକୁ ବାରମ୍ବାର ଫୋନ କରାଯାଇଥିଲେ ମଧ୍ୟ କେହି ଉତ୍ତର ଦେଉନଥିବା ଶ୍ରୀମତୀ ସ୍ୱରାଜ କହିଛନ୍ତି।

ଶିଖା ଗର୍ଗଙ୍କ ସହ ଅନ୍ୟ ୩ ମୃତ ଭାରତୀୟ ହେଉଛନ୍ତି ବୈଦ୍ୟ ପନ୍ନାଗେଶ ଭାସ୍କର, ବୈଦ୍ୟ ହନସିନ ଅନ୍ନାଗେଶ ଏବଂ ନୁକଭାରପୁ ମନିଷା। ଶିଖା ଗର୍ଗ ଭାରତ ସରକାରଙ୍କ ପରିବେଶ ମନ୍ତ୍ରାଳୟ ପକ୍ଷରୁ ସେ ଜାତିସଂଘରେ ସଂଯୋଜକ ଭାବେ କାର୍ଯ୍ୟ କରୁଥିଲେ। ଶିଖାଙ୍କ ସହଯୋଗୀଙ୍କୁ ଏ ବାବଦରେ ସୂଚନା ଦେଇ ଦିଆଯାଇଥିବା ପରିବେଶ ମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ ଟୁଇଟ କରି ସୂଚନା ଦେଇଛନ୍ତି।

ଗତକାଲି ଇଥିଓପିଆରେ ବିମାନ ଦୁର୍ଘଟଣା ହୋଇଥିଲା। ଯେଉଁଥିରେ ୧୫୭ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ମୋଟ ୩୫ଟି ଦେଶର ଯାତ୍ରୀ ବିମାନ ଇଟି ୩୦୨ରେ ଯାତ୍ରା କରୁଥିଲେ। ସେଥିମଧ୍ୟରୁ କେନିଆରୁ ସର୍ବାଧିକ ୩୨,କ୍ୟାନାଡାରୁ ୧୮, ଇଥିଓପିଆରୁ ୯, ଇଟାଲି, ଚାଇନା ଏବଂ ଆମେରିକାରୁ ୮ ଜଣ ଲେଖାଏ ଯାତ୍ରୀ ଥିଲେ। ସେହିପରି ବ୍ରିଟେନ ଓ ଫ୍ରାନ୍ସରୁ ୭ ଜଣ, ଇଜିପଟରୁ ୬, ଜର୍ମାନୀରୁ ୫ ଜଣ ଥିଲେ।



from Odisha Reporter https://ift.tt/2ETNJHO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages